ରାଜନୈତିକ ହିଂସା ନେଉଛି ମୁଣ୍ଡ: ୬ ମାସରେ ଗଲାଣି ୮ ଜୀବନ

ବ୍ରହ୍ମପୁର ଅଫିସ,୧୫ା୯: ରକ୍ତରଞ୍ଜିତ ହୋଇ ଉଠିଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟି ଜୀବନ ହାନି ହେଉଛି। ଗତ ପ୍ରାୟ ୬ ମାସ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ଏହି ହିଂସାକାଣ୍ଡରେ। କିନ୍ତୁ ପୋଲିସ ସେହି ବଡ଼ବଡ଼ିଆଙ୍କ ସମ୍ପୃକ୍ତିକୁ ଠାବ କରିପାରୁ ନ ଥିବାରୁ ସହଜରେ ସେମାନେ ଖସି ଯାଉଛନ୍ତି। ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ରେଗିଡି ଛକରେ ଗତ ୧୩ ତାରିଖରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ଜଣେ ଠିକାଦାରଙ୍କ ଜୀବନ ଚାଲିଯାଇଛି। ଠିକାଦାର ଜଣକ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଋଷିପୁର ପଞ୍ଚାୟତ ରାମସା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାହାକ (୪୨)। ରାଜନୈତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ନେଇ ମୃତକଙ୍କ ସ୍ତ୍ରୀ ମିନତୀ ନାହାକ ଅଭିଯୋଗ କରିଛନ୍ତି। ଏଥିପୂର୍ବରୁ ଗତ ଜୁନରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗଁାରେ ଘଟିଥିବା ପୁଣି ଏକ ରାଜନୈତିକ ହିଂସାରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ତାଙ୍କ ନାମ ଯୋଗେଶ ବେହେରା। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ରାଜନୈତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏବେ ଅଶାନ୍ତ ହୋଇ ପଡ଼ିଛି ଗଞ୍ଜାମ ଜିଲା। ପଞ୍ଚାୟତ ନିର୍ବାଚନ ପରଠାରୁ କିଛିକିଛି ଦିନର ବ୍ୟବଧାନରେ ସଂଘର୍ଷ ଘଟୁଛି।

ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଏପ୍ରିଲ୍‌ ୨୩ ରାତିରେ ଦୁଇଜଣ ଯୁବ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକମାନେ ଥିଲେ ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆର। ଚଷାନିମଖଣ୍ଡି ପଞ୍ଚାୟତରେ ନିର୍ବାଚନ ଫଳାଫଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରମାଣ ପାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୯ଜଣଙ୍କୁ ଗିରଫ କରିଥିଲା। ଏହା ପଛରେ ୫୦ହଜାର ଟଙ୍କାର ସୁପାରି କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ପରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ମେ’ ୨୯ରେ ବାବୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହା ପଛରେ ମଧ୍ୟ ରାଜନେତିକ ଶତ୍ରୁତା ଥିବା ପୋଲିସ ସ୍ପଷ୍ଟ କରିଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ଘଟଣାର ୫ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପୂର୍ବରୁ ଫେବୃୟାରୀ ୧୮ରେ ପୋଲସରାରେ ଗୋଟାଏ ଏବଂ ମାର୍ଚ୍ଚ ୧୨ରେ ଆସିକା ଥାନା ଅଞ୍ଚଳରେ ଗୋଟାଏ ଏଭଳି ଦୁଇଟି ହତ୍ୟାକାଣ୍ଡ ଘଟିଥିଲା। ଏହି ସମସ୍ତ ଘଟଣା ପଛରେ ରାଜନୈତିକ ଗୋଷ୍ଠୀ କନ୍ଦଳ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଥିଲା। ଜୁନ ୬ ରାତିରେ କୁକୁଡ଼ାଖଣ୍ଡି ବ୍ଲକ ମସିହା ଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କର ଦୁଇ ସମର୍ଥକ ଗୁରୁତର ହୋଇଥିଲେ। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶାସକ ଦଳର ସରପଞ୍ଚଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri