ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ କେଉଁଠାରେ ୫୦ ଟଙ୍କାରେ ଲୋକମାନଙ୍କୁ କିଣିବାକୁ ପଡୁଛି। କିଛି ସ୍ଥାନରେ ଖୁଚୁରାରେ ୫୫ ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଖବର ମିଳୁଛି। ଏସବୁ ସ୍ଥିତି ଦେଖି ଗ୍ରାହକମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହେଲାଣି। ଖୋଲା ବଜାରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ କହିବା କଥା, ପାଇକାରୀ ବଜାରରେ ପର୍ଯ୍ୟାପ୍ତ ଆଳୁ ମିଳୁନାହିଁ। ତେଣୁ ଉଚ୍ଚା ଦରରେ ଆଳୁ କିଣିବାକୁ ପଡୁଛି। ମିଳୁଥିବା ଆଳୁ ପ୍ୟାକେଟରୁ ବହୁ ପରିମାଣର ପଚାଶଢ଼ା ବାହାରୁଛି। ତେଣୁ ବାଧ୍ୟହୋଇ ଅଧିକ ଦାମ୍‌ରେ ଆଳୁ କିଣିବାକୁ ପଡୁଛି। ଆଳୁ ଦର ବୃଦ୍ଧି ସମସ୍ୟା ଉପୁଜିବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଏହା ପରେ ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ରହିଛି, ତାହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ।
ଅନ୍ୟପଟେ ପଶ୍ଚିମବଙ୍ଗରୁ ପ୍ରତ୍ୟେକ ଦିନ ଶତାଧିକ ଆଳୁ ବୋଝେଇ ଟ୍ରକ୍‌ ଓଡ଼ିଶା ଆସୁଥିବା ବେଳେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଶତାଧିକ ଆଳୁ ବୋଝେଇ ଟ୍ରକ୍‌ ଅଟକାଇ ରଖି ଦିଆଯାଇଥିଲା। ଟ୍ରକ୍‌ ଧରି ଓଡ଼ିଶା ଆସିବାକୁ ଅପେକ୍ଷା କରିଥିବା ଡ୍ରାଇଭରମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଆଳୁ ବୋଝେଇ ଟ୍ରକ୍‌ ଶୁଣିଲେ ପୋଲିସ ଏଠାରେ ଅଟକାଇ ରଖୁଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଟ୍ରକ୍‌ ଅଟକାଇବାକୁ ନିର୍ଦ୍ଦେଶ ଥିବା ଓ ଓଡ଼ିଶା ନ ଛାଡ଼ିଦେବାକୁ କୁହାଯାଉଥିବା ଟ୍ରକ୍‌ ଡ୍ରାଇଭରମାନେ କହିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଳୁ ବୋଝେଇ ଟ୍ରକ୍‌ ସବୁ ଓଡ଼ିଶାକୁ ନ ଛାଡ଼ି ଫେରାଇ ନିଆଯାଇଛି। ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ ପ୍ରଥମେ କହିଥିଲେ, ବଜାରକୁ ଅନୁଧ୍ୟାନକରି ଆସିଛନ୍ତି। ବଜାରରୁ ଶୁକ୍ରବାର ଯାଇ ଆଳୁ କେଜି ୨୭ ଟଙ୍କାରେ କିଣି ଆଣିଛନ୍ତି। ଅଫିସରମାନଙ୍କୁ ନେଇ ବିଭିନ୍ନ ଗୋଦାମରେ ଛାପା ମାରିଥିଲେ। ସେଠାରେ କିଣା ମୂଲ୍ୟ ୨୭ ଟଙ୍କା ରହିଛି। ମନ୍ତ୍ରୀ ଗୋଦାମରେ ପଚାରିଲେ ଯଦି ୨୭ ଟଙ୍କାରେ ଆଳୁ ବିକ୍ରି କରୁଛ, ତେବେ ଖୁଚୁରା ବଜାରରେ କେତେ ହେବା ଆବଶ୍ୟକ। ଗୋଦାମ ଲୋକ କହିଥିଲେ, ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କା ହେବା କଥା। ତା’ଠାରୁ ଅଧିକ ହେବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ବେପାରୀମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକନ୍ତୁ ନାହିଁ ନଚେତ୍‌ କାର୍ଯ୍ୟାନୁଷ୍ଠାନ ହେବ। ଅସାଧୁ ବେପାରୀ ଯେଉଁମାନେ ୫୦ରୁ ଅଧିକ ଟଙ୍କାରେ ଆଳୁ ବିକୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜାଣିକି ଆଳୁର ମୂଲ୍ୟ ବଢ଼ାଇ ଖାଉଟିଙ୍କ ଉପରେ ଚାପ ନ ପକାଇବାକୁ ମନ୍ତ୍ରୀ କହିଛନ୍ତି।
ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯାହା ସବୁ ଆଳୁ ବଜାରରେ ଉପଲବ୍ଧ ଥିଲା ତାହା ସରି ଆସିଲାଣି। ବଜାରରେ ମଧ୍ୟ ଆଳୁ ଉଚ୍ଚା ରେଟ୍‌ ହୋଇଚାଲିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ସେମାନେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଏ ବିଷୟରେ ବିଶଦ ଆଲୋଚନାକରି ତାକୁ କିପରି ତୁରନ୍ତ ସମାଧାନ କରାଯାଇପାରିବ ସେଥିପ୍ରତି ଧ୍ୟାନଦିଅନ୍ତୁ। ଏହାସହ ଆଗରୁ ଯେପରି ସବୁବେଳେ ଆଳୁ ଆସିପାରୁଥିଲା ସେମିତି କିଭଳି ଆସିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପଣ୍ଡା କହିଛନ୍ତି।
ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ଆଳୁ ମିଶନ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ବାର୍ଷିକ ରାଜ୍ୟରେ ୧୪ ଲକ୍ଷ ଟ୍‌ନ ଆଳୁର ଆବଶ୍ୟକତା ଥିବାବେଳେ ମାତ୍ର ୮୦ରୁ ୯୦ ହଜାର ଟନ୍‌ ଆଳୁ ଉତ୍ପାଦନ ହେଉଛି। ମିଳୁଥିବା ସୂଚନା ମୁତାବକ, ପଶ୍ଚିମବଙ୍ଗରେ ୪ରୁ ୫ ଦିନ ହେଲା ବ୍ୟବସାୟୀ ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିବା କାରଣରୁ ଆଳୁ ବୋଝେଇ ଟ୍ରକ୍‌ ଓଡ଼ିଶାକୁ ଦେବା ଲାଗି ସ୍ଥାନୀୟ ସରକାର ଚାହିଁ ନ ଥିଲେ। ହେଲେ ଏବେ ସେଠାକାର ବ୍ୟବସାୟୀ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିସାରିଥିବାରୁ ଆଗକୁ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ପୁଣି କହିଛନ୍ତି, ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି। ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ରାଜ୍ୟରେ ଆନ୍ଦୋଳନ ଥିଲା, ଏବେ ତାହା ବନ୍ଦ ରହିଛି। ଏବେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି। ୨ ଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହୋଇଯିବ। ନଚେତ୍‌ ଉତ୍ତର ପ୍ରଦେଶ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛିି, ଆବଶ୍ୟକ ହେଲେ ସେଠାରୁ ଆଳୁ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି, ପଶ୍ଡିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ବାଲେଶ୍ୱର ହେଉଛି ଏକ ସୀମାନ୍ତ ଜିଲା। ଆଳୁ ଏଠାକୁ ପଶ୍ଚିମବଙ୍ଗରୁ ଆସିଥାଏ। ଅନେକ ସାମଗ୍ରୀ ମଧ୍ୟ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ରପ୍ତାନି ହୋଇଥାଏ। ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରଖି ବ୍ୟବସାୟ ଚାଲିଥାଏ। ବର୍ତ୍ତମାନ ଖବର ମିଳିଛି ପଶ୍ଚିମବଙ୍ଗ ସରକାର ଜାଣିଶୁଣି ଓଡ଼ିଶାକୁ ଆଳୁ ବୋଝେଇ ଟ୍ରକ୍‌ ଆସିବାକୁ ଦେଉନାହାନ୍ତି। ଏନେଇ ବାଲେଶ୍ୱର ଜିଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଅନୁରୋଧ ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ବ୍ୟବସାୟିକ ସମ୍ପର୍କ କାଟିବାରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନ କରନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri