ଦି ମ୍ୟାନ୍‌ ଗାର୍ମେଣ୍ଟସ ଷ୍ଟୋରର ପୂଜା ଅଫର

କଟକ,୨୮।୯: ଚଳିତ ବର୍ଷର ପାର୍ବଣ ଋତୁ ଅବସରରେ ‘ଦି ମ୍ୟାନ୍‌ ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରର ନୂତନ ଆଉଟ୍‌ଲେଟ୍‌ କଟକର ମଙ୍ଗଳାବାଗଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମହିଳା ଉଦ୍ୟୋଗୀ ଶକୁନ୍ତଳା ଦେବୀ ଓ ପ୍ରୀତି ଗିଲ୍‌ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ଏ ସମ୍ପର୍କରେ କେକେସିଏଲ୍‌ର ଡିଜିଏମ୍‌ ତପେଶ ଚତୁର୍ବେଦୀ କହିଛନ୍ତି, ଗୋଟିଏ ଛାତ ତଳେ ସ୍ପାଇକର, ଲ ମ୍ୟାନ୍‌ ପିଜି୩ ଇଣ୍ଟିଗ୍ରିଟି, ଲି କୁପର, ଜନ ପ୍ଲେୟାର, ୟୁଏସ୍‌ ପୋଲୋ, ଇଣ୍ଡିଆନ ତାରେନ, ଜେ ହାମଷ୍ଟେଡ୍‌, ମଣ୍ଟ ବ୍ୟାଙ୍କୋ ଭଳି ମଲ୍ଟି ବ୍ରାଣ୍ଡ୍‌ର ପୋଷାକ ମିଳୁଥିବାରୁ ଗ୍ରାହକ ନିଜର ମନପସନ୍ଦର ପୋଷାକ ଏଠାରୁ ପାଇପାରିବେ। ଏପରିକି ଚଳିତ ପାର୍ବଣ ପାଇଁ ବିଭିନ୍ନ ବ୍ରାଣ୍ଡର ପୋଷାକ ଉପରେ ଗ୍ରାହକ ୭%ରୁ ଆରମ୍ଭକରି କ୍ୟାଶ୍‌ବ୍ୟାକ ଓ ପ୍ରମୋ ଗିଫ୍ଟର ସୁବିଧା ମଧ୍ୟ ପାଇପାରିବେ ବୋଲି ଚତୁର୍ବେଦୀ ସୂଚନା ଦେଇଛନ୍ତି। ବିଶେଷକରି ଦି ମ୍ୟାନ୍‌ ଷ୍ଟୋରରେ ୧୮ରୁ ୫୦ବର୍ଷ ବୟସର ଗ୍ରାହକଙ୍କ ପାଇଁ ଡେନିମ ଶାର୍ଟ, ଟି-ଶର୍ଟ, ଟ୍ରାଉଜର, ବରମୁଣ୍ଡା ସର୍ଟ ଭଳି ପୋଷାକ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ଫ୍ରାଞ୍ଚାଇଜ୍‌ ରଭି ଗିଲ୍‌ରା ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କୋଭିଡ୍‌ କଟକଣା ଯୋଗୁ ଗତ ୨ ବର୍ଷ ହେବ ବ୍ୟବସାୟ ଆଶାନୁରୂପ ଭାବେ ହୋଇପାରି ନ ଥିଲା ବେଳେ ଚଳିତବର୍ଷ ଏଥିରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ରାଣ୍ଡ୍‌ର ମାଷ୍ଟର ଫ୍ରାଞ୍ଚାଇଜ୍‌ ଥିବା ଯୁବ ଉଦ୍ୟୋଗୀ ଦୀପକ ଅଗ୍ରୱାଲ, ରାଜେଶ ଅଗ୍ରୱାଲ ଓ ବିନୋଦ ଅଗ୍ରୱାଲ ଦି ମ୍ୟାନ୍‌ ଷ୍ଟୋରର ଆଉଟ୍‌ଲେଟ୍‌ ଖୋଲି ଗ୍ରାହକମାନଙ୍କୁ ସେମାନଙ୍କର ମନପସନ୍ଦର ଡ୍ରେସ୍‌ (ପୋଷାକ) ଯୋଗାଇ ଦେଉଛନ୍ତି ବୋଲି ଗିଲରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri