ବାତ୍ୟା ଛାନିଆ: ଆଳୁ କେଜି ୬୦, ପିଆଜ ୭୦

ଜଟଣୀ,୨୨ା୧୦(ରବୀନ୍ଦ୍ରନାଥ ମହାକୁଡ଼): ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ଫଳରେ ଜଟଣୀ ବଜାରରେ ଆଳୁ ଏକପ୍ରକାର ଉଭାନ୍‌ ହୋଇଯାଇଛି। ସୋମବାର ସକାଳେ ଜଟଣୀ ପରିବା ବଜାରର ହୋଲସେଲ ବ୍ୟବସାୟୀ ଆଳୁ କେଜି ପ୍ରତି ୨୮ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବ୍ୟବସାୟୀ ୩୦ରୁ ୩୫ଟଙ୍କାରେ ବିକ୍ରି କରୁଥିଲେ।

ତେବେ ସନ୍ଧ୍ୟାରେ ଖୁଚୁରା ବ୍ୟବସାୟୀ ଆଳୁ କେଜି ୬୦ରୁ ୭୦ଟଙ୍କା ଏବଂ ପିଆଜ କେଜି ୭୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ଏବଂ ସ୍ଥାନୀୟ ପ୍ରଶାସନ ଚଢ଼ାଉ କରି କଳାବଜାରୀ ରୋକିବା ପାଇଁ ସମାଜସେବୀ ପଦ୍ମଚରଣ ପ୍ରଧାନ ଦାବି କରିଛନ୍ତି।

ସେହିପରି ଖାଉଟି ସୁବାଶିଷ ପରିଡା କହିଛନ୍ତି, ବାତ୍ୟା ପୂର୍ବରୁ ଜଟଣୀରେ କେତେଜଣ ଅସାଧୁ ବ୍ୟବସାୟୀ ଆଳୁ ଏବଂ ପିଆଜ କିଲୋ ପ୍ରତି ୬୦ ରୁ ୭୦ ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ଲାଗି ଅନୁରୋଧ କରିଛନ୍ତି। ଅନ୍ୟପଟେ ଜଟଣୀ ପରିବା ବଜାରର ହୋଲସେଲ ବ୍ୟବସାୟୀ ମୃତ୍ୟୁଞ୍ଜୟ ସୁବୁଦ୍ଧି କହିଛନ୍ତି, ଲୋକେ ବାତ୍ୟାକୁ ଦୃଷ୍ଟିରେ ରଖି ବସ୍ତା ବସ୍ତା ଆଳୁ ନେବା ସହ ପିଆଜ ଅଧିକ ନେଉଛନ୍ତି। ଫଳରେ ବଜାରରେ ଆଳୁ ସରିଯାଇଛି। ଏହି ପରିସ୍ଥିତି ଦିନେ ଦୁଇଦିନ ମଧ୍ୟରେ ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri