ନେତ ପାଇଁ ନୀତି: ଢେଙ୍କାନାଳ

ଢେଙ୍କାନାଳର ଆରାଧ୍ୟ ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହୋଇଛି। ଏଠାରେ ପୂଜିତ ଠାକୁର ବଳରାମ ଦ୍ୱାପରଯୁଗର ବୋଲି ପୁରାଣରେ ବର୍ଣ୍ଣିତ। ଏଠାକାର ରଥଯାତ୍ରାର ମଧ୍ୟ ସ୍ବତନ୍ତ୍ରତା ରହିଛି। ଏଠାରେ ଶ୍ରୀବଳରାମ ପାଷାଣ ପ୍ରତିମା ହୋଇଥିବାରୁ ଶ୍ରୀଜଗନ୍ନାଥ ଏକାକୀ ବଡ଼ ରଥରେ ଗୁଣ୍ଡିଚା ମନ୍ଦିର ଯାଇଥାଆନ୍ତି। ରାଜବାଟୀରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହ ସାନରଥରେ ଆଡପ ଘରକୁ ଯିବା ପରମ୍ପରା ରହିଛି।
ସେହିପରି ଶ୍ରୀ ସିଦ୍ଧ ବଳରାମ ଜୀଉ ମନ୍ଦିରର ନୀତିକାନ୍ତି ମଧ୍ୟ ସ୍ବତନ୍ତ୍ର। ପ୍ରତି ଏକାଦଶୀରେ ଜଗତର ମଙ୍ଗଳ କାମନା କରି ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ। ଉକ୍ତ ଦିନ ନୂଆ ନେତ ବନ୍ଧାଯିବା ପରମ୍ପରା ରହିଛି। ଏଥିରେ ବ୍ୟତିକ୍ରମ ହେଲେ ଠାକୁରଙ୍କ ନୀତି ବନ୍ଦ ହୋଇଯାଏ। ନେତ ବନ୍ଧାଯିବା ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ଦେଓଗଁାର ବାବୁଲି ଦାସଙ୍କୁ ନିୟୋଜିତ କରାଯାଇଛି। ନିର୍ଦ୍ଧାରିତ ଦିନରେ ପୂଜାର୍ଚ୍ଚନା ପରେ ନୀଳଚକ୍ରରେ ନେତ ବନ୍ଧାଯାଇଥାଏ। ଉକ୍ତ ନେତର ଲମ୍ବ ୧୨ ହାତ ୪ ଆଙ୍ଗୁଳି ଏବଂ ଓସାର ସାଢ଼େ ୩ ହାତ। ଏହାକୁ ତିଆରି ପାଇଁ ସ୍ବତନ୍ତ୍ର ମାପ ଓ ଦରଜୀ ଅଛନ୍ତି। ଯଦି କୌଣସି ମାନସିକଧାରୀ ସାଧାରଣ ଦିନରେ ନେତ ବାନ୍ଧିବାକୁ ଇଚ୍ଛା କରନ୍ତି, ତେବେ ଏଥିଲାଗି ଭୋଗରାଗ, ନେତବନ୍ଧାଳିଙ୍କୁ କିଛି ପାଉଣା ଦେବାକୁ ପଡ଼ିଥାଏ ବୋଲି ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ସୂଚନା ଦେଇଛନ୍ତି। – ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri