ପ୍ରଶାସନିକ ଅବହେଳାରୁ ବଢ଼ୁଛି ପଜିଟିଭ୍‌

ବଇଣ୍ଡା,୧୦ା୫(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛିଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି। ଗତ ୬ ତାରିଖରେ ବ୍ଲକ ଅଞ୍ଚଳରୁ ୪୪ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭ ତାରିଖରେ ୫୨ ଓ ୮ ତାରିଖରେ ଏହି ସଂଖ୍ୟା ୫୯ରେ ପହଞ୍ଚତ୍ଛି। ମାସକ ମଧ୍ୟରେ ବ୍ଲକ ଅଞ୍ଚଳରୁ ୫୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆକ୍ରାନ୍ତଙ୍କ ପରିବାର ସଦସ୍ୟ ଓ ସଂସ୍ପର୍ଶରେ ଆସିଥିବା ଲୋକେ ଟେଷ୍ଟ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ବି ମେଡିକାଲରେ କିଟ୍‌ ଅଭାବରୁ ତାହା ହୋଇପାରୁ ନାହିଁ। ଏହା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧିର କାରଣ ହୋଇଥିବା କୁହାଯାଉଛି।
କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରୁ କରୋନ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ବଇଣ୍ଡା ମେଡିକାଲ ଅଧୀନରେ ଥିବା ୮ଟି ପଞ୍ଚାୟତରୁ ମାସକରେ ୩୬୯ ଜଣ ପଜିଟିଭ୍‌ ବାହାରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କିଶୋରନଗର ମେଡିକାଲ ଅଧୀନରେ ଥିବା ୧୫ଟି ପଞ୍ଚାୟତରୁ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣଙ୍କ ମୃତ୍ୟୁ ହୋଇଛି। ବଇଣ୍ଡା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଅମାନିଆଙ୍କୁ ରୋକାଯାଇ ପାରୁନାହିଁ। ଅନ୍ୟ ପଞ୍ଚାୟତର ସଂକ୍ରମିତ ବ୍ୟକ୍ତିମାନେ ବଇଣ୍ଡା ଅଞ୍ଚଳକୁ ଆସି ବିଭିନ୍ନ ସାମଗ୍ରୀ କିଣୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ ବେଳେ ହଣ୍ଡପା ପୋଲିସ ଏକ ମାସରେ ୩୦ ହଜାର ଟଙ୍କା ଜରିମାନା କାଟିଛି। ତଥାପି ଅମାନିଆମାନେ ମାନୁ ନ ଥିବା ପୋଲିସ କହିଛି। ଅନ୍ୟପକ୍ଷରେ ବ୍ଲକରେ କରୋନା ଟେଷ୍ଟ ପାଇଁ ଆବଶ୍ୟକ କିଟ୍‌ ନାହିଁ। ଏଥିଯୋଗୁ ବିଭିନ୍ନ ମେଡିକାଲକୁ ଟେଷ୍ଟ ପାଇଁ ଆସୁଥିବା ବ୍ୟକ୍ତିମାନେ ଫେରିଯାଉଛନ୍ତି। ବିଶେଷକରି ପଜିଟିଭ୍‌ଙ୍କ ପରିବାର ସଦସ୍ୟ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଟେଷ୍ଟ କରିପାରୁନାହାନ୍ତି। ସେହିପରି ୧୩ ନମ୍ବର ଜୋନ୍‌ର ୮ଟି ପଞ୍ଚାୟତରେ କୋରୋନା ପଜିଟିଭ୍‌ ସଂଖ୍ୟା ବଢୁଥିବା ବେଳେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ କରି ବିଭିନ୍ନ ଗ୍ରାମରେ ଟେଷ୍ଟ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ଉରୁକୁଳା ଗ୍ରାମର ବହୁ ଲୋକ କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିବାବେଳେ ସେମାନଙ୍କ ଟେଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଆବଶ୍ୟକ ରହିଛି। କିନ୍ତୁ ମେଡିକାଲ ଟିମ୍‌ ଆସୁ ନ ଥିବା ଉରୁକୁଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ କୁମାର ଦାସ କହିଛନ୍ତି, କିଟ୍‌ ଅଭାବ ଯୋଗୁ ଟେଷ୍ଟରେ ବିଳମ୍ବ ହେଉଛି। ଏ ନେଇ ପଦକ୍ଷେପ ନିଆଯିବ।

ସମସ୍ତଙ୍କୁ ଚିକିତ୍ସା ମିଳୁନି
କୋଭିଡ୍‌ ଆକ୍ରାନ୍ତମାନଙ୍କ ମଧ୍ୟରୁ କେତେଜଣଙ୍କୁ ଠିକ୍‌ ଭାବେ ଚିକିତ୍ସାସେବା ଯୋଗାଇ ଦିଆଯାଉ ନାହିଁ । ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କ ନିକଟରେ ଔଷଧ କିଟ୍‌ ପହଞ୍ଚାଯାଉ ନାହିଁ। ଅର୍ଥ ଅଭାବ ଯୋଗୁ ଅନେକେ ମେଡିକାଲ ଯାଇପାରୁ ନାହାନ୍ତି।
-ମନୋରଞ୍ଜନ ପ୍ରଧାନ, ଶରଧାମୁଣ୍ଡା

ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ
କରୋନା କବଳରୁ ଲୋକଙ୍କୁ ସୁରକ୍ଷିତ ରଖିବାରେ ପ୍ରଶାସନ ବିଫଳ ହେଉଛି। ସେଥିପାଇଁ ଗ୍ରାମାଞ୍ଚଳରେ ଏହି ମହାମାରୀ ପ୍ରବେଶ କରିସାରିଲାଣି। ସମସ୍ତେ ସଚେତନ ନ ରହିଲେ ଆଗାମୀ ଦିନରେ ଏହା ଅଧିକରୁ ଅଧିକ ଲୋକଙ୍କୁ ନିଜ କବଳକୁ ନେଇଯିବ।
-ରଣଜିତ ପଟ୍ଟନାୟକ, ସାମାଜିକକର୍ମୀ

ନିୟମ ପାଳନ କରୁନାହାନ୍ତି
ବଇଣ୍ଡାରେ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। କାମ ନ ଥିଲେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । କିନ୍ତୁ କୋଭିଡ୍‌ କଟକଣା ନ ମାନିବା ଯୋଗୁ ସଂକ୍ରମଣ ବଢୁଛି । ସମସ୍ତେ ସରକାରଙ୍କ ନିର୍ଦ୍ଦେଶ ମାନନ୍ତୁ।
-ଜଳଧର ସାହୁ, ସରପଞ୍ଚ, ନୁନୁକାପଶି

ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ
କରୋନା ସଂକ୍ରମିତଙ୍କ ପାଇଁ ସରକାରୀସ୍ତରରେ ବହୁ ବ୍ୟବସ୍ଥା କରାଯାଇଛି। ହେଲେ ଅନେକ ଲୋକ କଟକଣା ମାନୁନାହାନ୍ତି। ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ । ଶିଶୁ, ଗର୍ଭବତୀ ଓ ବୟସ୍କମାନେ ଘରେ ରହିବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ।
-ଡା. ସରୋଜ କୁମାର ନନ୍ଦ, ବଇଣ୍ଡା ମେଡିକାଲ

ଘର ଘର ବୁଲି ସ୍କାନିଂ, ଟେଷ୍ଟିଂ
ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି। ସେମାନଙ୍କୁ ସାବାଡ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ । ଖୁବ୍‌ଶୀଘ୍ର ଘରଘର ବୁଲି ବୟସ୍କଙ୍କ ସ୍କାନିଂ ସହ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କ ଟେଷ୍ଟ କରାଯିବ।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri