ବଧୂହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ, ସମୟ ମାଗିଲେ ଆଇଆଇସି

କେସିଙ୍ଗା,୨୪ା୯(ତୁମେଶ୍ୱର ସାହୁ): ସ୍ବର୍ଗତା କ୍ଷୀରବତୀ ସାହୁଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦ ଙ୍କୁ ଗିରଫ ଦାବିରେ ମୃତ ପରିବାରବର୍ଗଙ୍କ ସମେତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡି ପକ୍ଷରୁ ଥାନା ସମ୍ମୁଖରେ ବୁଧବାର ପ୍ରତିବାଦ ଦେଇ ଗଣଧାରଣା ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଗଣଧାରଣା ଦେଇ କେସିଙ୍ଗା ଆଇଆଇସିଙ୍କୁ ଏକ ଦାବିପତ୍ର ସାହୁ ସମାଜ ପକ୍ଷରୁ ପ୍ରଦାନ କରାଯାଇଛି। ଆଇଆଇସି ଜିତେନ୍ଦ୍ର ବିଶ୍ବାଳ ୧୦ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ସମୟ ମାଗିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ ଗତ ୨୦୨୩ରେ ମ.ରାମପୁର ଥାନା ଅଧିନସ୍ଥ ବାଞ୍ଜିପଦର(ସାପଲହରା)ଗ୍ରାମର କୌତୁକ ସାହୁଙ୍କ କନ୍ୟା କ୍ଷୀରବତୀ ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। କିଛି ମାସ ସ୍ବାମୀ ସ୍ତ୍ରୀ ଭଲରେ ଜୀବନଯାପନ କଲା ପରେ କ୍ଷୀରବତୀଙ୍କୁ ଶାଶୁ ଘରେ ବିଭିନ୍ନ ଯୌତୁକ ଦାବି ଓ ଶାରୀରିକ ନିର୍ଯାତନା ଦେଇ ଖାଇବା ପିଇବା ପାଇଁ ଖାଦ୍ୟପେୟ ନ ଦେଇ ନିର୍ଯାତନା ଦେଇ ଆସୁଥିଲେ। ଚଳିତ ମାସ ୧୦ ତାରିଖ ରାତିରେ ଜଗନ୍ନାଥଙ୍କ ପରିବାରଙ୍କ ମିଳିତ ଉଦ୍ୟମରେ କ୍ଷୀରବତୀଙ୍କୁ ମାଡ଼ମାରି ତଣ୍ଟି ଚିପି ବିଷ ପିଆଇ ଦେଇଥିବା ଝିଅର ବାପା କୌତୁକ ସାହୁ ଗ୍ରାମ ବାଞ୍ଜିପଦର (ସାପଲହରା) ଥାନା ଏମ୍‌.ରାମପୁରର ଗତ ୧୧.୯.୨୫ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କେସିଙ୍ଗା ପୋଲିସ ସମସ୍ତ ତଦନ୍ତ ପରେ ମୃତ କ୍ଷୀରବତୀ ସାହୁଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଜଣାପଡ଼ିଛି। କିନ୍ତୁ ଦୁଃଖର ବିଷୟ ଏହିକ ିଯେ ଦୀର୍ଘ ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ଫେରାର ଥିବା ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା କେସିଙ୍ଗା ପୋଲିସ ଗିରଫ କରି ନ ଥିବାରୁ ଆଜି ଥାନା ଘେରାଉ କରି ଗଣଧାରଣା ଦିଆଯାଇ ଥିଲା। ଏ ନେଇ ଗତକାଲି ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଫେରାର ଥିବା ରୋମାଞ୍ଚଳ ସାହୁ, ରୁଦେନ ସାହୁ ଓ ନେତ୍ର ସାହୁଙ୍କୁ ଗିରଫ ଦାବିରେ ଏକ ସ୍ମାରକପତ୍ର ଆଇଆଇସିଙ୍କୁ ମୃତ କ୍ଷୀରବତୀଙ୍କ ପରିବାର ଓ ସାହୁ ସମାଜ ପକ୍ଷରୁ ପ୍ରଦାନ କରାଯାଇଛି।

ଏହି ଧାରଣାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡିର ସଭାପତି ନୀଳମଣି ସାହୁ, ସମ୍ପାଦକ ନବୀନ ସାହୁଙ୍କ ସମେତ ସମସ୍ତ ଜିଲା ଉପସଭାପତି, ଯୁଗ୍ମ ସମ୍ପାଦକ, ବ୍ଲକ ସଭାପତି, ସମ୍ପାଦକ, ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଏହି ଧାରଣାରେ ଯୋଗଦେଇଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର ବିଶ୍ବାଳଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଧରାପଡ଼ିଲେ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri