ଅସ୍ତ୍ରବିରତି ପରେ ରାଜନୀତି: ବିରୋଧୀ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୧୨ା୫:ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ପ୍ରତିଟି କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। କିନ୍ତୁ ରବିବାର ଅସ୍ତ୍ରବିରତିକୁ ୨୪ ଘଣ୍ଟା ନ ବିତୁଣୁ ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ଭୂମିକାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ପହଲଗାମ୍‌ ଆକ୍ରମଣଠାରୁ ନେଇ ‘ଅପରେଶନ୍‌ ସିନ୍ଦୂର’ ଓ ତତ୍‌ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଏବଂ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ ଏଆଇସିସି ସାଧାରଣ ସମ୍ପାଦକ ସଚିନ ପାଇଲଟ୍‌ ରବିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୧୯୭୧ ଯୁଦ୍ଧ ପରେ ମଧ୍ୟ ତତ୍କାଳୀନ ସରକାରଙ୍କ ଉପରେ ଅନୁରୂପ ଚାପ ସୃଷ୍ଟି କରାଯାଇଥିଲା। ସେତେବେଳେ ଆମେରିକା ସରକାର ନିଜ ସେନାର ସପ୍ତମ ଫ୍ଲିଟ୍‌ ପଠାଇବାକୁ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଜ କାର୍ଯ୍ୟ କରିଥିଲେ। ବର୍ତ୍ତମାନର ସିଜ୍‌ଫାୟାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଏପରି କି ସେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। କଶ୍ମୀର ପ୍ରସଙ୍ଗର ଅନ୍ତର୍ଜାତୀୟକରଣ ଉଦ୍ୟମ ହୋଇଥିବାରୁ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ। ସରକାର ସଂସଦର ଅଧିବେଶନ ଡାକି ୧୯୯୪ରେ ନିଆଯାଇଥିବା ସଂକଳ୍ପନାମାକୁ ପୁନର୍ବାର ଗୃହୀତ କରାନ୍ତୁ। ୧୯୯୪ ସଂକଳ୍ପନାମା ଅନୁସାରେ କଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ତୃତୀୟ ପକ୍ଷର ସମ୍ପୃକ୍ତିକୁ ଏଥିରେ ଅଗ୍ରାହ୍ୟ କରାଯାଇଛି।
ତେବେ କେବଳ କଂଗ୍ରେସ ନୁହେଁ, ଶିବସେନା ୟୁବିଟି ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟ ଅନୁରୂପ ଦାବି କରିଛନ୍ତି। ଆପ୍‌ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ କହିଛନ୍ତି, ଆମେରିକା କାହିଁକି ସିଜ୍‌ଫାୟାର ଘୋଷଣା କଲା? ଭାରତର ସାର୍ବଭୌମତ୍ୱକୁ ନେଇ କାହିଁକି ପ୍ରଶ୍ନ ଉଠୁଛି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିବା ସଞ୍ଜୟ କହିଛନ୍ତି।
ସରକାର ବର୍ତ୍ତମାନ ସୁଦ୍ଧା ସ୍ଥିତି ଉପରେ ପ୍ରତିକ୍ରିୟା ଦେବା ପାଇଁ ଅଧିକାରୀମାନଙ୍କ ଉପରେ ଦାୟିତ୍ୱ ଛାଡ଼ିଦେଇଛନ୍ତି। ତେଣୁ ଅସ୍ତ୍ରବିରତି ଚୂଡ଼ାନ୍ତ ନୁହେଁ ଏବଂ ଆଗକୁ କ’ଣ ହେଉଛି ତା’ ଉପରେ ନଜର ରଖାଯାଇଥିବା ସଙ୍କେତ ମିଳୁଛି ବୋଲି ଅନେକେ କହୁଛନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ଓ କଂଗ୍ରେସକୁ ସମାଲୋଚନା କରାଯାଇଛି। ୧୯୭୧ ଯୁଦ୍ଧ ପରେ ଇନ୍ଦିରା ଗାନ୍ଧୀଙ୍କ ସରକାର କୌଣସି ରଣନୈତିକ ଲାଭକୁ ସୁନିଶ୍ଚିତ ନ କରି ୯୦,୦୦୦ରୁ ଊର୍ଦ୍ଧ୍ୱ ଯୁଦ୍ଧବନ୍ଦୀଙ୍କୁ ଛାଡ଼ିଦେଇଥିଲେ। କିନ୍ତୁ ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ମାତ୍ର ୭୨ ଘଣ୍ଟା ଭିତରେ ଆଣ୍ଠେଇ ପଡ଼ିଛି ବୋଲି ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏକ୍ସ’ରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri