Posted inଜାତୀୟ

ଭବିଷ୍ୟତରେ ଜନସଂଖ୍ୟା ଯୁଦ୍ଧରେ ଚାଇନାକୁ ହରାଇବ ଭାରତ

ନୂଆଦିଲ୍ଲୀ,୧୧ ।୭: ବର୍ତ୍ତମାନର ସବୁଠାରୁ ବଡ ସମସ୍ୟା ହେଉଛି ଜନସଂଖ୍ୟା ବିସ୍ଫୋରଣ । ଜନଗଣନା ଅନୁଯାୟୀ, ମାର୍ଚ୍ଚ ୨୦୨୦ସୁଦ୍ଧା ବିଶ୍ୱର ଜନସଂଖ୍ୟା ୭ଅରବ ୮୦ କୋଟି ହୋଇ ସାରିଥିଲେ । ତେବେ ବିଶ୍ୱ ଜନସଂଖ୍ୟାକୁ ୧ ଅରବ ପର୍ଯ୍ୟନ୍ତ ପହଞ୍ଚିବାକୁ ୨୦ ଲକ୍ଷ ବର୍ଷ ସମୟ ଲାଗିଥିବା କୁହାଯାଏ । ହେଲେ ୭ ଅରବ ପହଞ୍ଚିବା ପାଇଁ ମାତ୍ର ୨ଶହ ବର୍ଷ ଲାଗିଛି । ଗତ ୭୭୦ ବର୍ଷରେ ବିଶ୍ୱର ଜନସଂଖ୍ୟା ୩୭ କୋଟିରୁ ବୃଦ୍ଧି ପାଇ ଆଠ ଅରବ ପାଖାପାଖି ହୋଇ ଯାଇଛି । ଏବେ ୧,୪୪,୪୨,୧୬,୧୦୭ ଜନସଂଖ୍ୟା ସହ ଚାଇନା ସବୁଠାରୁ ଆଗରେ ରହିଛି । ଆଉ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏବେ ଭାରତର ଜନସଂଖ୍ୟା ଆନୁମାନିକ ଭାବେ ୧,୩୯,୧୯,୪୨,୫୫୮ ବୋଲି କୁହାଯାଉଛି । ଅନୁମାନ କରାଯାଉଛି କି ୨୦୩୦ ବେଳକୁ ଭାରତ ୧ ଅରବ, ୫୨ କୋଟି ୮୦ଲକ୍ଷ ଜନସଂଖ୍ୟା ସହ ଚାଇନାକୁ ପଛରେ ପକାଇ ଆଗକୁ ଆସିଯିବ । ଚାଇନାର ଭୌଗୋଳିକ କ୍ଷେତ୍ରଫଳ ଭାରତ ଅପେକ୍ଷା ତିନି ଗୁଣା ଅଧିକ । ଏହା ପରେ ବି ଭାରତ ଜନସଂଖ୍ୟା ଯୁଦ୍ଧରେ ଚାଇନାକୁ ପରାସ୍ତ କରିବାକୁ ଯାଉଛି । କିଛି ବର୍ଷ ଧରି ଚାଇନା ଗୋଟିଏ ସନ୍ତାନ ନିୟମ ଲାଗୁ କରି ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପରେ ଏବେ ୩ ସନ୍ତାନ ନିୟମ ଲାଗୁ କଲାଣି । ଏସିଆରେ ଚାଇନାର ଜନସଂଖ୍ୟା ନୀତି ସବୁଠାରୁ ପ୍ରଭାବଶାଳୀ ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri