ବ୍ରାହ୍ମଣୀ କଇଁଛଙ୍କୁ ପ୍ରଦୂଷଣ ବିପତ୍ତି

ଢେଙ୍କାନାଳ ଅଫିସ, ୧୮।୭ – ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ‘ବ୍ରାହ୍ମଣୀ’ ବିପଦରେ। ନଦୀ ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା କଳକାରଖାନାର ବର୍ଜ୍ୟଜଳ ଏହାର ପାଣିକୁ ଅତିମାତ୍ରାରେ ପ୍ରଦୂଷିତ କରିଦେଇଛି। ପ୍ରଦୂଷଣ ପ୍ରଭାବ ଏତେ ବଢ଼ିଗଲାଣି ଯେ, ଦୀର୍ଘ ଆୟୁବିଶିଷ୍ଟ କଇଁଛ ଭଳି ଜଳଚର ଜୀବ, ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି। ଏଥିରୁ ପ୍ରଦୂଷଣ କେତେ ବିପଜ୍ଜନକସ୍ତରରେ ରହିଛି, ତାହା ସ୍ପଷ୍ଟ ଅନୁମେୟ। ମଧୁର ଜଳ କଇଁଛଙ୍କ ପ୍ରାକୃତିକ ଅନ୍ତୁଡ଼ିଶାଳ ଭାବେ ପରିଚିତ ଢେଙ୍କାନାଳରେ ପ୍ରବାହିତ ବ୍ରାହ୍ମଣୀ ନଦୀଶଯ୍ୟାରେ ଏଭଳି ଦୃଶ୍ୟ ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ବର୍ଷ କେଇଟାରେ ବ୍ରାହ୍ମଣୀ ଜଳଜ ଜୀବଙ୍କ କବରସ୍ଥଳୀ ପାଲଟିବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସଦର ରେଞ୍ଜ୍‌ ଅଧୀନ ବଣସିଂହ, ରାଧାଦେଈପୁର, କାମାକ୍ଷାନଗର ରେଞ୍ଜ୍‌ ରାଙ୍କିଆ, ବୁଢ଼ୀବିଲି ନିକଟ ବ୍ରାହ୍ମଣୀ ନଦୀଶଯ୍ୟା ଗତକିଛି ବର୍ଷ ହେଲା ମଧୁର ଜଳ କଇଁଛଙ୍କ ଗଣ ଅଣ୍ଡାଦାନର ଠିକଣା ପାଲଟିଛି। ପ୍ରତିବର୍ଷ ନଭେମ୍ବରରୁ ସେମାନେ ଏଠାକୁ ଆସି ଅଣ୍ଡାଦାନ କରିଥାଆନ୍ତି। କଇଁଛଙ୍କ ସମାଗମ ବଢୁଥିବାରୁ ଅଣ୍ଡାଦାନ ସ୍ଥଳ ଉପରେ ବନ ବିଭାଗ କଡ଼ା ନଜର ରଖିଛି। ବ୍ରାହ୍ମଣୀ କଇଁଛ ସୁରକ୍ଷା ସମିତି ପକ୍ଷରୁ କଇଁଛ ଏବଂ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରାଯାଉଛି। ଗତବର୍ଷ ୯୦୦ରୁ ୧୦୦୦ ଅଣ୍ଡାଦାନ ହୋଇଥିବାବେଳେ ବହୁସଂଖ୍ୟାକ କଇଁଛ ଶାବକ ଅଣ୍ଡାରୁ ଫୁଟି ନଦୀକୁ ଯାଇଛନ୍ତି। ତେବେ ଜଳ ପ୍ରଦୂଷଣ କାରଣରୁ ଏବେ କଇଁଛମାନେ ମରୁଛନ୍ତି। ଓଡ଼ାପଡ଼ା ବ୍ଲକ କୁଶୁପଙ୍ଗା ଗ୍ରାମ ନଦୀ କୂଳରେ ରବିବାର ୩୦ କେଜିରୁ ଊର୍ଦ୍ଧ୍ୱ ଓଜନର ଏକ ବଡ଼ କଇଁଛ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ଏହାକୁ ଦେଖିଥିଲେ। ଦୂଷିତ ଜଳ ଯୋଗୁ କଇଁଛଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବାବେଳେ ସମ୍ପୃକ୍ତ ଯୁବକମାନେ ଏହାକୁ ନଦୀରେ ଭସାଇ ଦେଇଥିଲେ। ଲଗାତର ଭାବେ ଏଭଳି କଇଁଛଙ୍କ ମୃତ୍ୟୁ ଘଟୁଥିବା ସ୍ଥାନୀୟ ଲୋକେ କହୁଥିବାବେଳେ ବନ ବିଭାଗ ନିକଟରେ ଏହାର ସୂଚନା ନ ଥିବା ଆଲୋଚନାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ବ୍ରାହ୍ମଣୀ କଇଁଛ ସୁରକ୍ଷା ସମିତି ଆବାହକ ରାଜେନ୍ଦ୍ର ପାଣିଗ୍ରାହୀ କୁହନ୍ତି, ମାଛ ଧରିବା ପାଇଁ ନଦୀରେ ଡିନାମାଇଟ ବିସ୍ଫୋରଣ କରାଯାଉଛି। ନଦୀ ନିକଟବର୍ତ୍ତୀ ଶିଳ୍ପାନୁଷ୍ଠାନର ଦୂଷିତ ଜଳ ସିଧାସଳଖ ପାଣିରେ ମିଶୁଛି। ଫଳରେ କଇଁଛ ଏବଂ ଅନ୍ୟ ଜଳଚର ଜୀବଙ୍କ ମୃତ୍ୟୁ ଘଟୁଥିବା ସନ୍ଦେହ କରାଯାଉଛି। ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ବନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣାର ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍କାରୀରେ ହେବ ତୈଳ ପ୍ରକଳ୍ପ, ବିଧାୟକଙ୍କୁ ଚିଠି

ଧର୍ମଶାଳା,୯ା୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଡଙ୍କାରୀଠାରେ ହେବାକୁ ଥିବା ତୈଳ ପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ବିତ ପାଇଁ ଭାରତୀୟ ଷ୍ଟାଟଜୀ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼ ଆଇଏସ୍‌ପିଆର୍‌ଏଲ ପକ୍ଷରୁ ଚିଠି…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

ସଡ଼କ ଦୁର୍ଘଟଣାରେ ଧରିତ୍ରୀ କର୍ମଚାରୀ ମୃତ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର…

ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର…

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ କରା ନ ଯିବାରୁ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ.ସନ୍ତୋଷ ରେଡ୍ଡୀ(୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ…

ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ,…

ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜା ନାତିଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟୁ…

ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ

ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri