ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି ଏହାକୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ଜଟିଳ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହର ଓ ସଦର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ଏହାସହ ପ୍ରଥମ କରି ବିରଜା ହାଟ ବନ୍ଦ ହୋଇଛି। ଫଳରେ ଶତାଧିକ କ୍ଷୁଦ୍ରବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଏବଂ ଆବଶ୍ୟକ ପଡ଼ିଲେ ଆହୁରି ଅନୁଦାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି।

ବିରଜା ମନ୍ଦିର ସନି୍ନକଟ ଅଞ୍ଚଳରେ କେଉଁ ପୁରୁଣା ସମୟରୁ ‘ବିରଜା ଅଗ୍ନେଶ୍ୱର ହାଟ’ ପ୍ରତି ବୁଧବାର ଓ ରବିବାର ଚାଲୁରହିଥିଲା। ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଭଳି ସେଠାରେ ହାଇଟେକ୍‌ ହାଟ ନିର୍ମାଣ କରିଯିବ ବୋଲି ୨୦୨୩ରେ ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। ତଦନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ବିରଜା ହାଟକୁ ସାମୟିକ ସମୟ ପାଇଁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। ପରେ ୨୦୨୪ରେ ହାଟକୁ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବ୍ୟବସାୟ ହେଲାନାହିଁ, ଚାଷୀମାନେ କ୍ଷତିଗ୍ରସ୍ତ ହେଲେ। ଉକ୍ତ ଜାଗା ଅନୁପଯୋଗୀ ହୋଇଥିବାରୁ ଲୋକେ ସେଠାକୁ ଗଲେନାହିଁ। ଏନେଇ ହାଟର ବ୍ୟବସାୟୀ ଓ ଚାଷୀମାନେ ବିଭିନ୍ନ ସମୟରେ ପ୍ରଶାସନ ପାଖରେ ଲିଖିତ ଭାବେ ଜଣାଇଥିଲେ। ତେଣୁ ଜିଲା ପ୍ରଶାସନ ବ୍ୟବସାୟୀ ଓ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ସ୍ଥାନରେ ବିରଜା ହାଟକୁ ଚଳାଇବାକୁ ଅନୁମତି ଦେଇଥିଲେ। ତଦନୁଯାୟୀ ଗତ ବୁଧବାର (୨୦ ତାରିଖରେ) ପୁରୁଣା ସ୍ଥାନରେ ହାଟ ବସିଥିଲା। ଏହାକୁ ବିଜେଡି ବିରୋଧ କରିଥିଲା। ବିଜେଡି ସରକାର ସମୟରେ ନୂଆ ହାଟ କରିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ଦଳୀୟ କର୍ମୀମାନେ ପୁରୁଣା ସ୍ଥାନରେ ହାଟ ଚଳାଇବା ନେଇ ପ୍ରଶାସନ ଅନୁମତିକୁ ବିରୋଧ କରିଥିଲେ। ଏଥିପାଇଁ ସେମାନେ ଗତ ବୁଧବାର ବୁଢ଼ାପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଏହି ସମୟରେ ସେହି ବାଟ ଦେଇ ଆସୁଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାସହ ହାଟକୁ ଯାଉଥିବା ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ଅଟକାଇବା, ଧମକାଇବା ଆକ୍ରମଣ କରିବା ଏବଂ ଟଙ୍କା ଛଡ଼ାଇ ନେବା ନେଇ ଅଭିଯୋଗ ହୋଇଛି। ଏନେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ସମେତ ୧୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ଟାଉନ ଓ ସଦର ଥାନାରେ ୧୭ଟି ମାମଲା ରୁଜୁ ହୋଇଛି।

ଲଲଙ୍କ ଗିରଫଦାରିକୁ ଜିଲା ବିଜେଡି ପକ୍ଷରୁ ଅଗଣତାନ୍ତ୍ରିକ କୁହାଯିବା ସହ ପୋଲିସ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୁରୁଣା ସ୍ଥାନରେ ବିରଜା ହାଟ ଚାଲିବାକୁ ବିରୋଧ ଆଳରେ ଲୋକଙ୍କୁ ଉସୁକାଇବା, ଜୀବନଜୀବିକା ପାଇଁ ସଂଗ୍ରାମ କରୁଥିବା ବ୍ୟବସାୟୀଙ୍କ ଆସବାବପତ୍ର ଫୋପାଡି ଦେବା ଏବଂ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ପଛର ମୁଖ୍ୟ କାର୍ପଟଦାରଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି। ବିରଜା ହାଟର ସ୍ବତନ୍ତ୍ରତା ରହିଛି। ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ କାର୍ଯ୍ୟରେ ଏହି ହାଟ କୌଣସି ପ୍ରତିବନ୍ଧକ ନୁହେଁ। ବିରଜା ହାଟକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରୁଥିବା କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜମିଜମା ସ୍ବାର୍ଥ ରହିଛି ବୋଲି ଜିଲା ସାରା ଚର୍ଚ୍ଚା ହେଉଛି। ଭାଜପା ନେତାମାନେ କହୁଛନ୍ତି ଯେ, ଏବେ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଆବଶ୍ୟକ ଜାଗା ପରେ ମଧ୍ୟ ଅବଶିଷ୍ଟାଂଶ ୧ ଏକର ଜାଗା ରହିଛି। ସେଠାରେ ହାଟ ହୋଇପାରିବ। ଏହାସମେତ ଏହି ସ୍ଥାନକୁ ଲାଗି ଜାଗା ମାଲିକ ହାଟକୁ ଅଧିକ ଜାଗା ଦେବାପାଇଁ ଜିଲା ପ୍ରଶାସନ ପାଖରେ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ହାଟ ହେଲେ ବିରଜା ମନ୍ଦିର ପ୍ରକଳ୍ପ କ୍ଷତିଗ୍ରସ୍ତ ହେବନାହିଁ ବୋଲି ଭାଜପା ନେତାମାନେ କହି ଆସୁଛନ୍ତି। ତେଣୁ କେଉଁ ସ୍ବାର୍ଥରେ ବିରଜା ହାଟକୁ ସ୍ଥାନାନ୍ତର ଉଦ୍ୟମ କରାଯାଉଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri