ବାସିଫୁଲ ଦେଇଛି ପରିଚୟ: ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରି…

ସମ୍ବଲପୁର,୨ା୩(ଭବାନୀ ଶଙ୍କର ଭୋଇ): ବାସିଫୁଲ ଦେଇଛି ପରିଚୟ। ବିଭିନ୍ନ ମନ୍ଦିରରୁ ବାସିଫୁଲ ସଂଗ୍ରହ କରି ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରୁଥିବା ସମ୍ବଲପୁରର ପୁନମ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ସର୍ବଭାରତୀୟ ପ୍ରଦର୍ଶନୀରେ ଭାଗନେବା ପାଇଁ ମନୋନୀତ ହୋଇ ରାଜସ୍ଥାନର ଜୟପୁରକୁ ଯାଉଛନ୍ତିି। ଆସନ୍ତା ୩ରୁ ୫ତାରିଖ ପର୍ଯ୍ୟନ୍ତ ଜୟପୁରରେ ପରିବେଶ ସୁରକ୍ଷା ଏବଂ ସାମାଜିକ ବିକାଶକୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବାସିଫୁଲରୁ ଅଗରବତୀ ଏବଂ ଅବିର ତିଆରି କରୁଥିବା ସମ୍ବଲପୁରର ପୁନମ ସ୍ବୟଂ ସହାୟକ ଗୋଷ୍ଠୀ ଭାଗନେଇ ନିଜର ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରି କରିବ। ବ୍ୟବହୃତ ସାମଗ୍ରୀର ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାର ଉପଯୋଗୀ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ସମ୍ମିଳନୀରେ ଦେଶର ୧୫ଟି ଅନୁଷ୍ଠାନକୁ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।

ପରିବେଶ ମନ୍ତ୍ରଣାଳୟ ସହଯୋଗରେ ମହୁଆ ସଙ୍ଗଠନ ଏହା ଆୟୋଜନ କରୁଛି। ଏସିଆ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଏବଂ ସାମାଜିକ ଆୟୋଗ ପକ୍ଷରୁ ଏହି ସମ୍ମିଳନୀକୁ ସହଯୋଗ କରାଯାଉଛି। ଏଥିରେ ଜାପାନ ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟ ଅଂଶଗ୍ରହଣ କରିବ। ଏହି କାର୍ଯ୍ୟକ୍ରମରେ ପୁନମ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଅବିର ଏବଂ ସୁଗନ୍ଧିତ ଅଗରବତୀ ତିଆରିରେ ସହଯୋଗ କରୁଥିବା ମହିଳାମାନେ ମଧ୍ୟ ଭାଗନେବେ। ତା’ ସହିତ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସମ୍ବଲପୁରର ବିଭିନ୍ନ ମନ୍ଦିରରେ ଦେବଦେବୀଙ୍କଠାରେ ବ୍ୟବହୃତ ଫୁଲ ପୂର୍ବରୁ ଆବର୍ଜନାରେ ପରିଣତ ହେଉଥିଲା। ଦେଢବର୍ଷ ତଳେ ଏହାକୁ ପୁନଃ ଉପଯୋଗ କରାଯିବା ପାଇଁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚେଷ୍ଟା କରାଯାଇଥିଲା। ଏହାପରେ ବାସିଫୁଲକୁ ବ୍ୟବହାର କରି ସୁଗନ୍ଧିତ ଅଗରବତୀ ଏବଂ ପ୍ରାକୃତିକ ଅବିର ତିଆରି କରିବା ପାଇଁ ପୁନମ ସ୍ବୟଂ ସହାୟକ ଗୋଷ୍ଠୀକୁ ତାଲିମ ଦିଆଯାଇଥିଲା। ସୁଧାର ଗୃହରେ ରହୁଥିବା ଅନ୍ତେବାସୀଙ୍କୁ ମଧ୍ୟ ଏହି କାମରେ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri