ବ୍ରାହ୍ମଣୀ କଇଁଛଙ୍କୁ ପ୍ରଦୂଷଣ ବିପତ୍ତି

ଢେଙ୍କାନାଳ ଅଫିସ, ୧୮।୭ – ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ‘ବ୍ରାହ୍ମଣୀ’ ବିପଦରେ। ନଦୀ ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା କଳକାରଖାନାର ବର୍ଜ୍ୟଜଳ ଏହାର ପାଣିକୁ ଅତିମାତ୍ରାରେ ପ୍ରଦୂଷିତ କରିଦେଇଛି। ପ୍ରଦୂଷଣ ପ୍ରଭାବ ଏତେ ବଢ଼ିଗଲାଣି ଯେ, ଦୀର୍ଘ ଆୟୁବିଶିଷ୍ଟ କଇଁଛ ଭଳି ଜଳଚର ଜୀବ, ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି। ଏଥିରୁ ପ୍ରଦୂଷଣ କେତେ ବିପଜ୍ଜନକସ୍ତରରେ ରହିଛି, ତାହା ସ୍ପଷ୍ଟ ଅନୁମେୟ। ମଧୁର ଜଳ କଇଁଛଙ୍କ ପ୍ରାକୃତିକ ଅନ୍ତୁଡ଼ିଶାଳ ଭାବେ ପରିଚିତ ଢେଙ୍କାନାଳରେ ପ୍ରବାହିତ ବ୍ରାହ୍ମଣୀ ନଦୀଶଯ୍ୟାରେ ଏଭଳି ଦୃଶ୍ୟ ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ବର୍ଷ କେଇଟାରେ ବ୍ରାହ୍ମଣୀ ଜଳଜ ଜୀବଙ୍କ କବରସ୍ଥଳୀ ପାଲଟିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସଦର ରେଞ୍ଜ୍‌ ଅଧୀନ ବଣସିଂହ, ରାଧାଦେଈପୁର, କାମାକ୍ଷାନଗର ରେଞ୍ଜ୍‌ ରାଙ୍କିଆ, ବୁଢ଼ୀବିଲି ନିକଟ ବ୍ରାହ୍ମଣୀ ନଦୀଶଯ୍ୟା ଗତକିଛି ବର୍ଷ ହେଲା ମଧୁର ଜଳ କଇଁଛଙ୍କ ଗଣ ଅଣ୍ଡାଦାନର ଠିକଣା ପାଲଟିଛି। ପ୍ରତିବର୍ଷ ନଭେମ୍ବରରୁ ସେମାନେ ଏଠାକୁ ଆସି ଅଣ୍ଡାଦାନ କରିଥାଆନ୍ତି। କଇଁଛଙ୍କ ସମାଗମ ବଢୁଥିବାରୁ ଅଣ୍ଡାଦାନ ସ୍ଥଳ ଉପରେ ବନ ବିଭାଗ କଡ଼ା ନଜର ରଖିଛି। ବ୍ରାହ୍ମଣୀ କଇଁଛ ସୁରକ୍ଷା ସମିତି ପକ୍ଷରୁ କଇଁଛ ଏବଂ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରାଯାଉଛି। ଗତବର୍ଷ ୯୦୦ରୁ ୧୦୦୦ ଅଣ୍ଡାଦାନ ହୋଇଥିବାବେଳେ ବହୁସଂଖ୍ୟାକ କଇଁଛ ଶାବକ ଅଣ୍ଡାରୁ ଫୁଟି ନଦୀକୁ ଯାଇଛନ୍ତି। ତେବେ ଜଳ ପ୍ରଦୂଷଣ କାରଣରୁ ଏବେ କଇଁଛମାନେ ମରୁଛନ୍ତି। ଓଡ଼ାପଡ଼ା ବ୍ଲକ କୁଶୁପଙ୍ଗା ଗ୍ରାମ ନଦୀ କୂଳରେ ରବିବାର ୩୦ କେଜିରୁ ଊର୍ଦ୍ଧ୍ୱ ଓଜନର ଏକ ବଡ଼ କଇଁଛ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ଏହାକୁ ଦେଖିଥିଲେ। ଦୂଷିତ ଜଳ ଯୋଗୁ କଇଁଛଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବାବେଳେ ସମ୍ପୃକ୍ତ ଯୁବକମାନେ ଏହାକୁ ନଦୀରେ ଭସାଇ ଦେଇଥିଲେ। ଲଗାତର ଭାବେ ଏଭଳି କଇଁଛଙ୍କ ମୃତ୍ୟୁ ଘଟୁଥିବା ସ୍ଥାନୀୟ ଲୋକେ କହୁଥିବାବେଳେ ବନ ବିଭାଗ ନିକଟରେ ଏହାର ସୂଚନା ନ ଥିବା ଆଲୋଚନାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ବ୍ରାହ୍ମଣୀ କଇଁଛ ସୁରକ୍ଷା ସମିତି ଆବାହକ ରାଜେନ୍ଦ୍ର ପାଣିଗ୍ରାହୀ କୁହନ୍ତି, ମାଛ ଧରିବା ପାଇଁ ନଦୀରେ ଡିନାମାଇଟ ବିସ୍ଫୋରଣ କରାଯାଉଛି। ନଦୀ ନିକଟବର୍ତ୍ତୀ ଶିଳ୍ପାନୁଷ୍ଠାନର ଦୂଷିତ ଜଳ ସିଧାସଳଖ ପାଣିରେ ମିଶୁଛି। ଫଳରେ କଇଁଛ ଏବଂ ଅନ୍ୟ ଜଳଚର ଜୀବଙ୍କ ମୃତ୍ୟୁ ଘଟୁଥିବା ସନ୍ଦେହ କରାଯାଉଛି। ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ବନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣାର ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri