ପ୍ରଦୂଷଣରେ ଭାରାକ୍ରାନ୍ତ ମାନପୁର ବ୍ରିଜ୍‌

ଯାଜପୁର,୩୦।୧୦(ହର୍ଷବର୍ଦ୍ଧନ ବେହେରା) :ଶିଳ୍ପ ପ୍ରଦୂଷଣର ଭୟାବହତା ଏବେ କଳିଙ୍ଗନଗରବାସୀଙ୍କୁ କବଳିତ କରିଛି। ଚତୁଃପାର୍ଶ୍ୱରୁ ଶିଳ୍ପ କାରଖାନା ଘେର ମଧ୍ୟରେ ରହି କାଳ କାଟୁଥିବା ୩୦ ରୁ ଊର୍ଦ୍ଧ୍ୱ ଗାଁ ଲୋକେ ପ୍ରଦୂଷଣ ମଧ୍ୟରେ ଘାଣ୍ଟି ହେଉଛନ୍ତି । ବାୟୁ ଓ ଜଳ ପ୍ରଦୂଷଣ ପ୍ରଭାବରେ ଗାଁର ପାଣି, ପବନ, ମୃତ୍ତିକା ସବୁ ବିଷ ପାଲଟିଛି । ସ୍ବଚ୍ଛ ପାଣି ଟୋପାଏ ପାଇବା ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ଏଭଳି ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପୂର୍ବରୁ ଉଦ୍‌ବେଗ ପ୍ରକାଶ କରିଛି। ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ ଓ ଉପତ୍ାଦନକ୍ଷମ ହେବା ପରେ ପ୍ରଦୂଷଣ ଆହୁରି ଘାତକ ହେବାରେ ଲାଗିଛି। ଏହି କ୍ରମରେ ମାନପୁର ଓଭର ବ୍ରିଜ୍‌ ଏବଂ ଏହାର ପ୍ରାୟ ୪ କିମି ଦୂରତା ପରିସରରେ ଏବେ ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବା ଦେଖିବାକୁ ମିଳିଛି। ଏହି ବ୍ରିଜର ଉଭୟ ପାର୍ଶ୍ୱରେ ବହୁ ପରିମାଣରେ ଧୂଳି ଜମା ହୋଇ ରହିଛି। କମ୍ପାନୀ ଗାଡ଼ିଗୁଡିକ କାରଖାନା ଭିତରେ ୨୦ କିମି ବେଗରେ ଚଳାଇବାକୁ ନିୟମ ରହିଥିବାବେଳେ ବାହାରେ ୬୦ ରୁ ୭୦ କିମି ବେଗରେ ଚାଲିଛି। ଫଳରେ ବାୟୁ ପ୍ରଦୂଷଣ ସହ ଏକାଧିକ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନୀ ହେଉଥିବା ନଜିର ରହିଛି। ପାଣି ସିଞ୍ଚନ ହେଉ ନ ଥିବାରୁ ବାଇକ୍‌ ଚାଳକ ଏବଂ ପଥଚାରୀଙ୍କ ଅବସ୍ଥା ଦୟନୀୟ ହେଉଥିବା ମତପ୍ରକାଶ ପାଇଛି।
୨୦୧୭ରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅତିପ୍ରଦୂଷଣକାରୀ ସିମେଣ୍ଟ କାରଖାନାଗୁଡିକର ଆଗମନ ହୋଇଛି। ମାନପୁର ବ୍ରିଜ୍‌ ତଳେ ଚାଲିଥିବା ରେଲୱେ ସାଇଡିଂ କର୍ତ୍ତୃପକ୍ଷ ପ୍ରଦୂଷଣ ନୀତିନିୟମକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଲୋକ ବାୟୁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ ଗୁଣାମତ୍କ ମାନ ପ୍ରତି ଘନମିଟର ପିଛା ୧୧୩ ମାଇକ୍ରୋଗ୍ରାମ ରହିଥିଲା। ତେବେ ଏହି ୫ ବର୍ଷ ମଧ୍ୟରେ ଘନମିଟର ପିଛା ମାଇକ୍ରୋଗ୍ରାମ ପରିମାଣ ବହୁଗୁଣରେ ବୃଦ୍ଧି ହୋଇଥିବ ବୋଲି ଅନୁମାନ କରାଯାଉଛି। ଯାହା ଫଳରେ ରାଜ୍ୟରେ କଳିଙ୍ଗନଗର ଅତି ପ୍ରଦୂଷଣ ଅଞ୍ଚଳଭାବେ ଅଭିହିତ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। ଆନ୍ତର୍ଜାତୀୟସ୍ତରରେ ୨୦୧୧ରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
କଳିଙ୍ଗନଗର ବ୍ୟତୀତ ଓଡ଼ିଶାର ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, ପାରାଦୀପ, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ତାଳଚେର ସହର ଅତି ପ୍ରଦୂଷଣ ତାଲିକାରେ ରହିଛି। କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଅତି ପ୍ରଦୂଷଣକାରୀ କାରଖାନା ପ୍ରତିଷ୍ଠା ହେବା ଜିଲାବାସୀଙ୍କ ପାଇଁ ସାଂଘାତିକ ହେବାରେ ଲାଗିଛି ା ଏହି ପ୍ରଦୂଷଣ ଆଗାମୀ ଦିନରେ ସାରା ଜିଲାକୁ ଗ୍ରାସ କରିବ ବୋଲି ମତପ୍ରକାଶ ପାଇଛି। ବେଳ ହୁଁ ପାୱାର ପ୍ଲାର୍ଣ୍ଟ, କ୍ରସର, ଚିମିନି ଭାଟି, ରେଳ ସାଇଡିଂ, ଯାନବାହାନ ପ୍ରଦୂଷଣ ଆଦିକୁ ନିୟନ୍ତ୍ରଣ କରା ନ ଗଲେ ଲୋକଙ୍କ ଜୀବନ ବାୟୁ, ଜଳ ଓ ଧୁଳିଧୁଆଁ ପ୍ରଦୂଷଣରେ ଦୁର୍ବିସହ ହେବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଦାନଗଦି ଠାରୁ ପ୍ରାୟ ୨ କିମି ଦୂରରେ ଅବସ୍ଥିତ ମାନପୁର ବ୍ରିଜ ପରିସର ଏବେ ସବୁବେଳେ ଧୁଆଁଳିଆ ଭଳି ରହୁଛି। ଏହି ରାସ୍ତାଦେଇ ପ୍ରତ୍ୟହ ଶତାଧିକ ଗାଡ଼ି ଚଳାଚଳ କରୁଛି। ଶିଳ୍ପ ଓ ଖଣି ଅଞ୍ଚଳରୁ ମାଲବାହୀଗାଡିଗୁଡିକ ଚଳାଚଳ ଯୋଗୁ ଧୂଆଁ ଉଠି ବାୟୁ ପ୍ରଦୂଷଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରାୟ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ସମନ୍ବିତ ଆକ୍ସନ ପ୍ଲାନ କରିବାକୁ ପ୍ରସ୍ତାବ ରହିଥିଲେ ହେଁ ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି।
ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଶିଳ୍ପାଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପଗୁଡିକ ଗ୍ରହଣ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ବିଭାଗ ସଦାସର୍ବଦା ତପତ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri