Categories: ବାଣିଜ୍ୟ

ଦି ମ୍ୟାନ୍‌ ଗାର୍ମେଣ୍ଟସ ଷ୍ଟୋରର ପୂଜା ଅଫର

କଟକ,୨୮।୯: ଚଳିତ ବର୍ଷର ପାର୍ବଣ ଋତୁ ଅବସରରେ ‘ଦି ମ୍ୟାନ୍‌ ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରର ନୂତନ ଆଉଟ୍‌ଲେଟ୍‌ କଟକର ମଙ୍ଗଳାବାଗଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମହିଳା ଉଦ୍ୟୋଗୀ ଶକୁନ୍ତଳା ଦେବୀ ଓ ପ୍ରୀତି ଗିଲ୍‌ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ଏ ସମ୍ପର୍କରେ କେକେସିଏଲ୍‌ର ଡିଜିଏମ୍‌ ତପେଶ ଚତୁର୍ବେଦୀ କହିଛନ୍ତି, ଗୋଟିଏ ଛାତ ତଳେ ସ୍ପାଇକର, ଲ ମ୍ୟାନ୍‌ ପିଜି୩ ଇଣ୍ଟିଗ୍ରିଟି, ଲି କୁପର, ଜନ ପ୍ଲେୟାର, ୟୁଏସ୍‌ ପୋଲୋ, ଇଣ୍ଡିଆନ ତାରେନ, ଜେ ହାମଷ୍ଟେଡ୍‌, ମଣ୍ଟ ବ୍ୟାଙ୍କୋ ଭଳି ମଲ୍ଟି ବ୍ରାଣ୍ଡ୍‌ର ପୋଷାକ ମିଳୁଥିବାରୁ ଗ୍ରାହକ ନିଜର ମନପସନ୍ଦର ପୋଷାକ ଏଠାରୁ ପାଇପାରିବେ। ଏପରିକି ଚଳିତ ପାର୍ବଣ ପାଇଁ ବିଭିନ୍ନ ବ୍ରାଣ୍ଡର ପୋଷାକ ଉପରେ ଗ୍ରାହକ ୭%ରୁ ଆରମ୍ଭକରି କ୍ୟାଶ୍‌ବ୍ୟାକ ଓ ପ୍ରମୋ ଗିଫ୍ଟର ସୁବିଧା ମଧ୍ୟ ପାଇପାରିବେ ବୋଲି ଚତୁର୍ବେଦୀ ସୂଚନା ଦେଇଛନ୍ତି। ବିଶେଷକରି ଦି ମ୍ୟାନ୍‌ ଷ୍ଟୋରରେ ୧୮ରୁ ୫୦ବର୍ଷ ବୟସର ଗ୍ରାହକଙ୍କ ପାଇଁ ଡେନିମ ଶାର୍ଟ, ଟି-ଶର୍ଟ, ଟ୍ରାଉଜର, ବରମୁଣ୍ଡା ସର୍ଟ ଭଳି ପୋଷାକ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ଫ୍ରାଞ୍ଚାଇଜ୍‌ ରଭି ଗିଲ୍‌ରା ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କୋଭିଡ୍‌ କଟକଣା ଯୋଗୁ ଗତ ୨ ବର୍ଷ ହେବ ବ୍ୟବସାୟ ଆଶାନୁରୂପ ଭାବେ ହୋଇପାରି ନ ଥିଲା ବେଳେ ଚଳିତବର୍ଷ ଏଥିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ରାଣ୍ଡ୍‌ର ମାଷ୍ଟର ଫ୍ରାଞ୍ଚାଇଜ୍‌ ଥିବା ଯୁବ ଉଦ୍ୟୋଗୀ ଦୀପକ ଅଗ୍ରୱାଲ, ରାଜେଶ ଅଗ୍ରୱାଲ ଓ ବିନୋଦ ଅଗ୍ରୱାଲ ଦି ମ୍ୟାନ୍‌ ଷ୍ଟୋରର ଆଉଟ୍‌ଲେଟ୍‌ ଖୋଲି ଗ୍ରାହକମାନଙ୍କୁ ସେମାନଙ୍କର ମନପସନ୍ଦର ଡ୍ରେସ୍‌ (ପୋଷାକ) ଯୋଗାଇ ଦେଉଛନ୍ତି ବୋଲି ଗିଲରା ସୂଚନା ଦେଇଛନ୍ତି।

Share