ଫିଲ୍ମ ବ୍ରହ୍ମାସ୍ତ୍ରକୁ ପଛରେ ପକାଇଲା ‘ପୋନ୍ନିୟିନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ବର୍ତ୍ତମାନ ଏହି ଫିଲ୍ମଟି ୪୫୦ କୋଟିରୁ ଅଧିକ ଆୟ କରି ସୁପରହିଟ୍‌ ଫିଲ୍ମ ବ୍ରହ୍ମାସ୍ତ୍ର ଏବଂ ବିକ୍ରମକୁ ପଛରେ ପକାଇଛି। ଏହାସହ ଚଳିତ ବର୍ଷ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ରରେ ସାମିଲ ହୋଇଛି। ଫିଲ୍ମଟି ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଥିଲା। ଚୋଳ ସାମ୍ରାଜ୍ୟର କାହାଣୀକୁ ନେଇ ଫିଲ୍ମଟି ପରଦାକୁ ଆସିଥିଲା। ରିପୋର୍ଟ ଅନୁଯାୟୀ, ସର୍ବ ଭାରତୀୟ ସ୍ତରରେ ‘ପୋନ୍ନିୟନ ସେଲଭନ’ ୪୫୫ କୋଟି ଆୟ କରିଥିବା ବେଳେ ଫିଲ୍ମ ବ୍ରହ୍ମାସ୍ତ୍ର ୪୩୧ କୋଟି ଏବଂ ବିକ୍ରମ ୪୪୩ କୋଟି ଆୟ କରିଛି।

Share