ନିର୍ବାଚନ ବେଳେ ଓଡ଼ିଶା ଆସନ୍ତି ପଲିଟିକାଲ ଟୁରିଷ୍ଟ: ନବୀନ

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): କେନ୍ଦ୍ରୀୟ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ଭାଜପାର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ ବା ରାଜନୈତିକ ପର୍ଯ୍ୟଟକ କହି ନବୀନ ଆକ୍ଷେପ କରିଛନ୍ତି। ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ‘ପିଟିଆଇ’କୁ ନବୀନ ସାକ୍ଷାତାକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ନିର୍ବାଚନ ପ୍ରଚାର ଜାରି ରଖିଥିବା ବେଳେ ଓଡ଼ିଶାରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏହାର କଡ଼ା ଜବାବ ଦେଇଛନ୍ତି ନବୀନ। ସାକ୍ଷାତାକାରରେ ସେ କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ପଲିଟିକାଲ ଟୁରିଷ୍ଟ ଆସନ୍ତି। କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ପଲିଟିକାଲ ଟୁରିଷ୍ଟ ଭଳି ଓଡ଼ିଶା ଆସନ୍ତି, ପରେ ସେମାନେ ଦେଖାଯାଆନ୍ତି ନାହିଁ। ଓଡ଼ିଶାବାସୀଙ୍କ ଉପରେ ଭାଜପାର କେନ୍ଦ୍ରୀୟ ନେତାଙ୍କ ବକ୍ତବ୍ୟର କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁର୍ଭାଗ୍ୟର ବିଷୟ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଆଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। କିନ୍ତୁ ଏଥିରେ ମୁଁ ବିଶ୍ବାସ କରେନି। ଭାଜପାର ଏଭଳି ଭାଷାକୁ ରାଜ୍ୟବାସୀ ପସନ୍ଦ କରନ୍ତିନି କି ପ୍ରଶୟ ମଧ୍ୟ ଦିଅନ୍ତିନି ବୋଲି ନବୀନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri