ଚିନାବାଦାମର ଅଭାବୀ ବିକ୍ରି

ଜଳେଶ୍ୱର, ୨୮ା୫ ଚିନାବାଦାମ ଚାଷ ଏକ ଅର୍ଥକାରୀ ଫସଲ। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଏହା ବ୍ୟାପକ ଚାଷ ହୋଇଥାଏ ା ବିହନ ମିଳିବା ଓ ଅମଳ ପରେ ବିକ୍ରି ସୁବିଧା ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗ ବ୍ୟବସାୟୀ ଜଳେଶ୍ୱର ଚାଷୀଙ୍କୁ ଆଗୁଆ ବହୁ ମୂଲ୍ୟରେ ବିହନ ଯୋଗାଇ ଅମଳ ପରେ କମ୍‌ ମୂଲ୍ୟରେ କିଣିଥାନ୍ତି ା ଜଳେଶ୍ୱରରେ ଚିନିବାଦାମ ରଖିବା ଲାଗି ସାମଗ୍ରିକ ଭାବେ ଗୋଦାମ ଘର ନ ଥିବା ଓ ବିଶେଷ ବଜାର ନ ଥିବାରୁ ଚାଷୀ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ କମ୍‌ ମୂଲ୍ୟରେ ବିକ୍ରି କରିଆସୁଛି ା
ଜଳେଶ୍ୱର କୃଷି ଜିଲାରେ ଧାନ ପରେ ଚିନାବାଦାମ ଚାଷ ସର୍ବାଧିକ ହୋଇଥାଏ। ବାଲେଶ୍ୱର ଜିଲାରେ ମୋଟ ୧୫ହଜାର ହେକ୍ଟର ଜମିରେ ଚିନିବାଦମ ହେଉଥିବା ବେଳେ ଜଳେଶ୍ୱର କୃଷି ଜିଲାରେ ୯୨୫୦ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଥାଏ। ସେଥିରୁ ଜଳେଶ୍ୱରରେ ୩୦୦୦ ହେକ୍ଟର, ଭୋଗରାଇରେ ୨୮୫୦ ହେକ୍ଟର ଓ ବାଲିଆପାଳରେ ୩୪୦୦ ହେକ୍ଟର ଜମିରେ ଚିନିବାଦାମ ଚାଷ ହୋଇଥାଏ। ୧ହେକ୍ଟର ଜମିରେ ଦେଢ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ହେକ୍ଟରକୁ ପ୍ରାୟ ୨୭ କୁଇଣ୍ଟାଲ ଚିନିବାଦାମ ଅମଳ ହୋଇଥାଏ। ଜଳେଶ୍ୱରରେ କାଦ୍ରି, ସ୍ମୃତି, ଏକେ ୧୨-୨୪ ପ୍ରଜାତିର ଚିନିବାଦାମ ଚାଷ ହୋଇଥାଏ ା ଜଳେଶ୍ୱରର ଗୋବରଘଟା, ଲକ୍ଷ୍ମଣନାଥ, ରାୟାଁରାମଚନ୍ଦ୍ରପୁର, କୋଟସାହି, ପାଇକସିଦା, ଗଡସାହି ବାଲିଆପାଳ, ଝାଡପିମ୍ପଳ, ବାଇଗରବାଡିଆ, ପଶ୍ଚିମବାର୍ଡ, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଶିଖରପୁର ପଞ୍ଚାୟତରେ ଚିନିବାଦାମ ଚାଷ ହୋଇଥାଏ। ଚଳିତବର୍ଷ ଓଡିଶା ରାଜ୍ୟ ବିହନ ବିଗମ ଓ ସରକାରୀ ସ୍ତରରେ ଯୋଗାଇ ଦିଆଯାଇଥିବା ଚିନିବାଦାମ ବିହନ କିଲୋ ପ୍ରତି ୫୭ ଟଙ୍କା ହୋଇଥିଲେ ମଧ୍ୟ ତାହା ନିମ୍ନମାନର ହୋଇଥିବାରୁ ଅମଳ କମ୍‌ ହେଉଥିବା ଚାଷୀମାନେ କହିଛନ୍ତି ା ଅନ୍ୟପକ୍ଷରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଓଡିଶାର ବରଗଡ ଓ କୁଆଖିଆ ଅଞ୍ଚଳର ବ୍ୟବସାୟୀମାନେ କିଲୋ ପ୍ରତି ୯୦ଟଙ୍କାରେ ବିହନ ଯୋଗାଇଥିଲେ ମଧ୍ୟ ଅମଳ ଭଲ ହୋଇଥିବା ଚାଷୀମାନେ କହିଛନ୍ତି ା ୧ହେକ୍ଟର ଜମିରେ ୧.୫ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ପ୍ରାୟ ୨୫କୁଇଣ୍ଟାଲ ଅମଳ ହୋଇଥାଏ। ୧ହେକ୍ଟର ଜମିରେ ୯ହଜାର ଟଙ୍କାର ବିହନ, ୯ହଜାର ଟଙ୍କାର ସାର, କୀଟନାଶକ ଓ ମଲ୍ଟି ଭିଟାମିନ୍‌, ୧୦ହଜାର ଟଙ୍କାର ଶ୍ରମିକ ବାବଦକୁ ଖର୍ଚ୍ଚ ହେଉଥିବା ବେଳେ ହେକ୍ଟରକୁ ପ୍ରାୟ ୭୦ରୁ ୮୦ହଜାର ଟଙ୍କା ମିଳିଥାଏ। କିନ୍ତୁ ବଜାର ନ ଥିବାରୁ କିମ୍ବା ସାଇତି ରଖିବା ଲାଗି ସ୍ଥାନାଭାବ ଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଏହାକୁ ବିକ୍ରି କରିବା ଲାଗି ସରକାର ଜଳେଶ୍ୱର ବ୍ଲକ ରାୟାଁରାମଚନ୍ଦ୍ରପୁର ଓ ଲକ୍ଷ୍ମଣନାଥ ପଞ୍ଚାୟତରେ ଥିବା ୨ଟି ସେବା ସମବାୟ ସମିତି (ପ୍ୟାକ୍ସ)ର ବ୍ୟବସ୍ଥା କରିଥିଲେ। ଏଫଏକ୍ୟୁ ମାନ୍ୟତା ଓ ଅନ୍ୟ କେତେକ ଅସୁବିଧା ଦର୍ଶାଇ କୁଇଣ୍ଟାଲ ପ୍ରତି ୧୦ କିଲୋ କଟ୍‌ନୀ, ଛଟ୍‌ନୀ ହେଉଥିବାରୁ ଚାଷୀମାନେ ସେଠାରେ ବିକ୍ରି କରିବାକୁ ପସନ୍ଦ କରୁନାହାନ୍ତି ା ଚାଷୀମାନେ ସମବାୟ ସମିତିରେ ବିକ୍ରି ମୂଲ୍ୟ ପାଇବାରେ ବିଳମ୍ବ, ସମବାୟ ବ୍ୟାଙ୍କକୁ ଦୌଡିବା ଏବଂ କର୍ମଚାରୀଙ୍କ ଅସହଯୋଗ ଯୋଗୁ ଚାଷୀମାନେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି ା ଅନ୍ୟପକ୍ଷରେ ଚିନାବାଦାମ ପ୍ରୋସେସିଂର ବ୍ୟବସ୍ଥା ନ ଥିବାରୁ ପଶ୍ଚିମବଙ୍ଗ ବ୍ୟବସାୟୀ କିଣି ନେଇ ଦୀଘା, କାନ୍ଥି, ଖଡଗପୁର, ବେଲଦା କିମ୍ବା କୋଲକାତା ନେଇ ମଞ୍ଜି ବାହାର କରିବା ଓ ଖାଦ୍ୟ ପ୍ରକ୍ରିୟାକରଣ କରୁଥିବାରୁ ସେଠାରେ ଚାହିଦା ଅଧିକ ହୋଇଥାଏ। ଅନ୍ୟପକ୍ଷରେ ଉପତ୍ନ୍ନ ହେଉଥିବା ସ୍ଥାନଗୁଡିକରେ ଗୋଦାମ ଘର ନିର୍ମାଣ କରି ଗଚ୍ଛିତ କରି ରଖିପାରିଲେ ପରେ ତାହା ଅଧିକ ମୂଲ୍ୟରେ ବିକ୍ରି କରି ଚାଷୀ ଅଧିକ ଲାଭବାନ ହୋଇପାରନ୍ତା ା ଏ ସମ୍ପର୍କରେ ଚାଷୀ ରବୀନ୍ଦ୍ର ଜେନା, ଭାନୁଚରଣ ପ୍ରମାଣିକ, ଭାସ୍କର ମହାନ୍ତି, ଜଗନ୍ନାଥ ରଣା, ବ୍ରଜେନ୍ଦ୍ର ମହାନ୍ତି, ଗଜେନ୍ଦ୍ର ମହାନ୍ତି, କାଳିଚରଣ ବେହେରା ପ୍ରମୁଖ ଚାଷୀ ସ୍ବତନ୍ତ୍ର ସୁବିଧା ସୁଯୋଗ ବ୍ୟବସ୍ଥା, ଅମଳପରେ ବଜାର ସୃଷ୍ଟି କରିବା ଓ ପ୍ରକ୍ରିୟାକରଣର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri