ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ ଶୀଘ୍ର ପୋଲିଓ ବିଲୋପ ପାଇଁ ନ୍ୟାଶନାଲ ଟାସ୍କ ଫୋର୍ସ ସହିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଉତ୍ତର ୱାଜିରିସ୍ତାନର ୧୫ ମାସର ଜଣେ ଶିଶୁଙ୍କଠାରେ ପୋଲି ଭାଇରସ ଚିହ୍ନଟ ହୋଇଛି।

ଜାନୁଆରୀ ୨୦୨୧ରେ ପାକିସ୍ତାନରେ ଶେଷ ପୋଲିଓ ମାମଲା ରିପୋର୍ଟ ହୋଇଥିଲା। ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଟୁଇଟ୍‌ କରି କହିଛନ୍ତି, ଦେଶରେ ପୋଲିଓ ପୁଣି ଫେରିଥିବା ନେଇ ସେ ଚିନ୍ତିତ। ପୋଲିଓ ବିଲୋପ ଏକ ପ୍ରମୁଖ ସଫଳତା ଯାହା ସ୍ଥାୟୀ ଉଦ୍ୟମ ଦ୍ୱାରା ସମ୍ଭବ ହୋଇପାରିଥିଲା। ଇସଲାମାବାଦ ସ୍ଥିତ ନ୍ୟାଶନାଲ ଇନଷ୍ଟିଚୂ୍ୟଟ ଅଫ ହେଲଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ ଶୁକ୍ରବାର ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଜଣେ ୧୫ ମାସର ଶିଶୁପୁତ୍ରଙ୍କଠାରେ ଟାଇପ -୧ ୱାଇଲ୍ଡ ପୋଲିଓଭାଇରସ ମାମଲା ଚିହ୍ନଟ ହୋଇଛି।

ପାକିସ୍ତାନର ପୋଲିଓ ବିଲୋପ କାର୍ଯ୍ୟକ୍ରମର ଜାତୀୟ ଜରୁରୀକାଳୀନ ଅପରେଶନ ସେଣ୍ଟରର ସଂଯୋଜକ ଶାହାଜାଦ ବାଗ ଶୁକ୍ରବାର ସାରେ ଟୁଇଟ କରି କହିଛନ୍ତି ଯେ ଉତ୍ତର ୱାଜିରିସ୍ତାନରେ ଜଣେ ଶିଶୁ ଏଥିରେ ସଂକ୍ରମିତ ଖବର ପାଇ ଅତ୍ୟନ୍ତ ଦୁଃଖିତ।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ ପାକିସ୍ତାନର ସ୍ବାସ୍ଥ୍ୟ ସଚିବ ଆମୀର ଅସରଫ ଶନିବାର କହିଛନ୍ତି ଯେ ଏହି ମାମଲା ଶିଶୁ ତଥା ତାଙ୍କ ପରିବାର ପାଇଁ ଏକ ଦୁଃଖଦ ଘଟଣା ଏବଂ ଏହା ପାକିସ୍ତାନ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ସାରା ବିଶ୍ୱରେ ପୋଲିଓ ବିଲୋପ ପାଇଁ ଜାରି ରହିଥିବା ଉଦ୍ୟମ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri