ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬ ସୋମବାର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡିଓ ତଥା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପୋଷଣ ଯୁକ୍ତ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଶିଶୁମାନଙ୍କଠାରୁ କୁପୋଷଣ ଦୂର କରିବା ପାଇଁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଯଥା କଞ୍ଚା କଦଳୀ, ଅମୃତଭଣ୍ଡା, ଗାଜର, ବିଟ୍‌, ଅଣ୍ଡା, ବିଭିନ୍ନ ପ୍ରକାର ଶାଗ, ଭଳିକି ଭଳି ଲଡ଼ୁ, ପିଠା ଓ ଛତୁଆ ଆଦି କିପରି ସଠିକ୍‌ ଭାବେ ଶିଶୁମାନଙ୍କୁ ଖାଇବାକୁ ଦିଆଯିବ, ସେ ନେଇ ବିଡିଓ ଆଚାର୍ଯ୍ୟ ଉପସ୍ଥିତ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୧୧ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀମାନେ ସାମିଲ ଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ସ୍ବାଗତିକା ତରାଇ, ମାଳତୀ ହାଁସଦା, ବୈଜୟନ୍ତୀ ଦାସଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଯୋଗେନ୍ଦ୍ର ନାଥ ପାଲ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ।

Dharitri – Odisha’s No.1 Odia Daily

Share