ସୋରଡ଼ାରେ ବନ୍ଦର ପ୍ରଭାବ: ସରକାରୀ କାର୍ଯ୍ୟାଳୟ ବନ୍ଦ କଲେ କର୍ମୀ

ସୋରଡ଼ା,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ସୋମବାର ଓଡ଼ିଶା ବନ୍ଦ କରିଛି। ଏ ନେଇ ଗଞ୍ଜାମ ଜିଲା ସମେତ ସୋରଡ଼ା ଏବଂ ବଡ଼ଗଡ଼ରେ ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦପାଳନ ସମାପନ ହୋଇଛି। ବ୍ଲକ ସଭାପତି ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ସମର୍ଥକମାନେ ବାଇକ୍‌ ଶୋଭାଯାତ୍ରାରେ ବାହାରି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯାଇ ବନ୍ଦ କରିବା ସହ ନଗର ପରିକ୍ରମା ସହ ଦୋକାନ ବଜାର ବନ୍ଦ କରିଥିଲେ। ସୋରଡ଼ା, ବଡ଼ଗଡ଼ ଗାଜଲବାଡ଼ି, ଭଞ୍ଜନଗର, ଆସିକାକୁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ହୋଇଥିବା ବେଳେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।