ଡାକ କର୍ମଚାରୀଙ୍କ ଧର୍ମଘଟ

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ସର୍ବଭାରତୀୟ ଡାକ ୟୁନିଅନର ଡାକରାରେ କେନ୍ଦୁଝରଗଡ଼ ମୁଖ୍ୟାଳୟ ଡାକ କର୍ମଚାରୀ ୨୦ ଦଫା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୧୬୦ ବର୍ଷର ସର୍ବ ପୁରାତନ ଡାକ ବିଭାଗକୁ ଘରୋଇକରଣ ଉଦ୍ୟମକୁ ନିନ୍ଦା କରିବା ସହ ଗ୍ରାମୀଣ ଡାକ ସେବକଙ୍କୁ ସରକାରୀ ମାନ୍ୟତା ତଥା କମଳେଶ ଚନ୍ଦ୍ର କମିଟି କରିଥିବା ସକାରାତ୍ମକ ସୁପାରିସକୁ କାର୍ଯ୍ୟକାରୀ, ୧୮ ମାସର ଡିଏ ପ୍ରଦାନ ଓ ବିଭାଗୀୟ କର୍ମଚାରୀଙ୍କୁ ପୁରୁଣା ପେନ୍‌ସନ୍‌ ଲାଗୁ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଗ୍ରାମୀଣ ଡାକ ସେବକ ସଂଘର ସମ୍ପାଦକ ସଞ୍ଜୟ ପଣ୍ଡା କହିଛନ୍ତି। ଆନ୍ଦୋଳନରେ ଅଲ୍‌ ଇଣ୍ଡିଆ ପୋଷ୍ଟାଲ ୟୁନିଅନର ତୃତୀୟ ଶ୍ରେଣୀ କର୍ମଚାରୀ ସଂଘର ସମ୍ପାଦକ ବସନ୍ତ କୁମାର ପାତ୍ର, ସହ ସମ୍ପାଦକ ବସନ୍ତ ନାୟକ, ଜିଲା ସଂଯୋଜକ ବିନୋଦ ବିହାରୀ ମୋଦି, ସହ ସମ୍ପାଦକ ପରମାନନ୍ଦ ଦାଶ, ଲକ୍ଷ୍ମଣ ମହାପାତ୍ର, ଦେବାଶିଷ ନାୟକ, ସଭାପତି ବିଦ୍ୟାଧର ସିଂହ ସାମିଲ ହୋଇଥିଲେ। ଯଦି ସରକାର ଦାବି ପୂରଣ ନ କରନ୍ତି ଦେବେ ଆନ୍ଦୋଳନକୁ ଆଗାମୀ ଦିନରେ ଜୋର୍‌ଦାର୍‌ କରାଯିବ ବୋଲି କହିଛନ୍ତି। ଘରୋଇକରଣ ହେଲେ ଜମାକାରୀ କମ୍‌ ସୁଧ ପାଇବେ। ଏଣୁ ସାଧାରଣ ଲୋକ ମଧ୍ୟ ଏନେଇ ସ୍ବର ଉତ୍ତୋଳନ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି।