ରଘୁରାମ ପ୍ରାର୍ଥୀ ହେଲେ ଜୟରାମ ହେବେ କଣ୍ଟା

କୋରାପୁଟ,୨୯ା୨(ଅମିତାଭ ବେହେରା): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସେତେ ସରଗରମ ହେଉଛି । ଦଳୀୟ ଟିକେଟ ହାତେଇବା ପାଇଁ ବିଜେଡି ସମେତ କଂଗ୍ରେସ ଓ ଭାଜପା ଆଦି ୩ ପ୍ରମୁଖ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।୨୦୦୯ରେ କୋରାପୁଟ ନିର୍ବାଚନମଣ୍ଡଳୀ ବିଜେଡି ହାତରେ ଥିବା ବେଳେ ୨୦୧୪ରେ ଏହା କଂଗ୍ରେସ ହାତକୁ ଯାଇଥିଲା । ପୁଣି ୨୦୧୯ରେ ବିଜେଡି ଏହି ଆସନକୁ ଅକ୍ତିଆର କଲା। ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରୁ ଭାଜପାରୁ ତ୍ରିପୁରାରୀ ଗରଡ଼ା ପ୍ରାର୍ଥୀ ହୋଇଥିଲେ। ସେ ଏବେ ବିଜେଡିରେ। ବର୍ତ୍ତମାନ ବିଜେଡି ବିଧାୟକ ଥିବା ରଘୁରାମ ପଡ଼ାଲଙ୍କୁ ଦଳ ଯଦି ଟିକେଟ ଦେବ ତେବେ ପଡ଼ାଲଙ୍କ ବାଟରେ ଜୟରାମ ପୂଜାରୀ କଣ୍ଟା ସାଜିପାରନ୍ତି। ରଘୁରାମ ମିଥ୍ୟା ପ୍ରମାଣପତ୍ର ଦେଇ ୨ ଥର ବିଧାୟକ ହୋଇଥିବା ପୂର୍ବରୁ ଓଏସ୍‌ଏପି ତୃତୀୟ ବାଟାଲିୟନ ସିପାହି ସଂଘ ପୂର୍ବତନ ସଭାପତି ଜୟରାମ ଆରୋପ କରିବା ସହ ତା’ର ପ୍ରମାଣ ମଧ୍ୟ ଦେଇଥିଲେ। ଦଳ ଯଦି ରଘୁରାମଙ୍କୁ ଟିକେଟ ଦିଏ ତେବେ ତାଙ୍କ ରାସ୍ତାରେ ଜୟରାମ ପ୍ରତିବନ୍ଧକ ସାଜିପାରନ୍ତି। ଅନ୍ୟପକ୍ଷରେ କୋରାପୁଟରେ ନୂଆ ମୁହଁ ନେଇ ମଧ୍ୟ ଆକଳନ ଚାଲିଛି l ନୂଆ ମୁହଁଙ୍କ ମଧ୍ୟରେ ଏବେ ସାମାଜିକ କର୍ମୀ ଡମ୍ବରୁ ନାୟକ ଆଗରେ ରହିଛନ୍ତି। ବିଭିନ୍ନ ସମୟରେ ଜନକଲ୍ୟାଣମୂଳକ କାର୍ଯ୍ୟ କରିବା ସହ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ସେ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଉଛନ୍ତି । ଅଧିକାରୀମାନଙ୍କ ପାଖକୁ ଯାଇ ଆଲୋଚନାକରି ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି । ସେହିପରି ଭାଜପା ଟିକେଟ ପାଇଁ ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ, ନିକଟରେ ଭାଜପାରେ ସାମିଲ ହୋଇଥିବା ରଘୁରାମ ମାଛ ମଧ୍ୟ ଆଶାୟୀ ଅଛନ୍ତି। କଂଗ୍ରେସରେ କୃଷ୍ଣ କୁଲଦୀପ, କୃଷ୍ଣ ଶଗରିଆ, ରମେଶ ବ୍ୟାଖିଆ, ନିମାଇଁ ସରକାର, ଭରତ ଖୋସ୍‌ଲା ପ୍ରମୁଖ ମଧ୍ୟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ତେବେ ଆଗାମୀ ଦିନରେ ବିଭିନ୍ନ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri