ପପୁଲାର ନର୍ସିଂହୋମ୍‌ ସିଲ୍‌

କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ):ମଙ୍ଗଳାବାଗ ଥାନା ଅଞ୍ଚଳରେ ବିନା ଫାୟାର ସେଫ୍ଟି ଓ ଲାଇସେନ୍ସରେ ଚାଲିଥିବା ପପୁଲାର ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ବୁଧବାର ସିଲ୍‌ କରାଯାଇଛି। କଟକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଡ ଡିଭିଜନାଲ ମେଡିକାଲ ଅଫସିର (ଏଫ୍‌ଡବ୍ଲ୍ୟୁ) ଡା. ଚିନ୍ତାମଣି ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ସ୍ଥାନୀୟ ପୋଲିସ ଉପସ୍ଥିତିରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରିଥିଲା। ଏନେଇ ଡା. ମିଶ୍ର କହିଛନ୍ତି, ୨୦୧୫ରୁ ଉକ୍ତ ନର୍ସିଂହୋମ୍‌ର ଲାଇସେନ୍ସ ଅବଧି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାକୁ ପୁନଃ ପଞ୍ଜୀକରଣ କରାଯାଇ ନାହିଁ। ଏଥିସହ ପିସିପିଏନ୍‌ଟିଟିର ଏକ କ୍ଲିନିକ୍‌ ଚାଲିଥିଲେ ମଧ୍ୟ ତାହାର ଲାଇସେନ୍ସ ନ ଥିଲା। ଏପରି କି ନର୍ସିଂହୋମ୍‌ର ଫାୟାର ସେଫ୍ଟି ବ୍ୟବସ୍ଥା ନାହିଁ। ପୂର୍ବରୁ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିବା ସତ୍ତ୍ୱେ ସେ ନିୟମ ମାନି ନ ଥିଲେ। ଏନେଇ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଫଳରେ ଜିଲାପାଳ ଉକ୍ତ ନର୍ସିଂହୋମ୍‌ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଉକ୍ତ ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲର ଡା. ବାଦଲ ମହାନ୍ତି କହିଛନ୍ତି, ପୁରୁଣା କୋଠା ଥିବାରୁ ଫାୟାର ସେଫ୍ଟି ନ ମିଳିବାରୁ ଲାଇସେନ୍ସ ହୋଇପାରୁ ନ ଥିଲା। ଏହା ପୂର୍ବରୁ ସମସ୍ତ ଲାଇସେନ୍ସ ଓ କାଗପତ୍ର ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri