ଚିନାବାଦାମର ଅଭାବୀ ବିକ୍ରି

ଜଳେଶ୍ୱର, ୨୮ା୫ ଚିନାବାଦାମ ଚାଷ ଏକ ଅର୍ଥକାରୀ ଫସଲ। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଏହା ବ୍ୟାପକ ଚାଷ ହୋଇଥାଏ ା ବିହନ ମିଳିବା ଓ ଅମଳ ପରେ ବିକ୍ରି ସୁବିଧା ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗ ବ୍ୟବସାୟୀ ଜଳେଶ୍ୱର ଚାଷୀଙ୍କୁ ଆଗୁଆ ବହୁ ମୂଲ୍ୟରେ ବିହନ ଯୋଗାଇ ଅମଳ ପରେ କମ୍‌ ମୂଲ୍ୟରେ କିଣିଥାନ୍ତି ା ଜଳେଶ୍ୱରରେ ଚିନିବାଦାମ ରଖିବା ଲାଗି ସାମଗ୍ରିକ ଭାବେ ଗୋଦାମ ଘର ନ ଥିବା ଓ ବିଶେଷ ବଜାର ନ ଥିବାରୁ ଚାଷୀ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ କମ୍‌ ମୂଲ୍ୟରେ ବିକ୍ରି କରିଆସୁଛି ା
ଜଳେଶ୍ୱର କୃଷି ଜିଲାରେ ଧାନ ପରେ ଚିନାବାଦାମ ଚାଷ ସର୍ବାଧିକ ହୋଇଥାଏ। ବାଲେଶ୍ୱର ଜିଲାରେ ମୋଟ ୧୫ହଜାର ହେକ୍ଟର ଜମିରେ ଚିନିବାଦମ ହେଉଥିବା ବେଳେ ଜଳେଶ୍ୱର କୃଷି ଜିଲାରେ ୯୨୫୦ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଥାଏ। ସେଥିରୁ ଜଳେଶ୍ୱରରେ ୩୦୦୦ ହେକ୍ଟର, ଭୋଗରାଇରେ ୨୮୫୦ ହେକ୍ଟର ଓ ବାଲିଆପାଳରେ ୩୪୦୦ ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଥାଏ। ୧ହେକ୍ଟର ଜମିରେ ଦେଢ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ହେକ୍ଟରକୁ ପ୍ରାୟ ୨୭ କୁଇଣ୍ଟାଲ ଚିନିବାଦାମ ଅମଳ ହୋଇଥାଏ। ଜଳେଶ୍ୱରରେ କାଦ୍ରି, ସ୍ମୃତି, ଏକେ ୧୨-୨୪ ପ୍ରଜାତିର ଚିନିବାଦାମ ଚାଷ ହୋଇଥାଏ ା ଜଳେଶ୍ୱରର ଗୋବରଘଟା, ଲକ୍ଷ୍ମଣନାଥ, ରାୟାଁରାମଚନ୍ଦ୍ରପୁର, କୋଟସାହି, ପାଇକସିଦା, ଗଡସାହି ବାଲିଆପାଳ, ଝାଡପିମ୍ପଳ, ବାଇଗରବାଡିଆ, ପଶ୍ଚିମବାର୍ଡ, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଶିଖରପୁର ପଞ୍ଚାୟତରେ ଚିନିବାଦାମ ଚାଷ ହୋଇଥାଏ। ଚଳିତବର୍ଷ ଓଡିଶା ରାଜ୍ୟ ବିହନ ବିଗମ ଓ ସରକାରୀ ସ୍ତରରେ ଯୋଗାଇ ଦିଆଯାଇଥିବା ଚିନିବାଦାମ ବିହନ କିଲୋ ପ୍ରତି ୫୭ ଟଙ୍କା ହୋଇଥିଲେ ମଧ୍ୟ ତାହା ନିମ୍ନମାନର ହୋଇଥିବାରୁ ଅମଳ କମ୍‌ ହେଉଥିବା ଚାଷୀମାନେ କହିଛନ୍ତି ା ଅନ୍ୟପକ୍ଷରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡିଶାର ବରଗଡ ଓ କୁଆଖିଆ ଅଞ୍ଚଳର ବ୍ୟବସାୟୀମାନେ କିଲୋ ପ୍ରତି ୯୦ଟଙ୍କାରେ ବିହନ ଯୋଗାଇଥିଲେ ମଧ୍ୟ ଅମଳ ଭଲ ହୋଇଥିବା ଚାଷୀମାନେ କହିଛନ୍ତି ା ୧ହେକ୍ଟର ଜମିରେ ୧.୫ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ପ୍ରାୟ ୨୫କୁଇଣ୍ଟାଲ ଅମଳ ହୋଇଥାଏ। ୧ହେକ୍ଟର ଜମିରେ ୯ହଜାର ଟଙ୍କାର ବିହନ, ୯ହଜାର ଟଙ୍କାର ସାର, କୀଟନାଶକ ଓ ମଲ୍ଟି ଭିଟାମିନ୍‌, ୧୦ହଜାର ଟଙ୍କାର ଶ୍ରମିକ ବାବଦକୁ ଖର୍ଚ୍ଚ ହେଉଥିବା ବେଳେ ହେକ୍ଟରକୁ ପ୍ରାୟ ୭୦ରୁ ୮୦ହଜାର ଟଙ୍କା ମିଳିଥାଏ। କିନ୍ତୁ ବଜାର ନ ଥିବାରୁ କିମ୍ବା ସାଇତି ରଖିବା ଲାଗି ସ୍ଥାନାଭାବ ଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଏହାକୁ ବିକ୍ରି କରିବା ଲାଗି ସରକାର ଜଳେଶ୍ୱର ବ୍ଲକ ରାୟାଁରାମଚନ୍ଦ୍ରପୁର ଓ ଲକ୍ଷ୍ମଣନାଥ ପଞ୍ଚାୟତରେ ଥିବା ୨ଟି ସେବା ସମବାୟ ସମିତି (ପ୍ୟାକ୍ସ)ର ବ୍ୟବସ୍ଥା କରିଥିଲେ। ଏଫଏକ୍ୟୁ ମାନ୍ୟତା ଓ ଅନ୍ୟ କେତେକ ଅସୁବିଧା ଦର୍ଶାଇ କୁଇଣ୍ଟାଲ ପ୍ରତି ୧୦ କିଲୋ କଟ୍‌ନୀ, ଛଟ୍‌ନୀ ହେଉଥିବାରୁ ଚାଷୀମାନେ ସେଠାରେ ବିକ୍ରି କରିବାକୁ ପସନ୍ଦ କରୁନାହାନ୍ତି ା ଚାଷୀମାନେ ସମବାୟ ସମିତିରେ ବିକ୍ରି ମୂଲ୍ୟ ପାଇବାରେ ବିଳମ୍ବ, ସମବାୟ ବ୍ୟାଙ୍କକୁ ଦୌଡିବା ଏବଂ କର୍ମଚାରୀଙ୍କ ଅସହଯୋଗ ଯୋଗୁ ଚାଷୀମାନେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି ା ଅନ୍ୟପକ୍ଷରେ ଚିନାବାଦାମ ପ୍ରୋସେସିଂର ବ୍ୟବସ୍ଥା ନ ଥିବାରୁ ପଶ୍ଚିମବଙ୍ଗ ବ୍ୟବସାୟୀ କିଣି ନେଇ ଦୀଘା, କାନ୍ଥି, ଖଡଗପୁର, ବେଲଦା କିମ୍ବା କୋଲକାତା ନେଇ ମଞ୍ଜି ବାହାର କରିବା ଓ ଖାଦ୍ୟ ପ୍ରକ୍ରିୟାକରଣ କରୁଥିବାରୁ ସେଠାରେ ଚାହିଦା ଅଧିକ ହୋଇଥାଏ। ଅନ୍ୟପକ୍ଷରେ ଉପତ୍ନ୍ନ ହେଉଥିବା ସ୍ଥାନଗୁଡିକରେ ଗୋଦାମ ଘର ନିର୍ମାଣ କରି ଗଚ୍ଛିତ କରି ରଖିପାରିଲେ ପରେ ତାହା ଅଧିକ ମୂଲ୍ୟରେ ବିକ୍ରି କରି ଚାଷୀ ଅଧିକ ଲାଭବାନ ହୋଇପାରନ୍ତା ା ଏ ସମ୍ପର୍କରେ ଚାଷୀ ରବୀନ୍ଦ୍ର ଜେନା, ଭାନୁଚରଣ ପ୍ରମାଣିକ, ଭାସ୍କର ମହାନ୍ତି, ଜଗନ୍ନାଥ ରଣା, ବ୍ରଜେନ୍ଦ୍ର ମହାନ୍ତି, ଗଜେନ୍ଦ୍ର ମହାନ୍ତି, କାଳିଚରଣ ବେହେରା ପ୍ରମୁଖ ଚାଷୀ ସ୍ବତନ୍ତ୍ର ସୁବିଧା ସୁଯୋଗ ବ୍ୟବସ୍ଥା, ଅମଳପରେ ବଜାର ସୃଷ୍ଟି କରିବା ଓ ପ୍ରକ୍ରିୟାକରଣର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri