ଗଳାବାଟ ଦେଇ ଓଡ଼ିଶାକୁ ଆସୁଛି ଆଳୁ

ଭୋଗରାଇ/ ଜଳେଶ୍ୱର, ୨୮ା୭(ପ୍ରଦୀପ ଦାସ/ରବିନାରାୟଣ ପାତ୍ର): ଓଡ଼ିଶାକୁ ଆଳୁ ପରିବହନ ସ୍ଥିତି ଅପରିବର୍ତ୍ତିତ ରହିଛି। ଶୁକ୍ରବାର ଓଡ଼ିଶା ସୀମାନ୍ତ ଜାତୀୟ ରାଜପଥ ପଶ୍ଚିମବଙ୍ଗ ସୋନାକଣିଆ ଓ ଦାନ୍ତୁନରେ ପଶ୍ଚିମବଙ୍ଗ ପ୍ରଶାସନ ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁ ବୋଝେଇ ଟ୍ରକ ଫେରାଇ ନେଇଥିବା ବେଳେ ଶନିବାର ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ସୀମାନ୍ତରେ ଜଗିବସିଛନ୍ତି ପଶ୍ଚିମବଙ୍ଗ ପୋଲିସ ଓ ଟାସ୍କଫୋର୍ସ। ଏଭଳି ସ୍ଥିତିରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ଓଡ଼ିଶା ସୀମାନ୍ତକୁ ସଂଯୋଗ ଥିବା ଗଳାବାଟ ଦେଇ ଓଡ଼ିଶା ମଧ୍ୟକୁ କୌଶଳକ୍ରମେ ଆଳୁ ଗାଡି ପାର୍‌ କରୁଛନ୍ତି।ଗାଡି ପାରିବେଳେ ବିଭିନ୍ନ ସ୍ଥାନରେ ଦଲାଲମାନେ ମୋଟା ଅଙ୍କର ଅର୍ଥ ନେଇ ଗାଡ଼ି ଛାଡୁଥିବା ଶୁଣିବାକୁ ମିଳୁଛି। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ୬ଦିନ ଧରି ଓଡିଶାକୁ ଆଳୁ ପରିବହନ ଠପ୍‌ ହୋଇଛି। ଲୁଚା ଛପାରେ ଆଳୁଗାଡି ବାଲେଶ୍ୱର ଜିଲାକୁ ଶନିବାର ଆସିଥିବାରୁ ଆଳୁର ବଜାରଦର କେଜି ପ୍ରତି ୫୦ଟଙ୍କାରୁ ୪୦ଟଙ୍କାକୁ ଖସିଛି। ହେଲେ ଓଡ଼ିଶାର ଅନ୍ୟ ଜିଲାରେ ଆଳୁର ଦାମ ଅପରିବର୍ତ୍ତିତ ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ବାଲେଶ୍ୱର ଜିଲା ଯୋଗାଣ ଅଧିକାରୀ ନିରୋଜ ରଞ୍ଜନ ଦାସଙ୍କ ସହିତ ଟାସ୍କଫୋର୍ସ ମିଳିତ ଭାବେ ଜିଲାର ବିଭନ୍ନ ସ୍ଥାନରେ ସ୍ଥିତି ପରଖି ଆଳୁ ବ୍ୟବସାୟୀଙ୍କୁ ଭେଟିଛନ୍ତି l କେଜି ପ୍ରତି ଅତିବେଶିରେ ୩୫ ଟଙ୍କାରେ ଆଳୁ ବିକ୍ରି ନିମନ୍ତେ ସେ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଅଧିକ ମହଜୁଦ୍‌କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ପଶ୍ଚିମବଙ୍ଗରେ ଆଳୁର ସ୍ବାଭାବିକ ଦାମ ଓ ଆବଶ୍ୟକ ବଜାର ନିୟନ୍ତ୍ରଣ ନ ହେବା ଯାଏ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନୀ ସମ୍ଭବ ନୁହେଁ ବୋଲି ପଶ୍ଚିମବଙ୍ଗ ସରକାର କହିଛନ୍ତି l ପଶ୍ଚିମବଙ୍ଗ ସରକାର ଓଡିଶା ସମେତ ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନୀ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଆଳୁର ସଙ୍କଟ ଦେଖାଦେଇଛି। ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମନାଇବାରେ ଆଲୋଚନା ଜାରିରଖିଥିବାର ସୂଚନା ମିଳିଛି।
ଜଳେଶ୍ୱର ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜାମଶୋଳା ତନଖି ଫାଟକଠାରେ ପାରି ହେଉଥିବା ଆଳୁ ଟ୍ରକ୍‌ଠାରୁ ୩୦ହଜାର ଟଙ୍କା, ସୁନାକଣିଆଠାରେ ୩୫ହଜାର ଟଙ୍କା ନେଇ ପଶ୍ଚିମବଙ୍ଗ ପୋଲିସ କେତେକ ଗାଡିକୁ ଓଡ଼ିଶା ଛାଡିଛି। ଏଭଳି ପରିସ୍ଥିତିରେ ଜଳେଶ୍ୱରରେ ୫୦ଟଙ୍କାରେ ଆଳୁ ବିକ୍ରି ହେଉଛି। ଜଳେଶ୍ୱର ବଜାରରେ ଥିବା ଆଳୁ ଗୋଦାମ ଉପରେ ଶନିବାର ଯୋଗାଣ ବିଭାଗ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ନିରୋଜ ରଞ୍ଜନ ଦାସ, ଜିଲା ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ସାହୁ ଓ ମାର୍କେଟିଂ ଇଣ୍ଟେଲିଜେନ୍ସ ବୁଦ୍ଧିରାମ ସୋରେନ, ଜଳେଶ୍ୱର ଯୋଗାଣ ନିରୀକ୍ଷକ ଅବନ୍ତିକା ସାହୁ ପ୍ରମୁଖ ଜଳେଶ୍ୱରର ୩ଟି ଗୋଦାମ ଉପରେ ଚଢାଉ କରିଥିଲେ। ଗୋଦାମରେ ଆଳୁ ଜମାଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଖବରଦାତାମାନଙ୍କୁ ସୂଚନା ଦିଆଯାଇଛି। ରବିବାର ଜଳେଶ୍ୱରରେ ଚଢାଉ ଜୋରଦାର କରାଯିବ ବୋଲି ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି। ଆଳୁର ମୂଲ୍ୟ ୩୫ ଟଙ୍କାରୁ ଅଧିକ ନ ହେବା ପାଇଁ ତାଗିଦ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri