ସାପ୍ତାହିକ ହାଟକୁ ନେଇ ତେଜୁଛି ରାଜନୀତି, ଆଜି ଶୁଭାରମ୍ଭ ହେବା ପୂର୍ବରୁ… 

ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦର ପୁର କଲେଜ ରୋଡ୍‌ଠାରେ ଶନିବାର ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ । ସହରରେ ପ୍ରାୟ ଚାଳିଶି ବର୍ଷ ପୂର୍ବେ ପ୍ରତ୍ୟେକ ଶନିବାର ସାପ୍ତାହିକ ହାଟ ବସୁଥିଲା l କୌଣସି କାରଣରୁ ତାହା ବନ୍ଦ ହୋଇ ଯାଇଥିଲା। ବର୍ତମାନ ଉକ୍ତ ହାଟ ଖୋଲିବା ନେଇ ଜଣାପଡ଼ିବା ପରେ ରାଜନୀତି ଆରମ୍ଭ ହୋଇ ଯାଇଛି ।
ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ସହରରେ ଉର୍ନୟନ କାର୍ଯ୍ୟ ଠପ ହୋଇ ଯାଇଥିବା ବେଳେ ହାଟ ଖୋଲିବା ନେଇ ଏତେ ତତ୍ପରତା କାହିଁକି ବୋଲି ବିଭିନ୍ନ ହୋଟେଲ,ଚା ପାନ ଦୋକାନରେ ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ବର୍ଷା ଦିନ ଆରମ୍ଭ ହେଲାଣି ତଥାପି ସହରର ମୁଖ୍ୟ ଡ୍ରେନ ମରାମତି ହୋଇନି। ଫଳରେ ଦୁଇତିନିଦିନ ବର୍ଷା ହେଲେ ବର୍ଷା ପାଣିରେ ସହର ଭାସିବ ।  ବଜାର ଓ ବିଭିନ୍ନ ସାହିରେ ଷ୍ଟ୍ରିଟ ଲାଇଟ ଜଳୁନି । ଏମିତିକି ଗଞ୍ଜାମ ସହରର ଐତିହ୍ୟ ପୋତାଗଡ଼ରେ ମଧ୍ୟ ଷ୍ଟ୍ରିଟ ଲାଇଟ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଥିପାଇଁ କୌଣସି ପଦକ୍ଷେପ ନିଆ ଯାଉନି । କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କ ଦ୍ୱାରା ନିର୍ମିତ ସାଧାରଣ ଲୋକଙ୍କ ହିତ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡିକ ବ୍ୟବହାର ନହୋଇ ଭାଙ୍ଗିରୁଜି ଗଲାଣି । ଠିକାଦାର ପ୍ରୀତି ଯୋଗୁ ନିମ୍ନମାନର କାର୍ଯ୍ୟ କରି ଠିକାଦାର ବିଲ ପାଇ ଯାଉଥିବା ବେଳେ ଅସୁବିଧା ଭୋଗ କରୁଛନ୍ତି ଅଞ୍ଚଳବସୀl ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ତାହା ଲୋକଙ୍କ କାମରେ ଆସୁନି। ଏଥିସହ ସହରକୁ ଆସୁଥିବା ବିଭିନ୍ନ ପରିବା ବେପାରୀ ମାନଙ୍କ ପାଇଁ ଏନଏସି ପ୍ରଶାସନ ଭେଣ୍ଡିଂ ଜୋନ ର୍ନିମାଣ କରିଛି । କିନ୍ତୁ ଉକ୍ତ ଭେଣ୍ଡିଂ ଜୋନରେ ବେପାରୀ ମlନେ ନବସି ସହର ବିଭିନ୍ନ ଗଳି ରାସ୍ତାରେ ବସି ନିଜ ବେପାର କରୁଛନ୍ତି ।ଏଥିପ୍ରତି କାହାର ନିଘା ନାହିଁ । ଉକ୍ତ ଭେଣ୍ଡିଂ ଜୋନ ଏବେ ବସ ଷ୍ଟପ ପାଲଟିଛି l ହାଟ ଖୋଲିଲେ ଲୋକଙ୍କ ସୁବିଧା ହେବ ଏଥିରେ ଦ୍ବିମତ ନାହିଁ କିନ୍ତୁ ସହରର ଅନ୍ୟାନ୍ୟ ଜିନିଷ ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri