ସାପ୍ତାହିକ ହାଟକୁ ନେଇ ତେଜୁଛି ରାଜନୀତି, ଆଜି ଶୁଭାରମ୍ଭ ହେବା ପୂର୍ବରୁ… 

ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦର ପୁର କଲେଜ ରୋଡ୍‌ଠାରେ ଶନିବାର ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ । ସହରରେ ପ୍ରାୟ ଚାଳିଶି ବର୍ଷ ପୂର୍ବେ ପ୍ରତ୍ୟେକ ଶନିବାର ସାପ୍ତାହିକ ହାଟ ବସୁଥିଲା l କୌଣସି କାରଣରୁ ତାହା ବନ୍ଦ ହୋଇ ଯାଇଥିଲା। ବର୍ତମାନ ଉକ୍ତ ହାଟ ଖୋଲିବା ନେଇ ଜଣାପଡ଼ିବା ପରେ ରାଜନୀତି ଆରମ୍ଭ ହୋଇ ଯାଇଛି ।
ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ସହରରେ ଉର୍ନୟନ କାର୍ଯ୍ୟ ଠପ ହୋଇ ଯାଇଥିବା ବେଳେ ହାଟ ଖୋଲିବା ନେଇ ଏତେ ତତ୍ପରତା କାହିଁକି ବୋଲି ବିଭିନ୍ନ ହୋଟେଲ,ଚା ପାନ ଦୋକାନରେ ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ବର୍ଷା ଦିନ ଆରମ୍ଭ ହେଲାଣି ତଥାପି ସହରର ମୁଖ୍ୟ ଡ୍ରେନ ମରାମତି ହୋଇନି। ଫଳରେ ଦୁଇତିନିଦିନ ବର୍ଷା ହେଲେ ବର୍ଷା ପାଣିରେ ସହର ଭାସିବ ।  ବଜାର ଓ ବିଭିନ୍ନ ସାହିରେ ଷ୍ଟ୍ରିଟ ଲାଇଟ ଜଳୁନି । ଏମିତିକି ଗଞ୍ଜାମ ସହରର ଐତିହ୍ୟ ପୋତାଗଡ଼ରେ ମଧ୍ୟ ଷ୍ଟ୍ରିଟ ଲାଇଟ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଥିପାଇଁ କୌଣସି ପଦକ୍ଷେପ ନିଆ ଯାଉନି । କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କ ଦ୍ୱାରା ନିର୍ମିତ ସାଧାରଣ ଲୋକଙ୍କ ହିତ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡିକ ବ୍ୟବହାର ନହୋଇ ଭାଙ୍ଗିରୁଜି ଗଲାଣି । ଠିକାଦାର ପ୍ରୀତି ଯୋଗୁ ନିମ୍ନମାନର କାର୍ଯ୍ୟ କରି ଠିକାଦାର ବିଲ ପାଇ ଯାଉଥିବା ବେଳେ ଅସୁବିଧା ଭୋଗ କରୁଛନ୍ତି ଅଞ୍ଚଳବସୀl ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ତାହା ଲୋକଙ୍କ କାମରେ ଆସୁନି। ଏଥିସହ ସହରକୁ ଆସୁଥିବା ବିଭିନ୍ନ ପରିବା ବେପାରୀ ମାନଙ୍କ ପାଇଁ ଏନଏସି ପ୍ରଶାସନ ଭେଣ୍ଡିଂ ଜୋନ ର୍ନିମାଣ କରିଛି । କିନ୍ତୁ ଉକ୍ତ ଭେଣ୍ଡିଂ ଜୋନରେ ବେପାରୀ ମlନେ ନବସି ସହର ବିଭିନ୍ନ ଗଳି ରାସ୍ତାରେ ବସି ନିଜ ବେପାର କରୁଛନ୍ତି ।ଏଥିପ୍ରତି କାହାର ନିଘା ନାହିଁ । ଉକ୍ତ ଭେଣ୍ଡିଂ ଜୋନ ଏବେ ବସ ଷ୍ଟପ ପାଲଟିଛି l ହାଟ ଖୋଲିଲେ ଲୋକଙ୍କ ସୁବିଧା ହେବ ଏଥିରେ ଦ୍ବିମତ ନାହିଁ କିନ୍ତୁ ସହରର ଅନ୍ୟାନ୍ୟ ଜିନିଷ ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri