Posted inଜାତୀୟ

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ ରୋକା ଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ। ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ହିମା ଖୋଲିଙ୍କ ନେତୃତ୍ୱରେ ଏକ ବେଞ୍ଚ ବୁଧବାର କହିଛନ୍ତି ଯେ ବିନା ମୂଲ୍ୟରେ ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳ ପକ୍ଷରୁ କରାଯାଉଥିବା ଯୋଜନା ଘୋଷଣାକୁ କୋର୍ଟ ରୋକି ପାରିବେ ନାହିଁ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସରକାରଙ୍କ କାମ। ଜନସାଧାରଣଙ୍କ ଟଙ୍କା କିପରି ଖର୍ଚ୍ଚ ହେବ ତାହା ଚିନ୍ତାର ବିଷୟ ବୋଲି କୋର୍ଟ କହିଛନ୍ତି। ଏହି ବିଷୟଟି ବହୁତ ଜଟିଳ। ଏହି ପ୍ରସଙ୍ଗ ଉପରେ ଏବେ ପ୍ରଶ୍ନ ଉଠିଛି ଯେ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦେବାକୁ କ୍ଷମତା ରଖିଛନ୍ତି କି? ପ୍ରଧାନ ବିଚାରପତି କହିଛନ୍ତି ଯେ କେଉଁ ଯୋଜନାକୁ ମାଗଣା ଘୋଷଣାରେ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ କେଉଁଟି ନୁହେଁ, ଏହା ଏକ ଜଟିଳ ପ୍ରସଙ୍ଗ। ପ୍ରଧାନ ବିଚାରପତି କହିଛନ୍ତି, ଆମେ ରାଜନୈତିକ ଦଳଗୁଡ଼ିକୁ ପ୍ରତିଶ୍ରୁତି ଦେବା ବନ୍ଦ କରବା ଲାଗି ରୋକି ପାରିବୁ ନାହିଁ।

ପ୍ରଶ୍ନ ହେଉଛି କେଉଁ ପ୍ରତିଶ୍ରୁତି ସତ୍ୟ ଅଟେ। ଆମେ ମାଗଣା ଶିକ୍ଷାର ପ୍ରତିଶ୍ରୁତିକୁ ଫ୍ରିବିଜ ଭାବରେ ଗ୍ରହଣ କରିପାରିବା କି? ମାଗଣା ପାନୀୟ ଜଳ ଏବଂ କିଛି ୟୁନିଟ ବିଦ୍ୟୁତ ଯୋଗାଇବା ମଧ୍ୟ ଫ୍ରିବିଜ ଭାବରେ ବିବେଚନା କରାଯାଇପାରିବ କି? କିମ୍ବା ଉପଭୋକ୍ତା ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବଣ୍ଟନକୁ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଅଦାଲତ କହିଛନ୍ତି ଯେ ବର୍ତ୍ତମାନ ଜନସାଧାରଣଙ୍କ ଟଙ୍କା ଖର୍ଚ୍ଚ କରିବାର ସଠିକ ଉପାୟ କ’ଣ ହୋଇପାରେ ତାହା ବର୍ତ୍ତମାନ ଚିନ୍ତାର ବିଷୟ। କିଛି ଲୋକ କୁହନ୍ତି ଯେ ଟଙ୍କା ନଷ୍ଟ ହେଉଛି। ଏହା ବ୍ୟତୀତ କିଛି ଲୋକ ମତ ଦେଇଛନ୍ତି ଯେ ଏହା କଲ୍ୟାଣ ମୂଳକ କାର୍ଯ୍ୟ। ଏହି ବିଷୟ ଜଟିଳ ହେବାରେ ଲାଗିଛି। ଆପଣ ଆପଣଙ୍କର ମତାମତ ଦେଇପାରିବେ। ବିତର୍କ ଏବଂ ଆଲୋଚନା ପରେ, ଆମେ ଏହା ଉପରେ ନିଷ୍ପତ୍ତି ନେଇପାରିବା। କେବଳ ପ୍ରତିଶ୍ରୁତି ଆଧାରରେ ରାଜନୈତିକ ଦଳମାନେ ବିଜୟ ପାଆନ୍ତି ନାହିଁ ବୋଲି କୋର୍ଟ କହିଛନ୍ତି।

ଏହା ସହିତ ପ୍ରଧାନ ବିଚାରପତି ମନରେଗାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବେଳେବେଳେ ରାଜନୈତିକ ଦଳ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଏହା ପରେ ମଧ୍ୟ ସେମାନେ ଜିତି ପାରନ୍ତି ନାହିଁ। ଆସନ୍ତା ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ସୁଦ୍ଧା ଏହି ପ୍ରସଙ୍ଗରେ ଏକ କମିଟି ଗଠନ ନେଇ ମତାମତ ସଂଗ୍ରହ ପରେ ସୋମବାର ଏହାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri