Posted inଜାତୀୟ

୨ୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଦାରାମାୟା ଜେଡିଏସ ଛାଡି କଂଗ୍ରେସ ହାତ ଧରିଥିଲେ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ବେଙ୍ଗାଲୁରୁ,୧୮।୫: ଚାରି ଦିନର କସରତ ପରେ ଗୁରୁବାର କଂଗ୍ରେସ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ କଂଗ୍ରେସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଶନିବାର ଶପଥ ନେବେ। ୨୦୧୩ ରେ ସିଦ୍ଦାରାମାୟା ପ୍ରଥମ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ସିଦ୍ଦାରାମାୟାଙ୍କ କର୍ନାଟକ ରାଜନୀତିରେ ବଡ ନାଁ ରହିଛି । ସିଦ୍ଦାରାମାୟା ୧୯୭୮ରେ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ। ଯଦିଓ ସିଦ୍ଦାରାମାୟାଙ୍କ ମା’ବାପା ଚାହୁଁଥିଲେ , ସେ  ଡାକ୍ତର ହୁଅନ୍ତୁ, ହେଲେ ସେ ଜଣେ ଓକିଲ ବୃତ୍ତି ବାଛିଥିଲେ। ଏହା ପରେ ସେ ଓକିଲାତି ଛାଡି ରାଜନୀତିର ରାସ୍ତା ଆପଣେଇ ‘କ୍ଷୁଧା ମୁକ୍ତ କର୍ନାଟକ’ର ସ୍ବପ୍ନକୁ ସାକାର କରିବାକୁ ସ୍ଥିର କଲେ।

ସିଦ୍ଦାରାମାୟା କର୍ନାଟକ ବିଧାନସଭାରେ ବିଭିନ୍ନ ପଦବୀରେ ରହିଛନ୍ତି। ବିଧାୟକ, ଅର୍ଥମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପରେ ସେ ୨୦୧୩ରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସିଦ୍ଦାରାମାୟା କୁରୁବା ସମ୍ପ୍ରଦାୟର ଜଣେ ନେତା, ଅନ୍ୟ ସମ୍ପ୍ରଦାୟ ଉପରେ ମଧ୍ୟ ତାଙ୍କର ଭଲ ପ୍ରଭାବ ରହିଛି। ସେ ଜଣେ ସ୍ପଷ୍ଟ ବକ୍ତବ୍ୟ, ସେଥିପାଇଁ ସେ ଜନସାଧାରଣଙ୍କ ସମର୍ଥନ ପାଇଛନ୍ତି ଏବଂ ବର୍ତ୍ତମାନ ସେ ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ସିଦ୍ଦାରାମାୟା କଂଗ୍ରେସରେ ଯୋଗଦେବା ପୂର୍ବରୁ ବର୍ଷ ବର୍ଷ ଧରି ଏଚ୍‌ଡି ଦେବେଗୌଡାଙ୍କ ସହ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିଥିଲେ। ଏଭଳି ପରିସ୍ଥିତିରେ ସିଦ୍ଦାରାମାୟାଙ୍କୁ ଦଳର ପରବର୍ତ୍ତୀ ମୁଖ୍ୟ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଯେତେବେଳେ ଦଳର ଆଭିମୁଖ୍ୟ ହସ୍ତାନ୍ତର କରିବାକୁ ସମୟ ଆସିଲା, ସେତେବେଳେ ଦେବେଗୌଡା ପାର୍ଟି ବିଶ୍ୱସ୍ତ ସିଦ୍ଦାରାମାୟାଙ୍କ ବଦଳରେ ତାଙ୍କ ପୁଅ କୁମାରସ୍ବାମୀଙ୍କୁ ବାଛିଥିଲେ।

କୁମାରସ୍ବାମୀ ପ୍ରଥମେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ ଏବଂ ବର୍ଷ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ। କିନ୍ତୁ ଦଳର କମାଣ୍ଡ ପାଇବା ପରେ ସେ ରାଜନୀତିକୁ ଫେରିଥିଲେ। ଏଭଳି ପରିସ୍ଥିତିରେ ସିଦ୍ଦାରାମାୟା ବୁଝିପାରିଥିଲେ ଯେ ଜେଡିଏସରେ ଥିବାବେଳେ ସେ ଚାହୁଁଥିବା ପଦବୀ ହାସଲ କରିପାରିବେ ନାହିଁ। ଦେବେଗୌଡାଙ୍କ ସହ ମତଭେଦ ପରେ ସିଦ୍ଦାରାମାୟା ୨୦୦୫-୦୬ରେ ଜେଡଏସ୍‌ ଛାଡି ପରେ କଂଗ୍ରେସରେ ଯୋଗ ଦେଇ କର୍ନାଟକ ରାଜନୀତିର ଶିଖରରେ ପହଞ୍ଚିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri