ରାତିଅଧରେ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା: ଘେରିଲେ ଗ୍ରାମବାସୀ

ପାଟଣା,୨୭।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ପାଟଣା ବ୍ଲକ ଯମୁନାପଶି ଗ୍ରାମରେବୁଧବାର ଭୋର ୩ଟାରେ ୬ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଗିରଫ ନେତାଙ୍କୁ ଛାଡ଼ିବା ଦାବିରେ ଗ୍ରାମର ଶତାଧିକ ଲୋକ ପୋଲିସ ଗାଡି ସହ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରିସ୍ଥିତି ଅଣାୟତ ହେବା ପରେ ପରେ ପୋଲିସ ଫୋର୍ସ ସହାୟତାରେ ମୃଦୁ ଲାଠି ଚାଳନା ରିଥିଲା। ପୋଲିସର ଲାଠି ଚାଳନାରେ ବହୁ ଲୋକ ଆହତ ହୋଇଛନ୍ତି। ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ବେଣୁଧର ସର୍ଦାର, ତାଙ୍କ ଭାଇ ଭୁବୁନା ନନ୍ଦଙ୍କ ସମେତ ୪ ଜଣକୁ ପୋଲିସ ଗିରଫ କରି ଥାନାକୁ ନେଇଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଓ ଖଣ୍ଡଯୁଦ୍ଧ ସୃଷ୍ଟି ହୋଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ଗ୍ରାମର ଶତାଧିକ ପୁରୁଷ ମହିଳା ପୋଲିସ ଗାଡି ଆଗରେ ଶୋଇବା ସହ ବସି ରହି ପୋଲିସକୁ ଅଟକ ରଖିଥିଲେ।

ସୂଚନାଯୋଗ୍ୟ ଯେ, ପାଟଣା ବ୍ଲକ ଚେମେଣା ଓ ଯମୁନାପଶି ପଞ୍ଚାୟତ ଅଧିନରେ ଜିନ୍ଦଲ ପୋସ୍କୋ ମିଳିତ ଭାବରେ ମେଗା ଷ୍ଟିଲପ୍ଲାଣ୍ଟ କରିବାକୁ ଯାଉଥିବାବେଳେ ବେଣୁଧର ସର୍ଦାର ଜିନ୍ଦଲ ପୋସ୍କୋ ବିରୋଧୀ ମଞ୍ଚ ର ସମ୍ପାଦକ ଅଛନ୍ତି । ଆଗାମୀ ଦିନରେ ଗ୍ରାମ ସଭା ହେବାକୁ ଥିବାରୁ ତାଙ୍କୁ ଗିରଫ କରି ଆନ୍ଦୋଳନକୁ ପ୍ରଶମିତ କରିବାକୁ ପୋଲିସ ପ୍ରଶାସନର ଏଭଳି ହୀନଚକ୍ରାନ୍ତ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ପୋଲିସ ବେଣୁଧର ସର୍ଦାରଙ୍କ ସହ ୫ ଜଣ ଙ୍କ ନାମରେ ଡକାୟତି ପାକ୍ରମକଣ ମାମଲା ଥିବାରୁ ପୋଲିସ ଅଟକ ରଖିଛି ବୋଲି ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ କହିଛନ୍ତି।

ପୋଲିସ ମାଡ଼ରେ ଗ୍ରାମର୧୦ ରୁ ଉଦ୍ଧର୍‌ବ ମହିଳା ପୁରୁଷ ଆହତ ହୋଇ ଥିବା ଜଣାପଡ଼ିଥିବା ବେଳେ ପୋଲିସ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। କିଛିଦିନ ତଳେ ଚେମେଣା ଗ୍ରାମର ପ୍ରତାପ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଛଡାଇ ନେଇଥିବା ନେଇ ବେଣୁଧର ସର୍ଦାରଙ୍କ ନାମରେ ଅଭିଯୋଗ ହୋଇଥିଲା। ଚମ୍ପୁଆ ଏସଡିପିଓଙ୍କ ସହ ପାଟଣା ତହସିଲଦାର ଅଶିନୀ କୁମାର ନାୟକ, ତୁରୂମଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଓ ଫୋର୍ସ ଏହି ଚଢାଉରେ ସାମିଲ ହୋଇଥିଲେ।

ଘଟଣାକୁ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ଉପଦେଷ୍ଟା ତଥା AIKKMS ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଓ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ ତୀବ୍ର ନିନ୍ଦା କରିଛନ୍ତି। ଏଥିସହିତ ଅବିଳମ୍ବେ ଜିନ୍ଦଲ-ପୋସ୍କୋର ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଅନ୍ୟ ୫ ଜଣଙ୍କୁ ନିସର୍ତ୍ତରେ ତୁରନ୍ତ ଖଲାସ କରିବା ପାଇଁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତି ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri