ପୁନମ୍‌ ବହୁତ ଭଲ, ହେଲେ ବିଶ୍ୱସ୍ତ ନୁହନ୍ତି: ସାମ୍‌

ବମ୍ବେ: ପୁଣି ଚର୍ଚ୍ଚାରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ଅପ୍‌’ରେ ସେ ନଜର ଆସୁଥିବା ବେଳେ ସ୍ବାମୀ ସାମ ବମ୍ବେଙ୍କ ବିରୋଧରେ ବିଷଦ୍‌ଗାର କରୁଛନ୍ତି । ସ୍ବାମୀ ତାଙ୍କୁ ନିର୍ଯାତନା ଦେଇଥିବାର କାହାଣୀ ସେ ବାରମ୍ବାର କହୁଥିବା ଦେଖାଯାଉଛି । ଏବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାମ୍‌ । ସେ ସ୍ତ୍ରୀ ପୁନମ ଲଗାଉଥିବା ନିର୍ଯାତନା ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛନ୍ତି ।

ସେ କୁହନ୍ତି, ମୋ’ ସ୍ତ୍ରୀ ବହୁତ ଭଲ । ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଆମେ ପରସ୍ପରର ହାତ ଧରିଥିଲୁ। ହେଲେ ସେ ବିବାହର ତାତ୍ପର୍ଯ୍ୟ ତଥା ଗମ୍ଭୀରତାକୁ ବୁଝିପାରିଲେ ନାହିଁ । ତାଙ୍କ ଭିତରେ ବହୁତ ଭଲ ଗୁଣ ଅଛି ହେଲେ ସେ ବିଶ୍ୱସ୍ତ ନୁହନ୍ତି । ସେ ଜଣେ ଧୋକାବାଜ୍‌ । ସେ ଲଗାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ପୁନମ ସବୁବେଳେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣୁଛନ୍ତି । ଏପରିକି ଘରେ, ବାହାରେ ମୋ’ ନାଁରେ ଅପପ୍ରଚାର ଚଳାଇଛନ୍ତି । ହେଲେ ତାଙ୍କୁ ଜଣାନାହିଁ ଘରୋଇ ହିଂସା କ’ଣ । ଏପରିକି ଆମ ହନିମୁନ ସମୟରେ ତାଙ୍କ ଗୋଟିଏ କଲ୍‌ରେ ପୋଲିସ ଆସି ମୋତେ ବାନ୍ଧିଥିଲା । ହେଲେ ଜଣେ ପୁରୁଷ ନିର୍ଯ୍ୟାତନାର ଶିକାର ହେଲେ ୨୦ ଥର ଫୋନ କଲେବି ପୋଲିସ ତାଙ୍କ କଥାକୁ ଗୁରୁତ୍ୱର ସହ ନେଇ ନ ଥାଏ । ଯାହାକି ମୋ ସହ ଘଟୁଛି ବୋଲି ସାମ କହିଛନ୍ତି ।

ନିଜ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼ ସମ୍ପର୍କରେ ସାମ୍‌ କହିଛନ୍ତି, ଆମ ସମ୍ପର୍କରେ ଦେଖାଦେଇଥିବା ଫାଟର ମୁଖ୍ୟ କାରଣ ହେଉଛି ଅହଂକାର । ଆମ ୨ ଜଣ ପତିପତ୍ନୀ ଭାବେ ପ୍ରଥମେ କିଛି ଦିନ ଚଳିଥିଲେ ମଧ୍ୟ ଆମ ଉଭୟଙ୍କ ମଧ୍ୟରେ ସବୁବେଳେ ଅହଂଙ୍କାର ଦେଖାଦେଲା । ଅପରପକ୍ଷେ ପୁନମ ସର୍ବଦା ଚର୍ଚ୍ଚାରେ ରହିବାକୁ ଭଲ ପାଇଥାନ୍ତି । ଏଥିପାଇଁ ସେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । ଆମ ଭିତରେ ଯାହା ସବୁ ଘଟିଲା ତାହା ପାଇଁ ମୁଁ କ୍ଷମା ପ୍ରାର୍ଥନା ବି କରିଛି । ହେଲେ ଏହାସତ୍ତ୍ୱେ ଆମ ସମ୍ପର୍କ ତିଷ୍ଠି ପାରିଲା ନାହିଁ ବୋଲି ସେ କହିଛନ୍ତି।

ତେବେ ପୁନମ ୨୦୨୦ ସେପ୍ଟେମ୍ବରରେ  ବୟଫ୍ରେଣ୍ଡ ତଥା ପ୍ରଯୋଜକ ସାମ୍‌ଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ପରେ ସାମ୍‌ଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ପୁନମ । ଏପରିକି ୨୦୨୧ ନଭେମ୍ବରରେ ପୁନମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ନିର୍ଯାତନା ଅଭିଯୋଗରେ ସାମଙ୍କୁ ପୋଲିସ ବାନ୍ଧିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri