ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନି ଆଳୁ ବିହନ

ମହାକାଳପଡ଼ା, ୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଚାଷୀମାନଙ୍କୁ ଆଳୁଚାଷ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି। ବଜାରରେ ଆଳୁ ସଙ୍କଟ ଥିବା ସମୟରେ ଯେପରି ଚାଷୀଟିଏ ନିଜ ହାତ ପାହାନ୍ତରେ ଆଳୁ ପାଇପାରିବ ସେ ଲକ୍ଷ୍ୟ ନେଇ ସରକାର ଉଦ୍ୟାନ କୃଷି ଯୋଜନାରେ ଆଳୁ ବିହନ ଯୋଗାଇ ଦେବାର ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିଛନ୍ତି। ଆଳୁଚାଷ ନିମନ୍ତେ ସାର, କୀଟ ନାଶକ, ଯନ୍ତ୍ରପାତି ଆଦି ରିହାତି ଦରରେ ଯୋଗାଇ ଦେଉଛନ୍ତି। ମାତ୍ର ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ ଚାଷୀ ପାଇପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷୀ ଆଳୁଚାଷ କରିବାକୁ ଇଚ୍ଛୁକ ଥିବା ବେଳେ ସେମାନଙ୍କୁ ବିହନ ମିଳୁନାହିଁ, ଫଳରେ ସେମାନେ ବଜାରରୁ ଚଢ଼ା ଦରରେ ବିହନ କିଣି କ୍ଷେତ ପ୍ରସ୍ତୁତି କରି ଲଗାଉଛନ୍ତି। ବିଗତ ବର୍ଷଗୁଡ଼ିକରେ ଓଡ଼ିଶାରେ ଆଳୁ ସଙ୍କଟ ଥିବାରୁ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି। ଚଳିତବର୍ଷ ଖାଉଟିମାନଙ୍କ ହାଣ୍ଡି ଶାଳରେ ଆଳୁ ଉଭାନ ହୋଇଯିବା ଓ ପରେ ପଶ୍ଚିମବଙ୍ଗର ସରକାର ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଥିଲେ। ସରକାର ବାଧ୍ୟ ହୋଇ ଖାଉଟିମାନଙ୍କ ଆଳୁ ଆବଶ୍ୟକତା ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ, ପଞ୍ଜାବ, ବିହାର ରାଜ୍ୟରୁ ଆମଦାନୀ କରି ସଙ୍କଟ ଦୂର କରିଥିଲେ। ପରେ ପଶ୍ଚିମବଙ୍ଗ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପରେ ଓଡ଼ିଶାକୁ ଆଳୁ ଆସିଥିଲା। ରାଜ୍ୟ ସରକାର କ୍ଷେତରେ ଅମଳ ହୋଇଥିବା ଆଳୁକୁ ଗଚ୍ଛିତ ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ବ୍ଲକର ବରକନ୍ଧା ପଞ୍ଚାୟତର ଗୋଖାଖଟି ଗ୍ରାମର ଆଳୁଚାଷୀ ଅଧିକାରୀ ସ୍ବାଇଁଙ୍କ କହିବା କଥା ବିଭାଗ ପକ୍ଷରୁ ଆଳୁ ବିହନ ମିଳିଲା ନାହିଁ। ଆମେ ବାଧ୍ୟ ହୋଇ ଚଢ଼ା ଦରରେ ଖୋଲା ବଜାରରୁ କିଣି ଚାଷ କରିଛୁ। ପ୍ରକୃତ ଚାଷୀମାନଙ୍କ ନିକଟରେ ଆଳୁ ବିହନ ପହଞ୍ଚତ୍ପାରୁନି ବୋଲି ବହୁଚାଷୀ ଅଭିଯୋଗ କରିଛନ୍ତି। ବ୍ଲକର ୧୨ ପଞ୍ଚାୟତରେ ୨୭୩ ବସ୍ତା ବିହନ (ପ୍ରତି ବସ୍ତା ୫୦ କିଲୋ) ୯୧ ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଛି। ବ୍ଲକର ସୁନିତି, ବଡିଢ଼ି, କେବି ଦାଣ୍ଡୁଆ, ଦେଉଳପଡ଼ା, ରଜଗଡ଼, ବରକନ୍ଧା, କରଞ୍ଜ, ବଡ଼କୂଳ, ଅମେଇପାଳ, ମହାକାଳପଡ଼ା, ରାମନଗର, ଅଳାଇଲୋ ପଞ୍ଚାୟତରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌରଭ ମହାପାତ୍ରଙ୍କୁ ପଚାରିବାରେ ପ୍ରଥମ ପର୍ଯ୍ୟାୟରେ ୨୭୩ବସ୍ତା ଆଳୁ ବିହନ ଯୋଗାଣ ହୋଇଛି। ଯାହା ବିହନ ଆସିଥିଲା ଚାଷୀଙ୍କୁ ଯୋଗାଇ ଦେଉଛୁ। ପରେ ୨ ଶହ ବସ୍ତା ଆବଶ୍ୟକତା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବିହନ ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri