ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ କେଉଁଠାରେ ୫୦ ଟଙ୍କାରେ ଲୋକମାନଙ୍କୁ କିଣିବାକୁ ପଡୁଛି। କିଛି ସ୍ଥାନରେ ଖୁଚୁରାରେ ୫୫ ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଖବର ମିଳୁଛି। ଏସବୁ ସ୍ଥିତି ଦେଖି ଗ୍ରାହକମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହେଲାଣି। ଖୋଲା ବଜାରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ କହିବା କଥା, ପାଇକାରୀ ବଜାରରେ ପର୍ଯ୍ୟାପ୍ତ ଆଳୁ ମିଳୁନାହିଁ। ତେଣୁ ଉଚ୍ଚା ଦରରେ ଆଳୁ କିଣିବାକୁ ପଡୁଛି। ମିଳୁଥିବା ଆଳୁ ପ୍ୟାକେଟରୁ ବହୁ ପରିମାଣର ପଚାଶଢ଼ା ବାହାରୁଛି। ତେଣୁ ବାଧ୍ୟହୋଇ ଅଧିକ ଦାମ୍‌ରେ ଆଳୁ କିଣିବାକୁ ପଡୁଛି। ଆଳୁ ଦର ବୃଦ୍ଧି ସମସ୍ୟା ଉପୁଜିବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଏହା ପରେ ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ରହିଛି, ତାହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ।
ଅନ୍ୟପଟେ ପଶ୍ଚିମବଙ୍ଗରୁ ପ୍ରତ୍ୟେକ ଦିନ ଶତାଧିକ ଆଳୁ ବୋଝେଇ ଟ୍ରକ୍‌ ଓଡ଼ିଶା ଆସୁଥିବା ବେଳେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଶତାଧିକ ଆଳୁ ବୋଝେଇ ଟ୍ରକ୍‌ ଅଟକାଇ ରଖି ଦିଆଯାଇଥିଲା। ଟ୍ରକ୍‌ ଧରି ଓଡ଼ିଶା ଆସିବାକୁ ଅପେକ୍ଷା କରିଥିବା ଡ୍ରାଇଭରମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଆଳୁ ବୋଝେଇ ଟ୍ରକ୍‌ ଶୁଣିଲେ ପୋଲିସ ଏଠାରେ ଅଟକାଇ ରଖୁଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଟ୍ରକ୍‌ ଅଟକାଇବାକୁ ନିର୍ଦ୍ଦେଶ ଥିବା ଓ ଓଡ଼ିଶା ନ ଛାଡ଼ିଦେବାକୁ କୁହାଯାଉଥିବା ଟ୍ରକ୍‌ ଡ୍ରାଇଭରମାନେ କହିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଳୁ ବୋଝେଇ ଟ୍ରକ୍‌ ସବୁ ଓଡ଼ିଶାକୁ ନ ଛାଡ଼ି ଫେରାଇ ନିଆଯାଇଛି। ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ ପ୍ରଥମେ କହିଥିଲେ, ବଜାରକୁ ଅନୁଧ୍ୟାନକରି ଆସିଛନ୍ତି। ବଜାରରୁ ଶୁକ୍ରବାର ଯାଇ ଆଳୁ କେଜି ୨୭ ଟଙ୍କାରେ କିଣି ଆଣିଛନ୍ତି। ଅଫିସରମାନଙ୍କୁ ନେଇ ବିଭିନ୍ନ ଗୋଦାମରେ ଛାପା ମାରିଥିଲେ। ସେଠାରେ କିଣା ମୂଲ୍ୟ ୨୭ ଟଙ୍କା ରହିଛି। ମନ୍ତ୍ରୀ ଗୋଦାମରେ ପଚାରିଲେ ଯଦି ୨୭ ଟଙ୍କାରେ ଆଳୁ ବିକ୍ରି କରୁଛ, ତେବେ ଖୁଚୁରା ବଜାରରେ କେତେ ହେବା ଆବଶ୍ୟକ। ଗୋଦାମ ଲୋକ କହିଥିଲେ, ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କା ହେବା କଥା। ତା’ଠାରୁ ଅଧିକ ହେବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ବେପାରୀମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକନ୍ତୁ ନାହିଁ ନଚେତ୍‌ କାର୍ଯ୍ୟାନୁଷ୍ଠାନ ହେବ। ଅସାଧୁ ବେପାରୀ ଯେଉଁମାନେ ୫୦ରୁ ଅଧିକ ଟଙ୍କାରେ ଆଳୁ ବିକୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜାଣିକି ଆଳୁର ମୂଲ୍ୟ ବଢ଼ାଇ ଖାଉଟିଙ୍କ ଉପରେ ଚାପ ନ ପକାଇବାକୁ ମନ୍ତ୍ରୀ କହିଛନ୍ତି।
ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯାହା ସବୁ ଆଳୁ ବଜାରରେ ଉପଲବ୍ଧ ଥିଲା ତାହା ସରି ଆସିଲାଣି। ବଜାରରେ ମଧ୍ୟ ଆଳୁ ଉଚ୍ଚା ରେଟ୍‌ ହୋଇଚାଲିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ସେମାନେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଏ ବିଷୟରେ ବିଶଦ ଆଲୋଚନାକରି ତାକୁ କିପରି ତୁରନ୍ତ ସମାଧାନ କରାଯାଇପାରିବ ସେଥିପ୍ରତି ଧ୍ୟାନଦିଅନ୍ତୁ। ଏହାସହ ଆଗରୁ ଯେପରି ସବୁବେଳେ ଆଳୁ ଆସିପାରୁଥିଲା ସେମିତି କିଭଳି ଆସିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପଣ୍ଡା କହିଛନ୍ତି।
ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ଆଳୁ ମିଶନ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ବାର୍ଷିକ ରାଜ୍ୟରେ ୧୪ ଲକ୍ଷ ଟ୍‌ନ ଆଳୁର ଆବଶ୍ୟକତା ଥିବାବେଳେ ମାତ୍ର ୮୦ରୁ ୯୦ ହଜାର ଟନ୍‌ ଆଳୁ ଉତ୍ପାଦନ ହେଉଛି। ମିଳୁଥିବା ସୂଚନା ମୁତାବକ, ପଶ୍ଚିମବଙ୍ଗରେ ୪ରୁ ୫ ଦିନ ହେଲା ବ୍ୟବସାୟୀ ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିବା କାରଣରୁ ଆଳୁ ବୋଝେଇ ଟ୍ରକ୍‌ ଓଡ଼ିଶାକୁ ଦେବା ଲାଗି ସ୍ଥାନୀୟ ସରକାର ଚାହିଁ ନ ଥିଲେ। ହେଲେ ଏବେ ସେଠାକାର ବ୍ୟବସାୟୀ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିସାରିଥିବାରୁ ଆଗକୁ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ପୁଣି କହିଛନ୍ତି, ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି। ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ରାଜ୍ୟରେ ଆନ୍ଦୋଳନ ଥିଲା, ଏବେ ତାହା ବନ୍ଦ ରହିଛି। ଏବେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି। ୨ ଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହୋଇଯିବ। ନଚେତ୍‌ ଉତ୍ତର ପ୍ରଦେଶ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛିି, ଆବଶ୍ୟକ ହେଲେ ସେଠାରୁ ଆଳୁ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି, ପଶ୍ଡିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ବାଲେଶ୍ୱର ହେଉଛି ଏକ ସୀମାନ୍ତ ଜିଲା। ଆଳୁ ଏଠାକୁ ପଶ୍ଚିମବଙ୍ଗରୁ ଆସିଥାଏ। ଅନେକ ସାମଗ୍ରୀ ମଧ୍ୟ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ରପ୍ତାନି ହୋଇଥାଏ। ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରଖି ବ୍ୟବସାୟ ଚାଲିଥାଏ। ବର୍ତ୍ତମାନ ଖବର ମିଳିଛି ପଶ୍ଚିମବଙ୍ଗ ସରକାର ଜାଣିଶୁଣି ଓଡ଼ିଶାକୁ ଆଳୁ ବୋଝେଇ ଟ୍ରକ୍‌ ଆସିବାକୁ ଦେଉନାହାନ୍ତି। ଏନେଇ ବାଲେଶ୍ୱର ଜିଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଅନୁରୋଧ ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ବ୍ୟବସାୟିକ ସମ୍ପର୍କ କାଟିବାରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନ କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri