ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା, ୨୨ା୪ (ଜଗନ୍ନାଥ ଧଳ):ଆଳୁ ଦର ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ଗତ ସପ୍ତାହରେ ଆଳୁ କେଜି ପ୍ରତି ୨୦ଟଙ୍କା ଥିଲା। ଏବେ ବଜାର ଦର ୨୮କୁ ଛୁଇଁଛି। ଅମଳ ସମୟରେ ଏହି ସ୍ଥିତି ଥିବାବେଳେ ଆସନ୍ତା ନଭେମ୍ବର, ଡିସେମ୍ବରକୁ କେଜି ପ୍ରତି ୭୦ ଟଙ୍କା ରହିବା ଆଶଙ୍କା ଅଛି। ପୂର୍ବରୁ ଏହି ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ଆଳୁ ୭ରୁ ୧୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏହାକୁ ନେଇ ଖାଉଟିମାନେ ଚିନ୍ତାରେ ପଡ଼ିଛନ୍ତି। କଂସାର ଗଁାର ଆଳୁ ଚାଷୀ ନିରଞ୍ଜନ ପରିଡା କହିଛନ୍ତି, ଚାଷ ଆରମ୍ଭରୁ ସରକାରୀ ବିହନ ମିଳିଲା ନାହିଁ। ସରକାରୀ ଦର କେଜି ପ୍ରତି ୧୧ଟଙ୍କା ୨୫ ପଇସା ବଦଳରେ ୪୫ ଟଙ୍କାରେ ବଜାରରୁ ବିହନ କିଣା ଯାଇଥିଲା। ଏହି ବିହନ ମଧ୍ୟ ଉତ୍ପାଦନ ଠିକ୍‌ ଦେଲାନାହିଁ। କେବଳ ନିରଞ୍ଜନ ନୁହନ୍ତି, ଚାଷୀ, କୃଷକ ନେତା, ବୁଦ୍ଧିଜୀବୀମାନେ ରାଜ୍ୟ ସରକାରଙ୍କ ଆଳୁ ମିଶନ ପ୍ରତି ବିଦ୍ରୂପ କରିବା ସହ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଦୂରଦୃଷ୍ଟିକୁ ସମାଲୋଚନା କରିଛନ୍ତି।
ଏ ସମ୍ପର୍କରେ କୃଷକନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଛି। ଜିଲାରେ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ। ଏହାବାଦ୍‌ ଆଳୁର ଚାହିଦା ପୂରଣ ପାଇଁ ପଶ୍ଚିମବଙ୍ଗରୁ ଆଳୁ ଆସିଥାଏ। ଚଳିତ ଆଳୁ ଅମଳ ବର୍ଷରେ ୧ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫,୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଉପଯୁକ୍ତ ସମୟରେ ଦେଢ଼ କେଜି ଆଳୁ ବିହନ ଜିଲାରେ ପହଞ୍ଚତ୍ ପାରିଲା ନାହିଁ। କେନ୍ଦ୍ରାପଡା ବ୍ଲକ ଜଜାଙ୍ଗ ଗଁାର ହରେକୃଷ୍ଣ ବେହେରା କହିଛନ୍ତି, ଆମିଷ ହେଉ ଅଥବା ନିରାମିଷ, ସବୁଥିରେ ଆଳୁ ଲୋଡା। ଧନୀ, ଗରିବ ଘରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଛି। ଏବେ ସ୍ଥାନୀୟ ଅଞ୍ଚଳରେ ଅମଳ ସମୟ। ଏହାସତ୍ତ୍ୱେ ବଜାର ଦର ହୁ ହୁ ହୋଇ ବଢ଼ୁଛି। ଲେମ୍ବୁ ପରେ ଆଳୁର ଦର ଖାଉଟି ବଜାରରେ ଆତଙ୍କ ସୃଷ୍ଟି କରିଛି। ବୁଦ୍ଧିଜୀବୀ ପଟ୍ଟାମୁଣ୍ଡାଇର ପି.ଏନ୍‌. ଗୌରାଙ୍ଗ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ କିମ୍ବା ଖଣି ନାହିଁ। ତେବେ ଏହି ଜିଲାର ଉର୍ବର ଭୂମି ଓ ନଦୀନାଳ କୃଷିଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରୁଛି। ଏହାସତ୍ତ୍ୱେ ଜିଲା ପ୍ରଶାସକ ଓ ରାଜନେତାଙ୍କ ଦୂରଦୃଷ୍ଟି ନ ଥିବାରୁ ଯୁବବର୍ଗ କୃଷି ଉପତ୍ାଦକୁ ଭରସା କରି ପାରୁନାହାନ୍ତି। ଜଳ ପରିଚାଳନା ଏଠାରେ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳ ନିଷ୍କାସନ ହେଉ ଅଥବା ସେଚନ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ। ଆଳୁ, ନଳିତା, ଆଖୁ, ଚିନାବାଦାମ, ସୋରିଷ, ରାଶି, ବାଇଗଣ ଆଦି ଉତ୍ପାଦନରେ ଏହି ଜିଲାର ପୂର୍ବରୁ ନଁା ଥିଲା। ଏବେ ଯୋଜନାବଦ୍ଧ ଭାବେ ଏହି ଚାଷକୁ ପ୍ରୋତ୍ସାହନ ମିଳୁନାହିଁ। ଶୀତଳ ଭଣ୍ଡାର, ବଜାର ମଣ୍ଡି, ଉନ୍ନତ ବିହନ, ତାଲିମ ଆଦି କ୍ଷେତ୍ରରେ ଅଭାବ ରହିଛି। ରାଜ୍ୟ ସରକାରଙ୍କ ୨୦୧୫ ମସିହାର ଆଳୁ ମିଶନ ଏଠାରେ ଦେଖିବାକୁ ମିଳୁନାହିଁ। ଫଳରେ ବଜାର ଦରବୃଦ୍ଧିକୁ ଜିଲାବାସୀ ବାଧ୍ୟ ହୋଇ ସହୁଛନ୍ତି। ସହରର ଆଳୁ ବ୍ୟବସାୟୀ ପ୍ରଦୀପ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ବଢ଼ୁଛି। ପରିବହନ ଖର୍ଚ୍ଚ ଏବେ କୁଇଣ୍ଟାଲ ପିଛା ୮୦ରୁ ୯୦ ଟଙ୍କା ବଢ଼ିଛି। ଖରାଦିନ ପାଇଁ ବସ୍ତାରୁ ପଚା ଆଳୁ ବାହାରୁ ଥିବାବେଳେ ଗୁଣ୍ଡ ଆଳୁ ପ୍ରତି ଗରାଖଙ୍କ ଆଗ୍ରହ ନାହିଁ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ପ୍ରତିଦିନ ଅଧିକ ଦରରେ କିଣାଯାଉଛି। ସେହିପରି ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ପ୍ରାୟ ୪ ଦିନ ଲାଗୁଛି। ଶୀତଳଭଣ୍ଡାରରୁ ଆଳୁ ଆଣିଲେ ଅଧିକ ୫୦ ଟଙ୍କା ଦେବାକୁ ପଡୁଛି। ବର୍ଦ୍ଧିତ ଦର ଏପରି ରହିଲେ ଆଗାମୀ ୬ ମାସ ମଧ୍ୟରେ କେଜି ପ୍ରତି ୭୦ରୁ ଊର୍ଦ୍ଧ୍ୱ ଟଙ୍କା ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri