ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ଏଭଳି ରାଜନୈତିକ ହିଂସା ଦେଖାଯାଇଛି। ସମିତିସଭ୍ୟଙ୍କ ଘରେ ପଶି ତାଙ୍କୁ ଘୋଷାଡି ଘୋଷାଡି ଗାଁଦାଣ୍ଡରେ ନିର୍ମମ ଭାବେ ଖଣ୍ଡାରେ ହଣାଯାଇ ଥିବାବେଳେ ଅନ୍ୟ ତିନିଜଣଙ୍କୁ ମଧ୍ୟ ଖଣ୍ଡା,କାତି,ପଞ୍ଛାରେ ଆକ୍ରମଣ କରି ରକ୍ତାକ୍ତ କରିପକାଇଛନ୍ତି ଦୁର୍ବୃତ୍ତ। ଆହାତମାନେ ହେଲେ ସମିତିସଭ୍ୟ ପ୍ରକାଶ ନାହାକ, ରୋହିତ ନାହାକ,ପ୍ରମୋଦ ନାହାକ ଓ କ୍ରୁଷ୍ଣ ନାହାକ। ଏ ସମସ୍ତ ଆହାତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଖବରପାଇ ଥାନା ଆଇଆଇସି ରାଜେଶକୁମାର ନାୟକ ଘଟଣାସ୍ଥଳକୁ ଯାଇ ପୋଲିସ ସୁରକ୍ଷାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବାବେଳେ ପାଞ୍ଚଜଣଙ୍କୁ ଧରିଆଣି ସେମାନଙ୍କୁ ଜେରା କରି ତଦନ୍ତ ଚଲାଇଛନ୍ତି । ଏହି ଘଟଣାରେ ଯେଉଁ ବ୍ୟକ୍ତିି ସଂପୃକ୍ତ ରହିଥିବେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି । ଘଟଣାରୁ ଜାଣିବାକୁ ମିଳିଛି ଯେ ଗ୍ରାମରେ ଏକ ବିବାହ ଭୋଜିର ଶୋଭାଯାତ୍ରା ଚାଲିଥିବାବେଳେ ଏହାର ସୁଯୋଗ ନେଇ ବିରୋଧି ଗୋଷ୍ଠୀ ପକ୍ଷରୁ ପୂର୍ବ ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରିବା ଲାଗି ଯୋଜନାବଦ୍ଧ ଭାବରେ ମାରଣା ଅସ୍ତ୍ରମାନ ସହ ସଜ୍ଜିତ ହୋଇରହିଥିଲେ । ଏହି ସମୟରେ ଅପରପକ୍ଷର ରୋହିତ ନାହାକଙ୍କୁ ଆକ୍ରମଣ କରିଥିଲେ ଫଳରେ ସେ ଜୀବନ ରକ୍ଷା କରିବା ଲାଗି ଦୌଡି ଆସି ତାଙ୍କର ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟମାନେ ଯିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ହାଣି ଆକ୍ରମଣ କରିବା ସହ ସମିତିସଭ୍ୟ ପ୍ରକାଶ ନାହାକଙ୍କ ଘର ନିକଟରେ ଆକ୍ରମଣ ଲାଗି ଗାଳିଗୁଲଜ କରି ଆସିଥିଲେ । ଏହାଦେଖି ଘରବାରଣ୍ଡାରେ ଠିଆହୋଇଥିବା ପ୍ରକାଶ ଘର ମଧ୍ୟକୁ ଚାଲିଯାଇଥିବାବେଳେ ତାଙ୍କୁ ଘରେ ପଶି ଘୋଷାଡି ଘୋଷାଡି ଗାଁ ଦାଣ୍ଡକୁ ଆଣି ତଳେ ପକାଇ ମାଡମାରି ଖଣ୍ଡାରେ ହାଣି ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସରପଞ୍ଚ ହିନଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ରାଜନୈତିକତା କାରଣରୁ ଏଭଳି ଘଟିଛି । ତାଙ୍କର ଲୋକପ୍ରିୟତାକୁ ବିରୋଧୀ ଗୋଷ୍ଠୀ ମଧ୍ୟ କରିନପାରି ଏପରି ଆକ୍ରମଣ କରି ଲୋକଙ୍କୁ ଭୟଭୀତ କରାଇ ଆଗାମି ପଞ୍ଚାୟତନିର୍ବାଚନ ପାର୍‌ ହେବାକୁ ଚେଷ୍ଟା କରୁଛନ୍ତି । ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଅପରାଧିମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri