ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନି ଆଳୁ ବିହନ

ମହାକାଳପଡ଼ା, ୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଚାଷୀମାନଙ୍କୁ ଆଳୁଚାଷ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି। ବଜାରରେ ଆଳୁ ସଙ୍କଟ ଥିବା ସମୟରେ ଯେପରି ଚାଷୀଟିଏ ନିଜ ହାତ ପାହାନ୍ତରେ ଆଳୁ ପାଇପାରିବ ସେ ଲକ୍ଷ୍ୟ ନେଇ ସରକାର ଉଦ୍ୟାନ କୃଷି ଯୋଜନାରେ ଆଳୁ ବିହନ ଯୋଗାଇ ଦେବାର ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିଛନ୍ତି। ଆଳୁଚାଷ ନିମନ୍ତେ ସାର, କୀଟ ନାଶକ, ଯନ୍ତ୍ରପାତି ଆଦି ରିହାତି ଦରରେ ଯୋଗାଇ ଦେଉଛନ୍ତି। ମାତ୍ର ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ ଚାଷୀ ପାଇପାରୁନାହାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷୀ ଆଳୁଚାଷ କରିବାକୁ ଇଚ୍ଛୁକ ଥିବା ବେଳେ ସେମାନଙ୍କୁ ବିହନ ମିଳୁନାହିଁ, ଫଳରେ ସେମାନେ ବଜାରରୁ ଚଢ଼ା ଦରରେ ବିହନ କିଣି କ୍ଷେତ ପ୍ରସ୍ତୁତି କରି ଲଗାଉଛନ୍ତି। ବିଗତ ବର୍ଷଗୁଡ଼ିକରେ ଓଡ଼ିଶାରେ ଆଳୁ ସଙ୍କଟ ଥିବାରୁ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି। ଚଳିତବର୍ଷ ଖାଉଟିମାନଙ୍କ ହାଣ୍ଡି ଶାଳରେ ଆଳୁ ଉଭାନ ହୋଇଯିବା ଓ ପରେ ପଶ୍ଚିମବଙ୍ଗର ସରକାର ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଥିଲେ। ସରକାର ବାଧ୍ୟ ହୋଇ ଖାଉଟିମାନଙ୍କ ଆଳୁ ଆବଶ୍ୟକତା ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ, ପଞ୍ଜାବ, ବିହାର ରାଜ୍ୟରୁ ଆମଦାନୀ କରି ସଙ୍କଟ ଦୂର କରିଥିଲେ। ପରେ ପଶ୍ଚିମବଙ୍ଗ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପରେ ଓଡ଼ିଶାକୁ ଆଳୁ ଆସିଥିଲା। ରାଜ୍ୟ ସରକାର କ୍ଷେତରେ ଅମଳ ହୋଇଥିବା ଆଳୁକୁ ଗଚ୍ଛିତ ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ବ୍ଲକର ବରକନ୍ଧା ପଞ୍ଚାୟତର ଗୋଖାଖଟି ଗ୍ରାମର ଆଳୁଚାଷୀ ଅଧିକାରୀ ସ୍ବାଇଁଙ୍କ କହିବା କଥା ବିଭାଗ ପକ୍ଷରୁ ଆଳୁ ବିହନ ମିଳିଲା ନାହିଁ। ଆମେ ବାଧ୍ୟ ହୋଇ ଚଢ଼ା ଦରରେ ଖୋଲା ବଜାରରୁ କିଣି ଚାଷ କରିଛୁ। ପ୍ରକୃତ ଚାଷୀମାନଙ୍କ ନିକଟରେ ଆଳୁ ବିହନ ପହଞ୍ଚତ୍ପାରୁନି ବୋଲି ବହୁଚାଷୀ ଅଭିଯୋଗ କରିଛନ୍ତି। ବ୍ଲକର ୧୨ ପଞ୍ଚାୟତରେ ୨୭୩ ବସ୍ତା ବିହନ (ପ୍ରତି ବସ୍ତା ୫୦ କିଲୋ) ୯୧ ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଛି। ବ୍ଲକର ସୁନିତି, ବଡିଢ଼ି, କେବି ଦାଣ୍ଡୁଆ, ଦେଉଳପଡ଼ା, ରଜଗଡ଼, ବରକନ୍ଧା, କରଞ୍ଜ, ବଡ଼କୂଳ, ଅମେଇପାଳ, ମହାକାଳପଡ଼ା, ରାମନଗର, ଅଳାଇଲୋ ପଞ୍ଚାୟତରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌରଭ ମହାପାତ୍ରଙ୍କୁ ପଚାରିବାରେ ପ୍ରଥମ ପର୍ଯ୍ୟାୟରେ ୨୭୩ବସ୍ତା ଆଳୁ ବିହନ ଯୋଗାଣ ହୋଇଛି। ଯାହା ବିହନ ଆସିଥିଲା ଚାଷୀଙ୍କୁ ଯୋଗାଇ ଦେଉଛୁ। ପରେ ୨ ଶହ ବସ୍ତା ଆବଶ୍ୟକତା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବିହନ ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri