ନାବାଳକଙ୍କୁ ଗୋଇଠା ମାରି ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍‌ଡାଉନ୍‌ରେ ଚା’ ଦୋକାନ ଖୋଲିଥିବା ଜଣେ ନାବାଳକଙ୍କୁ ଗୋଇଠା ମାରିବା ପୋଲିସ ପାଇଁ ମହଙ୍ଗା ପଡ଼ିଛି। ଗୁରୁବାର ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଡିସିପି ନିଲମ୍ବିତ କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ୨୯ ନଂ. ପିସିଆର ଭ୍ୟାନ୍‌ ଡ୍ରାଇଭର ତଥା ହୋମ୍‌ଗାର୍ଡ ଅଜୟ କୁମାର ବିଶ୍ୱାଳ। ଏଥିସହ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟାସତ୍ୟ ରହିଥିଲେ ନିଲମ୍ବିତ ହୋମ୍‌ଗାର୍ଡଙ୍କୁ ବହିଷ୍କୃତ କରାଯିବ ଓ ଅନ୍ୟ ଦୁଇଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଏହି ସମ୍ବେଦନଶୀଳ ଘଟଣା ଘଟିଥିଲା। ମଙ୍ଗଳବାର ଦିନ ପ୍ରାୟ ଗୋଟାଏରେ ଶହୀଦନଗର ଥାନା ଅନ୍ତର୍ଗତ କେଶୁରା ଅଞ୍ଚଳରେ ଏକ ଚା’ ଦୋକାନ ଖୋଲା ରହିଥିଲା। ଲକ୍‌ଡାଉନବେଳେ ଧାର୍ଯ୍ୟ ସମୟ ପରେ ଦୋକାନ ଖୋଲା ରହିଥିବାରୁ ପାଟ୍ରୋଲିଂରେ ଥିବା ପିସିଆର୍‌ କର୍ମଚାରୀମାନେ ଦୋକାନ ନିକଟରେ ପହଞ୍ଚତ୍ଥିଲେ। ପୋଲିସ ଗାଡ଼ିକୁ ଦେଖି ଦୋକାନରେ ଥିବା ନାବାଳକ ଜଣକ ଭୟରେ ଲୁଚି ଯାଇଥିଲେ। ତେବେ କେହି ନ ଥିବା ଦେଖି ପିସିଆର୍‌ କର୍ମଚାରୀ ଦୋକାନ ଭିତରେ ପଶି କ୍ଷୀର, ବ୍ରେଡ୍‌ ଆଦି ବିଭିନ୍ନ ଜିନିଷ ବସ୍ତାରେ ପୂରାଇ ନେଇଯାଉଥିଲେ। ଏହା ଦେଖି ନାବାଳକ ଜଣକ ବାହାରକୁ ଆସି ଦୋକାନରୁ କାହିଁକି ଜିନିଷ ନେଇ ଯାଉଛ ବୋଲି କହିଥିଲେ। ଏହା ଶୁଣି ପିସିଆର୍‌ ଡ୍ରାଇଭର ଅଜୟ ଉକ୍ତ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଘର ଚଳାଇବା ପାଇଁ ଦୋକାନ ଖୋଲିଛି ବୋଲି ନାବାଳକ ଜଣକ କହିବା ସହ ଜିନିଷପତ୍ର ନ ନେବାକୁ ନେହୁରା ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ଗୋଇଠା ପରେ ଗୋଇଠା ମାରି ଜିନିଷ ନେଇ ପଳାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୋଲିସର ଏଭଳି ଅମାନବୀୟ କାଣ୍ଡ କଏଦ ହୋଇଥିଲା। ଗୁରୁବାର ଉକ୍ତ ଭିଡିଓ ଭାଇରାଲ ହୋଇଥିଲା। ପ୍ରାୟ ୨୦ ସେକେଣ୍ଡରେ ହୋମ୍‌ଗାର୍ଡ ଅଜୟ ନାବାଳକଙ୍କୁ ୧୦ରୁ ଅଧିକ ଥର ଗୋଇଠା ମାରିଛନ୍ତି ଓ ଅନ୍ୟ ଦୁଇ ପୋଲିସ ଏହାକୁ ଦେଖୁଥିବା ଦୃଶ୍ୟ ରହିଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ପରେ ଡିସିପି ପଦକ୍ଷେପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri