ପୋଲିସ- ପରିବହନ ବିଭାଗ ପକ୍ଷରୁ ତତ୍ପରତା: ଗୋଟିଏ ପରେ ଗୋଟିଏ ଗାଡିକୁ ଅଟକାଇ ଯାଞ୍ଚ କଲେ…

ବଲାଙ୍ଗୀର, ୧୪।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସ ସ୍ଥାନୀୟ ଭାଗିରଥି ଛକରେ ମଙ୍ଗଳବାର ସନ୍ଧ୍ୟାରେ ଯାନବାହାନ ଯାଞ୍ଚ କରିଥିଲା। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଉପସ୍ଥିତିରେ ଟାଉନ ଥାନା ପୋଲିସ ଟିମ ଗାଡିଚାଳକଙ୍କ ଆଲକୋହଲ ବ୍ରେଥ ଟେଷ୍ଟ ବା ମଦ ପିଇ ଗାଡିଚାଳନା ବିଷୟରେ ଯାଞ୍ଚ କରିଥିଲେ। ଭାଗିରଥି ଛକ ଦେଇ ଯାଉଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଡ୍ରାଇଭରଙ୍କ ଆଲକୋହଲ ବ୍ରେଥ ଟେଷ୍ଟ କରିଥିଲେ। ପୋଲିସ ବ୍ରେଥ ଏଲାଇଜର ଡିଭାଇସ’ରେ ଚାଳକଙ୍କ ପରୀକ୍ଷା କରାଯାଇଛି। ଯେଉଁମାନେ ମଦ ପିଇ ଗାଡିଚାଳନା କରୁଥିଲେ। ପୋଲିସ ସେମାନଙ୍କ ଗାଡିକୁ ଜବତ କରିଛି। ଏହାସହିତ ପୋଲିସ ଟିମ ମୋଡିଫାଏଡ ସାଇଲେନ୍ସସ ଥିବା ବାଇକ୍‌କୁ ମଧ୍ୟ ଜବତ କରିଥିଲା। ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଏହି ବାଇକ ବିଭିନ୍ନ ସମୟରେ ଲୋକଙ୍କୁ ଅଡୁଆରେ ପକାଉଛି। ଏହାବାଦ୍‌ ନାବାଳକ ଗାଡି ଚାଳକଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ପୋଲିସ ୯ଟି ଗାଡି ଜବତ କରିଥିବା ଟାଉନ ଥାନା ଆଇଆଇସି ଅବନୀ କୁମାର ସାହୁ କହିଛନ୍ତି। ଯାଞ୍ଚ ସମୟରେ ସଦର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ, ଟାଉନ ଥାନା ୧୦ ଜଣ ପୋଲିସ ଅଫିସରଙ୍କ ସମେତ ୩ ସେକ୍ସନ ପୋଲିସ କର୍ମଚାରୀ ମୁତୟନ ଥିଲେ । ରାସ୍ତାରେ ସୁରକ୍ଷିତ ଯାତ୍ରା ଏବଂ ବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି। ଲୋକେ ନିୟମ ମାନି ସୁରକ୍ଷିତ ଯାତ୍ରା କରିବା ସହ ଦୁର୍ଘଟଣାମୁକ୍ତ ପରିବେଶ ସୃଷ୍ଟି କରନ୍ତୁ ବୋଲି ଏସପି ଅଭିଳାଷ ଜି କହିଛନ୍ତି। ବଲାଙ୍ଗୀର ସହର ଟ୍ରାଫିକ ଛକରେ ଯାନବାହାନ ଯାଞ୍ଚ ବେଳେ ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ l

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

ଆମ ପାଖରେ କିଛି ନାହିଁ, ଫାଇଲ ନେଇଗଲେ ମମତା ବାନାର୍ଜୀ, I-PAC ଚଢ଼ାଉ ମାମଲାରେ ହାଇକୋର୍ଟଙ୍କୁ କହିଲା…

କୋଲକାତା,୧୪ା୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜନୈତିକ ପରାମର୍ଶଦାତା ସଂସ୍ଥା I-PAC ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ ସମ୍ପର୍କରେ କୋଲକାତା ହାଇକୋର୍ଟରେ ଶୁଣାଣିକୁ...

ମାଞ୍ଜା ସୂତା ନେଲା ବାଇକ ଆରୋହୀଙ୍କ ଜୀବନ, ଶେଷ କଲ କରି ଝିଅ ସହ କଥା ହେବା ପରେ…

ବେଙ୍ଗାଲୁରୁ,୧୪।୧: କର୍ନାଟକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ମାରାତ୍ମକ ଗୁଡ଼ି ସୂତା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ବିଦର ଜିଲାରେ ରାସ୍ତା ଉପରେ...

Instagram ରେ Reels ଭାଇରାଲ ହେବ କେମିତି? ଜାଣନ୍ତୁ ନୂଆ ଟ୍ରିକ୍ସ

ଆଜିକାଲି, Instagram Reels କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ...

ମମତା ବାନାର୍ଜୀଙ୍କ ନାଁରେ ବଡ଼ ଅଭିଯୋଗ, I-PAC ମାମଲାରେ ଇଡି ହାଇକୋର୍ଟଙ୍କୁ କଣ କଣ କହିଲେ ଜାଣନ୍ତୁ

କୋଲକାତା,୧୪।୧:  I-PAC କାର୍ଯ୍ୟାଳୟରେ ଇଡି ଚଢାଉ ଉପରେ ଶୁଣାଣି କଲିକତା ହାଇକୋର୍ଟରେ ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି ଦେଇଥିଲେ...

ସ୍ପେନରେ ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ଶାସନ କରିବେ କେହି ରାଣୀ, ଜାଣନ୍ତୁ କିଏ ଏହି ୨୦ ବର୍ଷୀୟା ରାଜକୁମାରୀ

ମାଡ୍ରିଡ,୧୪।୧: ସ୍ପେନରେ ଇତିହାସ ସୃଷ୍ଟି ହେଉଛି। ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରାଣୀ ଶାସନ କରିବେ। ରାଜା ଫେଲିପ ଷଷ୍ଠ ଏବଂ...

ଓ଼୍ବାଇ-ଫାଇ ଶଦ୍ଦର ଅର୍ଥ କ’ଣ? ଉତ୍ତର ଜାଣିଲେ ତାଜୁବ ହେବେ

ଆଜିର ଡିଜିଟାଲ ଯୁଗରେ, ୱାଇ-ଫାଇ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଘରେ, ଅଫିସ, ସ୍କୁଲ କିମ୍ୱା ହୋଟେଲରେ, ୱାଇ-ଫାଇ ଇଣ୍ଟରନେଟ ସଂଯୋଗର...

ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri