ପଲିଥିନ କଟକଣା ଧର୍ମକୁ ଆଖିଠାର

ସୋନପୁର,୯।୬(ନି.ପ୍ର.): ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ ଗଠନର ଲକ୍ଷ୍ୟ ନେଇ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ବିଜ୍ଞପ୍ତି ସଂଖ୍ୟା ଜିଆରଏସ/୩୨୦(ଇ)କୁ ଆଧାର କରି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲାସ୍ତରୀୟ ବୈଠକରେ ପଲିଥିନ ବ୍ୟବହାର ନ କରିବା ନେଇ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି । ନିଷ୍ପତ୍ତି ଅନୁଯାୟୀ ସୁବର୍ଣ୍ଣପୁରରେ ୫୦ ମାଇକ୍ରୋନ୍‌ରୁ କମ୍‌ ମୋଟେଇ ବିଶିଷ୍ଟ କୌଣସି ପଲିଥିନ, ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଆଦିର ସାର୍ବଜନିନ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ପଲିଥିନ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ୫୦ ମାଇକ୍ରୋନ୍‌ରୁ କମ୍‌ ମୋଟେଇର ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବିକ୍ରି କରୁଥିବା ବ୍ୟବସାୟୀ, ହୋଲସେଲରଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ମ୍ୟୁନିସିପାଲିଟି ପକ୍ଷରୁ ମଝିରେ ମଝିରେ ସହରରେ ଚଢାଉ କରାଯାଉଛି । ଏହା ସତ୍ତ୍ୱେ ପ୍ରତିଦିନ ପୌରାଞ୍ଚଳରେ ଟ୍ରାକ୍ଟର ଓ ଅନ୍ୟ ଯାନ ଯୋଗେ କୂଢ କୁଢ ପଲିଥିନ ସହରର ବିଭିନ୍ନ ସ୍ଥାନରୁ ଉଠାଯାଉଛି । ଅନ୍ୟପକ୍ଷେ ପ୍ରତିଦିନ ସହରର ୧୫ଟି ଓ୍ବାର୍ଡରୁ ୧୦ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ମ୍ୟୁନିସିପାଲିଟି ଅଞ୍ଚଳରୁ ବାହାରୁଛି । ମାତ୍ର ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସହରରେ ଠିକ୍‌ ଭାବେ କରାଯାଉନି । ଅନ୍ୟପଟେ ପ୍ରତିଦିନ ବ୍ୟାପକ ଭାବରେ ବ୍ୟବହୃତ ହେଉଥିବା ପଲିଥିନ ସହରର ସୁସ୍ଥ ପରିବେଶ ପ୍ରତି ବିପଦ ସୃଷ୍ଟି କଲାଣି। ଜିଲା ସଦର ମହକୁମା ବସଷ୍ଟାଣ୍ଡ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ପ୍ରତିଦିନ ସକାଳେ ପଲିଥିନଗୁଡିକୁ ଠୁଳ କରି ସଫେଇ କର୍ମଚାରୀଙ୍କ ଦ୍ୱାରା ନିଆଁ ଲଗାଇ ଦିଆଯାଉଛି । ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରା ଯାଇପାରୁନି । ସହରରେ ବେଧଡକ ଭାବରେ ଅତି ନିମ୍ନମାନର ପଲିଥିନ ବ୍ୟାଗ୍‌ ସବୁ ବ୍ୟବହାର କରାଯାଉଛି । ତେଣୁ ଉତ୍ତମ ପରିବେଶ ପାଇଁ ଜିଲାରେ ପଲିଥିନ କଟକଣାକୁ ଦୃଢ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ସ୍କାଡ୍‌ ଗଠନ କରାଯିବା ସହିତ ବେଆଇନ ପଲିଥିନ ବ୍ୟବହାରକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ପ୍ରକାଶ ଯେ, ପ୍ଲାଷ୍ଟିକ୍‌ର ବ୍ୟାପକ ତଥା ଅନିୟନ୍ତ୍ରିତ ବ୍ୟବହାର ସମଗ୍ର ବିଶ୍ୱକୁ ପ୍ରଭାବିତ କରିଚାଲିଛି । ପରିତ୍ୟକ୍ତ ପଲିଥିନ ବ୍ୟାଗ୍‌, ପାଣି ବୋତଲ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ପଦାର୍ଥ ପରିବେଶରେ ବ୍ୟାପକ ପ୍ରଦୂଷଣ ଘଟାଉଛି । କାରଣ ପ୍ଲାଷ୍ଟିକ ଅଣୁଜୀବ ମାନଙ୍କ ଦ୍ୱାରା ବିଘଟିତ ହୁଏ ନାହିଁ ଏବଂ ଦୀର୍ଘ ସମୟ ଧରି ପରିବେଶରେ ଗଚ୍ଛିତ ରୁହେ । ପଲିଥିନ ମିଶା ଖାଦ୍ୟ ଖାଇବା ପରେ ବୁଲା ଗାଇ, ଗୋରୁ ଅସୁସ୍ଥ ହେଉଛନ୍ତି । ପଲିଥିନ ଦ୍ୱାରା ଜଳ ଓ ପରିବେଶ ପ୍ରଦୂଷିତ ହେଉଛି । ସୁବର୍ଣ୍ଣପୁର ସହରର ବର୍ଜ୍ୟବସ୍ତୁ ଓ ମଇଳା ଡ୍ରେନ୍‌ ଦ୍ୱାରା ସିଧାସଳଖ ମହାନଦୀର ବିଭିନ୍ନ ଘାଟରେ ମିଶୁଛି । ଏଥିଯୋଗୁ ନଦୀ ଜଳ ଜହର ହେଉଥିଲା ବେଳେ ପ୍ରଶାସନ କିମ୍ବା ମ୍ୟୁନିସିପାଲିଟି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । କିଛି ବର୍ଷ ପୂର୍ବରୁ ଯୁବ ସାମାଜିକ କର୍ମୀ ଘାସିରାମ ପଣ୍ଡା ଏଥିନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ। ତେବେ ସହରରେ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରା ଯାଇଥିବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ମାତ୍ର ପ୍ରକୃତ ପକ୍ଷେ ମ୍ୟୁନିସିପାଲିଟି ପକ୍ଷରୁ ସେମିତି କିଛି ଦୃଢ ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri