ବଧୂହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ, ସମୟ ମାଗିଲେ ଆଇଆଇସି

କେସିଙ୍ଗା,୨୪ା୯(ତୁମେଶ୍ୱର ସାହୁ): ସ୍ବର୍ଗତା କ୍ଷୀରବତୀ ସାହୁଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦ ଙ୍କୁ ଗିରଫ ଦାବିରେ ମୃତ ପରିବାରବର୍ଗଙ୍କ ସମେତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡି ପକ୍ଷରୁ ଥାନା ସମ୍ମୁଖରେ ବୁଧବାର ପ୍ରତିବାଦ ଦେଇ ଗଣଧାରଣା ଦେଇଥିଲେ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଗଣଧାରଣା ଦେଇ କେସିଙ୍ଗା ଆଇଆଇସିଙ୍କୁ ଏକ ଦାବିପତ୍ର ସାହୁ ସମାଜ ପକ୍ଷରୁ ପ୍ରଦାନ କରାଯାଇଛି। ଆଇଆଇସି ଜିତେନ୍ଦ୍ର ବିଶ୍ବାଳ ୧୦ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ସମୟ ମାଗିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ ଗତ ୨୦୨୩ରେ ମ.ରାମପୁର ଥାନା ଅଧିନସ୍ଥ ବାଞ୍ଜିପଦର(ସାପଲହରା)ଗ୍ରାମର କୌତୁକ ସାହୁଙ୍କ କନ୍ୟା କ୍ଷୀରବତୀ ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। କିଛି ମାସ ସ୍ବାମୀ ସ୍ତ୍ରୀ ଭଲରେ ଜୀବନଯାପନ କଲା ପରେ କ୍ଷୀରବତୀଙ୍କୁ ଶାଶୁ ଘରେ ବିଭିନ୍ନ ଯୌତୁକ ଦାବି ଓ ଶାରୀରିକ ନିର୍ଯାତନା ଦେଇ ଖାଇବା ପିଇବା ପାଇଁ ଖାଦ୍ୟପେୟ ନ ଦେଇ ନିର୍ଯାତନା ଦେଇ ଆସୁଥିଲେ। ଚଳିତ ମାସ ୧୦ ତାରିଖ ରାତିରେ ଜଗନ୍ନାଥଙ୍କ ପରିବାରଙ୍କ ମିଳିତ ଉଦ୍ୟମରେ କ୍ଷୀରବତୀଙ୍କୁ ମାଡ଼ମାରି ତଣ୍ଟି ଚିପି ବିଷ ପିଆଇ ଦେଇଥିବା ଝିଅର ବାପା କୌତୁକ ସାହୁ ଗ୍ରାମ ବାଞ୍ଜିପଦର (ସାପଲହରା) ଥାନା ଏମ୍‌.ରାମପୁରର ଗତ ୧୧.୯.୨୫ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କେସିଙ୍ଗା ପୋଲିସ ସମସ୍ତ ତଦନ୍ତ ପରେ ମୃତ କ୍ଷୀରବତୀ ସାହୁଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଜଣାପଡ଼ିଛି। କିନ୍ତୁ ଦୁଃଖର ବିଷୟ ଏହିକ ିଯେ ଦୀର୍ଘ ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ଫେରାର ଥିବା ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା କେସିଙ୍ଗା ପୋଲିସ ଗିରଫ କରି ନ ଥିବାରୁ ଆଜି ଥାନା ଘେରାଉ କରି ଗଣଧାରଣା ଦିଆଯାଇ ଥିଲା। ଏ ନେଇ ଗତକାଲି ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଫେରାର ଥିବା ରୋମାଞ୍ଚଳ ସାହୁ, ରୁଦେନ ସାହୁ ଓ ନେତ୍ର ସାହୁଙ୍କୁ ଗିରଫ ଦାବିରେ ଏକ ସ୍ମାରକପତ୍ର ଆଇଆଇସିଙ୍କୁ ମୃତ କ୍ଷୀରବତୀଙ୍କ ପରିବାର ଓ ସାହୁ ସମାଜ ପକ୍ଷରୁ ପ୍ରଦାନ କରାଯାଇଛି।

ଏହି ଧାରଣାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡିର ସଭାପତି ନୀଳମଣି ସାହୁ, ସମ୍ପାଦକ ନବୀନ ସାହୁଙ୍କ ସମେତ ସମସ୍ତ ଜିଲା ଉପସଭାପତି, ଯୁଗ୍ମ ସମ୍ପାଦକ, ବ୍ଲକ ସଭାପତି, ସମ୍ପାଦକ, ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକଙ୍କ ସମେତ ଶତାଧିକ କର୍ମକର୍ତ୍ତା ଏହି ଧାରଣାରେ ଯୋଗଦେଇଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର ବିଶ୍ବାଳଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଧରାପଡ଼ିଲେ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri