ଓଏଚ୍‌ପିସି କଲୋନିରେ ବିପର୍ଯ୍ୟସ୍ତ ପରିମଳ

ବାଲିମେଳା,୧୧ା୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳାରେ ଥିବା ଓଏଚ୍‌ପିସି ସରକାରୀ କ୍ୱାର୍ଟର୍ସ ଜଳବିଦ୍ୟୁତ୍‌ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି। ଏହି କ୍ୱାର୍ଟର୍ସ ପରିସର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଡ୍ରେନ୍‌ଗୁଡିକରେ ଅଳିଆ ଆବର୍ଜନା ଭର୍ତ୍ତିହୋଇ ରହିଥିବା ବେଳେ ଅଞ୍ଚଳରେ ଲଗାଣ ବର୍ଷା କାରି ରହିଥିବାରୁ ମଶା ବଂଶ ବୃଦ୍ଧି ରୋଗର କାରଣ ହେଉଛି। ଏ ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କଲୋନିରେ ଥିବା ଡ୍ରେନ୍‌ଗୁଡିକ ମଧ୍ୟରୁ କେତେକ ଭାଙ୍ଗିରୁଜିଗଲାଣି। ଫଳରେ ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମାଜଳ ନିଷ୍କାସନ ହୋଇ ନ ପାରି ଏଣେ ତେଣେ ବୋହିଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। କ୍ୱାର୍ଟର୍ସଗୁଡିକ ପଛପଟେ ଜଙ୍ଗଲ ହୋଇଛି। ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଦୀର୍ଘଦିନ ଧରି ନିୟମିତ ସଫା କରାଯାଉ ନ ଥିବାରୁ ସେଗୁଡିକ ଅବର୍ଜନାରେ ଭର୍ତ୍ତି ହୋଇ କଲୋନି ରାସ୍ତା ପାର୍ଶ୍ୱରେ ପଡି ଦୁର୍ଗନ୍ଧ ହେଉଛି। ଏଥିରୁ ଅଞ୍ଚଳରେ ସଂକ୍ରମଣ ରୋଗ ବ୍ୟାପିବା ଆଶଙ୍କା କରିଛନ୍ତି। ମଝିରେ ମଝିରେ ଜଣେ ଠିକାଦାର ଜଣକ ନାମକୁମାତ୍ର କେତେଜଣ ଶ୍ରମିକଙ୍କୁ ଆଣି ଉକ୍ତ ଡ୍ରେନ୍‌ରୁ ମାଟି ଓ ଆବର୍ଜନା ବାହାରକରି ନାଳ ପାର୍ଶ୍ୱରେ ଗଦାକରି ଛାଡି ଚାଲି ଯାଉଛନ୍ତି। ତା’ ପରଠାରୁ ସେଠାରୁ ଆଦୌ ଅଳିଆ ଆବର୍ଜନା କଢ଼ାଯାଉନାହିଁ କିମ୍ବା ସେ ଅଞ୍ଚଳରେ ଠିକାଦାରଙ୍କ ଆଉ ଦେଖା ମିଳୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ପରିମଳ ବ୍ୟବସ୍ଥା ଠିକାଦାରଙ୍କ ଦ୍ୱାରା ଏପରି କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଫଳରେ ମଶା ବଂଶ ବୃଦ୍ଧିରେ ସହରବାସୀ ଅଣନିଃଶ୍ୱାସୀ ହୋଇ ପଡ଼ିଲେଣି। କେତେକ କଲୋନି ମୁଖ୍ୟ ରାସ୍ତା ପାର୍ଶ୍ୱରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ କେତେକ ସ୍ଥାନରେ କ୍ୱାର୍ଟର୍ସକୁ ସଂଯୋଗ ହୋଇଥିବା ପାଇଖାନା ଟାଙ୍କି ଫାଟି ଯାଇଛି । ଫଳରେ ଟାଙ୍କିର ମଇଳା ପାଖରେ ଥିବା ଡ୍ରେନ୍‌ ଓ ଆଖ ପାଖ ଅଞ୍ଚଳରେ ଖେଳେଇ ହୋଇ ରହିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ସମ୍ପର୍କରେ ବାଲିମେଳା ଓଏଚ୍‌ପିସି କଲୋନି ପରିଚାଳନା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜିତ ଦାସଙ୍କୁ ପଚାରିବାରୁ ଠିକାଦାରଙ୍କ ଦ୍ୱାରା କ୍ୱାର୍ଟର୍ସ ପଛପଟ ଅଞ୍ଚଳଗୁଡିକର ଡ୍ରେନ୍‌ ସଫା କରାଯାଇଛି। ଯଦି ସେଠାରୁ ଅଳିଆ ଆବର୍ଜନା କାଢି ନାହାନ୍ତି, ତେବେ ସେଗୁଡିକୁ ଶୀଘ୍ର କଢ଼ାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଓଏଚ୍‌ପିସିର କଲୋନି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଭିକରୀ ଚରଣ ମଲ୍ଲିକଙ୍କୁ ପଚାରିବାରୁ ଠିକା ସଂସ୍ଥାଦ୍ୱାରା ସଫେଇ କାର୍ଯ୍ୟ ଜାରି ରହିଛି। ଲୋକଙ୍କର କୌଣସି ସମସ୍ୟା ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେଇ ନିୟମିତ ଠିକ ଭାବେ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ତାଗିଦ କରାଯାଇଛି। ତଥାପି ଅଞ୍ଚଳ ପରିଦର୍ଶନ କରିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀ ମଲ୍ଲିକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri