ଆରମ୍ଭରୁ ଧାନର ଅଭାବୀ ବିକ୍ରି

ଚାନ୍ଦବାଲି,୧୦।୧୨(ଡି.ଏନ୍‌.ଏ.): ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ଗୋଷ୍ଠୀ ମାଧ୍ୟମରେ ଅନ୍‌ଲାଇନ ପଞ୍ଜୀକରଣ କରାଯାଇଛି। ହେଲେ ଚଳିତବର୍ଷ ଖରିଫ ଧାନ ଅମଳ ଆରମ୍ଭରୁ ଭଦ୍ରକ ଜିଲା ଚାନ୍ଦବାଲିରେ ଅଭାବୀ ବିକ୍ରି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଦୁଇଟି ଧାନ ବୋଝେଇ ଟ୍ରକ୍‌କୁ ଗୁରୁବାର ରାତିରେ ମତୋ ଫାଣ୍ଡି ପୋଲିସ ଅଟକ ରଖିଥିଲା। ଚାନ୍ଦବାଲି ଅଞ୍ଚଳରୁ ବେପାରୀମାନଙ୍କ ମାଧ୍ୟମରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଲୋଡ୍‌ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପାଞ୍ଚପଡ଼ା ନିକଟରେ ଥିବା ଆର୍‌ଏମ୍‌ସି ଚେକ୍‌ଗେଟ୍‌ର କମର୍ଚାରୀ ଅଟକାଇବାରୁ ଟ୍ରକ୍‌ ଦୁଇଟି ଦ୍ରୁତଗତିରେ ପଳାଇଥିଲେ। ଖବରପାଇ ମତୋ ଫାଣ୍ଡି ପୋଲିସ ଅଟକାଇବା ପରେ ମୁଖ୍ୟରାସ୍ତା କିଛି ସମୟ ପାଇଁ ଜନଗହଳି ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଚାନ୍ଦବାଲି ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ସରକାରୀ ଚାଲାଣ ନ ଥାଇ ଧାନ ବୋଝେଇ ହୋଇଥିବାରୁ ଟ୍ରକ୍‌ ଦୁଇଟିକୁ ମତୋ ଫାଣ୍ଡିକୁ ନିଆଯାଇଥିଲା। ଏତେ ପରିମାଣର ଧାନ ପଶ୍ଚିମବଙ୍ଗ ବେପାରୀମାନେ କାହା ଦ୍ୱାରା ଓ କେମିତି ନେଉଥିଲେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ଦୁଇଦିନରେ ମୋଟ ୧୨ଟି ଧାନ ବୋଝେଇ ଟ୍ରକ୍‌ ଅଟକ ରଖାଯାଇଛି। ସେଥିମଧ୍ୟରୁ ଖେରଙ୍ଗ ଆର୍‌ଏମ୍‌ସି ଚେକ୍‌ଗେଟରେ ଗୁରୁବାର ରାତିରେ ୬ଟି ଓ ପାଞ୍ଚପଡ଼ା ଆର୍‌ଏମ୍‌ସି ଚେକ୍‌ଗେଟ୍‌ରେ ଶୁକ୍ରବାର ୪ଟି ଅଟକ ରଖାଯାଇଥିଲା। ଆର୍‌ଏମ୍‌ସି ପକ୍ଷରୁ ଏହି ୧୨ଟି ଗାଡ଼ିରୁ ୮୦ ହଜାର ଟଙ୍କା ଚାଲାଣ କଟାଯାଇ ଛାଡ଼ି ଦିଆଯାଇଛି। ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଓ ଥାନାଧିକାରୀ କରୁଣାକର ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଜିଲାରେ ଆସନ୍ତା ୨୮ ତାରିଖରେ ମଣ୍ଡି ଖୋଲିବାକୁ ପ୍ରଶାସନିକ ସ୍ତରରେ ଧାର୍ଯ୍ୟ ହୋଇଛି। ମଣ୍ଡି ଖୋଲାଯାଇ ଧାନକିଣା ଆରମ୍ଭ ହେଲା ବେଳକୁ ଅମଳ ପ୍ରାୟ ସରିଯାଇଥିବ। ଲଘୁଚାପ ବର୍ଷାରୁ ଧାନକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ନ ଥିବା ଓ ଚାଷ ପାଇଁ କରିଥିବା ଧାର କରଜ ଶୁଝିବାକୁ ଚାଷୀମାନେ କମ୍‌ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏହାର ସୁଯୋଗ ନେଇ ପ୍ରତିବର୍ଷ ରାଜ୍ୟ ବାହାରୁ ଆସୁଥିବା ଦଲାଲମାନେ ସ୍ଥାନୀୟ ବେପାରୀ ମାଧ୍ୟମରେ କମ୍‌ ଦରରେ ଧାନ କିଣି ମାଲାମାଲ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri