ଓଏଚ୍‌ପିସି କଲୋନିରେ ବିପର୍ଯ୍ୟସ୍ତ ପରିମଳ

ବାଲିମେଳା,୧୧ା୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳାରେ ଥିବା ଓଏଚ୍‌ପିସି ସରକାରୀ କ୍ୱାର୍ଟର୍ସ ଜଳବିଦ୍ୟୁତ୍‌ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି। ଏହି କ୍ୱାର୍ଟର୍ସ ପରିସର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଡ୍ରେନ୍‌ଗୁଡିକରେ ଅଳିଆ ଆବର୍ଜନା ଭର୍ତ୍ତିହୋଇ ରହିଥିବା ବେଳେ ଅଞ୍ଚଳରେ ଲଗାଣ ବର୍ଷା କାରି ରହିଥିବାରୁ ମଶା ବଂଶ ବୃଦ୍ଧି ରୋଗର କାରଣ ହେଉଛି। ଏ ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କଲୋନିରେ ଥିବା ଡ୍ରେନ୍‌ଗୁଡିକ ମଧ୍ୟରୁ କେତେକ ଭାଙ୍ଗିରୁଜିଗଲାଣି। ଫଳରେ ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମାଜଳ ନିଷ୍କାସନ ହୋଇ ନ ପାରି ଏଣେ ତେଣେ ବୋହିଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। କ୍ୱାର୍ଟର୍ସଗୁଡିକ ପଛପଟେ ଜଙ୍ଗଲ ହୋଇଛି। ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଦୀର୍ଘଦିନ ଧରି ନିୟମିତ ସଫା କରାଯାଉ ନ ଥିବାରୁ ସେଗୁଡିକ ଅବର୍ଜନାରେ ଭର୍ତ୍ତି ହୋଇ କଲୋନି ରାସ୍ତା ପାର୍ଶ୍ୱରେ ପଡି ଦୁର୍ଗନ୍ଧ ହେଉଛି। ଏଥିରୁ ଅଞ୍ଚଳରେ ସଂକ୍ରମଣ ରୋଗ ବ୍ୟାପିବା ଆଶଙ୍କା କରିଛନ୍ତି। ମଝିରେ ମଝିରେ ଜଣେ ଠିକାଦାର ଜଣକ ନାମକୁମାତ୍ର କେତେଜଣ ଶ୍ରମିକଙ୍କୁ ଆଣି ଉକ୍ତ ଡ୍ରେନ୍‌ରୁ ମାଟି ଓ ଆବର୍ଜନା ବାହାରକରି ନାଳ ପାର୍ଶ୍ୱରେ ଗଦାକରି ଛାଡି ଚାଲି ଯାଉଛନ୍ତି। ତା’ ପରଠାରୁ ସେଠାରୁ ଆଦୌ ଅଳିଆ ଆବର୍ଜନା କଢ଼ାଯାଉନାହିଁ କିମ୍ବା ସେ ଅଞ୍ଚଳରେ ଠିକାଦାରଙ୍କ ଆଉ ଦେଖା ମିଳୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ପରିମଳ ବ୍ୟବସ୍ଥା ଠିକାଦାରଙ୍କ ଦ୍ୱାରା ଏପରି କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଫଳରେ ମଶା ବଂଶ ବୃଦ୍ଧିରେ ସହରବାସୀ ଅଣନିଃଶ୍ୱାସୀ ହୋଇ ପଡ଼ିଲେଣି। କେତେକ କଲୋନି ମୁଖ୍ୟ ରାସ୍ତା ପାର୍ଶ୍ୱରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ କେତେକ ସ୍ଥାନରେ କ୍ୱାର୍ଟର୍ସକୁ ସଂଯୋଗ ହୋଇଥିବା ପାଇଖାନା ଟାଙ୍କି ଫାଟି ଯାଇଛି । ଫଳରେ ଟାଙ୍କିର ମଇଳା ପାଖରେ ଥିବା ଡ୍ରେନ୍‌ ଓ ଆଖ ପାଖ ଅଞ୍ଚଳରେ ଖେଳେଇ ହୋଇ ରହିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ସମ୍ପର୍କରେ ବାଲିମେଳା ଓଏଚ୍‌ପିସି କଲୋନି ପରିଚାଳନା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜିତ ଦାସଙ୍କୁ ପଚାରିବାରୁ ଠିକାଦାରଙ୍କ ଦ୍ୱାରା କ୍ୱାର୍ଟର୍ସ ପଛପଟ ଅଞ୍ଚଳଗୁଡିକର ଡ୍ରେନ୍‌ ସଫା କରାଯାଇଛି। ଯଦି ସେଠାରୁ ଅଳିଆ ଆବର୍ଜନା କାଢି ନାହାନ୍ତି, ତେବେ ସେଗୁଡିକୁ ଶୀଘ୍ର କଢ଼ାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଓଏଚ୍‌ପିସିର କଲୋନି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଭିକରୀ ଚରଣ ମଲ୍ଲିକଙ୍କୁ ପଚାରିବାରୁ ଠିକା ସଂସ୍ଥାଦ୍ୱାରା ସଫେଇ କାର୍ଯ୍ୟ ଜାରି ରହିଛି। ଲୋକଙ୍କର କୌଣସି ସମସ୍ୟା ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେଇ ନିୟମିତ ଠିକ ଭାବେ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ତାଗିଦ କରାଯାଇଛି। ତଥାପି ଅଞ୍ଚଳ ପରିଦର୍ଶନ କରିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀ ମଲ୍ଲିକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri