Posted inଜାତୀୟ

କୋଭିଡ୍‌ ପରେ ପ୍ରଦୂଷଣ ସବୁଠୁ ବିପଦ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭ା୧୨(ପି.ଟି.):ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ ଉଭା ହୋଇଛି। ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହା ପ୍ରତିବର୍ଷ ଆହୁରି ଖରାପ ସ୍ଥିତି ଉପୁଜାଇବ ବୋଲି ବ୍ରିଟେନ୍‌ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ସତର୍କ କରାଇଛନ୍ତି।
ପ୍ରଦୂଷଣ ବଢ଼ିଚାଲିଥିବାବେଳେ ବାହୁବାହକ ରୋଗଗୁଡ଼ିକର ଉପଯୁକ୍ତ ନିଦାନ ହୋଇପାରୁ ନ ଥିବାରୁ ଚିକିତ୍ସା ମଧ୍ୟ କରାଯାଉନାହିଁ। ଏଥିଯୋଗୁ ଆଗକୁ ଲୋକେ ଶ୍ୱାସ ଓ ହୃତ୍‌ ସମ୍ପର୍କିତ ନାନା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦିଲ୍ଲୀରେ ୪୦% ପ୍ରଦୂଷଣ ପରିବହନ କ୍ଷେତ୍ର ଯୋଗୁ ହେଉଥିବା ବିଷୟ ମଙ୍ଗଳବାର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ବୀକାର କରିଥିଲେ। ଜୀବାଶ୍ମ ଇନ୍ଧନ ବ୍ୟବହାର ଯୋଗୁ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି। ତେଣୁ ଜୈବ ଇନ୍ଧନକୁ ବିକଳ୍ପ ରୂପେ ବ୍ୟବହାର କରାଯିବା ଉପରେ ଗଡ଼କରୀ ଗୁରୁତ୍ୱ ଦେଇଥିଲେ। ପାର୍ଲାମେଣ୍ଟର ସଦ୍ୟ ସମାପ୍ତ ଶୀତ ଅଧିବେଶନ ବେଳେ ସରକାର ସୂଚନା ଦେଇଥିଲେ, ପ୍ରଦୂଷଣ ଯୋଗୁ ଶ୍ୱାସଗତ ରୋଗ ବଢ଼ୁଥିବା ନେଇ ସମସ୍ତେ ଅବଗତ। ତେବେ ଉଚ୍ଚ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସ୍ତର ଏବଂ ଫୁସ୍‌ଫୁସ୍‌ ରୋଗର ସମ୍ପର୍କ ଥିବା ନେଇ କୌଣସି ନିଷ୍କର୍ଷ ବାହାରିଥିବା ତଥ୍ୟ ନାହିଁ। ଏନେଇ ଲିଭରପୁଲ୍‌ ପୁଲମୋନୋଜିଷ୍ଟ ତଥା ଭାରତ ସରକାରଙ୍କ କୋଭିଡ୍‌-୧୯ ପରାମର୍ଶଦାତା କମିଟିର ପୂର୍ବତନ ସଦସ୍ୟ ମନୀଷ ଗୌତମ କହିଛନ୍ତି, ସରକାର ବାୟୁ ପ୍ରଦୂଷଣ ରୋକିବା ଉପରେ ଅଧିକ ଫୋକସ୍‌ କରିବା ଉଚିତ। ଏହା ଅପ୍ରିୟ ସତ୍ୟ ଯେ, ଉତ୍ତର ଭାରତରେ ବସବାସ କରୁଥିବା ଅନେକ ନିୟୁତ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଲେଣି। ବର୍ତ୍ତମାନ ସରକାର ଯାହାକିଛି ମ୍ୟାନେଜ କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ବାୟୁ ପ୍ରଦୂଷଣଜନିତ ଏକ ବିସ୍ତୃତ ଲୁକ୍କାୟିତ ବୋଝକୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରି ନାହିଁ। ଅନେକ ବର୍ଷ ଧରି ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ଫୁସ୍‌ଫୁସ୍‌ ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। ତେଣୁ ନୀତି ପ୍ରଣେତାମାନେ ଏହାର ଆଗୁଆ ନିଦାନ ଓ ଚିକିତ୍ସା ପାଇଁ ‘ଲଙ୍ଗ୍‌ ହେଲ୍‌ଥ ଟାସ୍କ୍‌ ଗ୍ରୁପ୍‌’ ପ୍ରତିଷ୍ଠା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିସେମ୍ବରରେ ଦିଲ୍ଲୀ ହସ୍ପିଟାଲଗୁଡ଼ିକରେ ଶ୍ୱାସଜନିତ ରୋଗୀଙ୍କ ସଂଖ୍ୟା ୨୦ରୁ ୩୦% ପର୍ଯ୍ୟନ୍ତ ବଢ଼ୁଛି। ସେହି ରୋଗୀଙ୍କ ମଧ୍ୟରେ ଅନେକ ଛୋଟପିଲା ଓ ପ୍ରଥମ ଥର ସଂକ୍ରମିତ ବ୍ୟକ୍ତି ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri