Posted inଜାତୀୟ

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା। ତାଙ୍କୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ପରେ ମହାରାଷ୍ଟ୍ର ରାଜନୀତିକୁ ସବୁଠୁ ଅଧିକ ବୁଝିଥିବା ନେତା ବୋଲି ମନେକରାଯାଉଥିଲା। ଏପରି କି ଶରଦଙ୍କ ବିରୋଧରେ ବିଦ୍ରୋହକରି ସଂଖ୍ୟାଧିକ ବିଧାମୁମ୍ବାଇ/ନୂଆଦିଲ୍ଲୀ,୨୯ା୧

ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା। ତାଙ୍କୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ପରେ ମହାରାଷ୍ଟ୍ର ରାଜନୀତିକୁ ସବୁଠୁ ଅଧିକ ବୁଝିଥିବା ନେତା ବୋଲି ମନେକରାଯାଉଥିଲା। ଏପରି କି ଶରଦଙ୍କ ବିରୋଧରେ ବିଦ୍ରୋହକରି ସଂଖ୍ୟାଧିକ ବିଧାୟକ, ଏମ୍‌ପିଙ୍କ ସମର୍ଥନ ହାସଲକରି ନିଜ ଗୋଷ୍ଠୀ ପାଇଁ ଅସଲ ଏନ୍‌ସିପି ମାନ୍ୟତା ହାସଲ କରିବାରେ ଅଜିତ ଦାଦା ସକ୍ଷମ ହୋଇଥିଲେ। କିଛିଦିନ ପରେ ସେ ହୁଏତ ଭାଜପା ନେତୃତ୍ୱାଧୀନ ଶାସକ ମହାୟୁତି ମେଣ୍ଟ ଛାଡ଼ି ଦାଦା ଶରଦଙ୍କ ଏନ୍‌ସିପି(ଏସ୍‌ପି) ସହ ନିଜ ଏନ୍‌ସିପିର ମିଶ୍ରଣ କରାଇଥାଆନ୍ତେ, ଯାହାକି ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥାଆନ୍ତା। ଏଭଳି ଜଣେ ବହୁଚର୍ଚ୍ଚିତ ବ୍ୟକ୍ତିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁକୁ ରାଜ୍ୟବାସୀ ଓ ବିରୋଧୀ ଦଳଗୁଡ଼ିକର ନେତାମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ଏଜେନ୍ସିଗୁଡ଼ିକ ଉପରେ ଭରସା ନ ଥିବାରୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହାକୁ ନେଇ କେବଳ ମହାରାଷ୍ଟ୍ର ନୁହେଁ, ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି।
ପାଓ୍ବାରଙ୍କ ବିମାନ ଦୁର୍ଘଟଣା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ (ଏଏଆଇବି) ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଟିମ୍‌ ତଦନ୍ତ ପାଇଁ ବାରାମତିରେ ପହଞ୍ଚତ୍ଥିବାବେଳେ ସର୍ବପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ଦେହ ବ୍ୟକ୍ତ କରିଛନ୍ତି। ଅଜିତଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିବା ମନେକରି ମମତା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ଦାବି କରିଥିବାବେଳେ ଅନେକ ରାଜନେତା ଏହାକୁ ସମର୍ଥନ କରିଛନ୍ତି। ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଅନେକ ଭିଆଇପି ଅନୁରୂପ ଭାବେ ଦୁର୍ଘଟଣାରେ ପ୍ରାଣ ହରାଇଲେଣି। ଦୁର୍ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଏହାର ନିରପେକ୍ଷ ତଦନ୍ତ କରାଯାଉ। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏମ୍‌ପି ଅନିଲ ଦେଶାଇ ଏବଂ ବିଜେଡି ଉପସଭାପତି ଦେବୀ ପ୍ରସାସ ମିଶ୍ର ମଧ୍ୟ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷେ ମମତା ଶସ୍ତା ରାଜନୀତି କରୁଥିବା ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଶରଦ ପାଓ୍ବାର ଏଭଳି କୌଣସି ଷଡ଼ଯନ୍ତ୍ର ହୋଇ ନ ଥିବା କହି ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି ଅନୁରୋଧ କରିଛନ୍ତି। ୟକ, ଏମ୍‌ପିଙ୍କ ସମର୍ଥନ ହାସଲକରି ନିଜ ଗୋଷ୍ଠୀ ପାଇଁ ଅସଲ ଏନ୍‌ସିପି ମାନ୍ୟତା ହାସଲ କରିବାରେ ଅଜିତ ଦାଦା ସକ୍ଷମ ହୋଇଥିଲେ। କିଛିଦିନ ପରେ ସେ ହୁଏତ ଭାଜପା ନେତୃତ୍ୱାଧୀନ ଶାସକ ମହାୟୁତି ମେଣ୍ଟ ଛାଡ଼ି ଦାଦା ଶରଦଙ୍କ ଏନ୍‌ସିପି(ଏସ୍‌ପି) ସହ ନିଜ ଏନ୍‌ସିପିର ମିଶ୍ରଣ କରାଇଥାଆନ୍ତେ, ଯାହାକି ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥାଆନ୍ତା। ଏଭଳି ଜଣେ ବହୁଚର୍ଚ୍ଚିତ ବ୍ୟକ୍ତିଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁକୁ ରାଜ୍ୟବାସୀ ଓ ବିରୋଧୀ ଦଳଗୁଡ଼ିକର ନେତାମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ଏଜେନ୍ସିଗୁଡ଼ିକ ଉପରେ ଭରସା ନ ଥିବାରୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହାକୁ ନେଇ କେବଳ ମହାରାଷ୍ଟ୍ର ନୁହେଁ, ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି।
ପାଓ୍ବାରଙ୍କ ବିମାନ ଦୁର୍ଘଟଣା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ (ଏଏଆଇବି) ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଟିମ୍‌ ତଦନ୍ତ ପାଇଁ ବାରାମତିରେ ପହଞ୍ଚତ୍ଥିବାବେଳେ ସର୍ବପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ଦେହ ବ୍ୟକ୍ତ କରିଛନ୍ତି। ଅଜିତଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିବା ମନେକରି ମମତା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ଦାବି କରିଥିବାବେଳେ ଅନେକ ରାଜନେତା ଏହାକୁ ସମର୍ଥନ କରିଛନ୍ତି। ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଅନେକ ଭିଆଇପି ଅନୁରୂପ ଭାବେ ଦୁର୍ଘଟଣାରେ ପ୍ରାଣ ହରାଇଲେଣି। ଦୁର୍ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ଏହାର ନିରପେକ୍ଷ ତଦନ୍ତ କରାଯାଉ। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏମ୍‌ପି ଅନିଲ ଦେଶାଇ ଏବଂ ବିଜେଡି ଉପସଭାପତି ଦେବୀ ପ୍ରସାସ ମିଶ୍ର ମଧ୍ୟ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷେ ମମତା ଶସ୍ତା ରାଜନୀତି କରୁଥିବା ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଶରଦ ପାଓ୍ବାର ଏଭଳି କୌଣସି ଷଡ଼ଯନ୍ତ୍ର ହୋଇ ନ ଥିବା କହି ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି ଅନୁରୋଧ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri