Posted inଜାତୀୟ

୧୦ ବର୍ଷର ନାବାଳିକାକୁ ବଳାତ୍କାର, ହତ୍ୟା ମାମଲା: ପୋଲିସକୁ ମମତାଙ୍କ ଅଲ୍ଟିମେଟମ୍

କୋଲକାତା,୬।୧୦: ପଶ୍ଚିମବଙ୍ଗର କୁଲଟୁଲିରେ ଜଣେ ୧୦ ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା କହିଛନ୍ତି ଯେ, ”ଏହି ମାମଲା ପୋକସୋ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଉଚିତ ଏବଂ ଏହା ନିଶ୍ଚିତ ହେବା ଉଚିତ ଯେପରି ଅପରାଧୀମାନେ ତିନି ମାସ ମଧ୍ୟରେ ମୃତ୍ୟୁଦଣ୍ଡ ପାଇବେ।”

ଏଥି ସହ ପୀଡିତାଙ୍କ ପରିବାରର ଏହି ମାମଲା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଆକ୍ରୋଶ ଭରି ରହିଛି ଏବଂ ଏହାକୁ ନେଇ ରାଜନୀତି ମଧ୍ୟ ବଢ଼ିବାରେ ଲାହିଛି। ରବିବାର ଭାଜପା କର୍ମୀମାନେ କୁଲଟୁଲି ପୋଲିସ ଷ୍ଟେସନ ବାହାରେ ଏହି ଘଟଣାରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ଓ ଭାଜପା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ ୧୦ ବର୍ଷର ନାବାଳିକାଙ୍କୁ ଜଣେ ସମ୍ପର୍କୀୟ କହିଛନ୍ତି ଯେ ”ଶୁକ୍ରବାର ସନ୍ଧ୍ୟାରେ ଝିଅ ଟ୍ୟୁସନରୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲା। ଶନିବାର ସକାଳେ ସ୍ଥାନୀୟ ଲୋକମାନେ ଜୟନଗର ଅଞ୍ଚଳର ମାର୍ଶାଘାଇରୁ ନାବାଳିକାଙ୍କୁ ମୃତଦେହ ଉଦ୍ଧାର କରିଥିଲେ। ନାବାଳିକାଙ୍କ ଶରୀରରେ ରକ୍ତ ଦାଗ ରହିଥିଲା। ହାତ ଭାଙ୍ଗିଯାଇଥିଲା।”

ତେବେ ନାବାଳିକା ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ, ପୀଡ଼ିତାଙ୍କ ବାପା ପୋଲିସ ଷ୍ଟେସନକୁ ଯିବାବେଳେ ପୋଲିସ ଏହି ମାମଲାକୁ ଅଣଦେଖା କରିଥିଲା। ସେ କହିଛନ୍ତି, “ତାଙ୍କ ବାପା ତାଙ୍କୁ ସବୁ ଜାଗାରେ ଖୋଜିବାକୁ ଚେଷ୍ଟା କଲେ, କିନ୍ତୁ ଯେତେବେଳେ ସେ ତାଙ୍କୁ ପାଇପାରିଲେ ନାହିଁ ସେ ପୋଲିସ ଷ୍ଟେସନକୁ ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ କଥା ଶୁଣିବାକୁ ମନା କରିଦେଇଥିଲେ ଏବଂ ଜୟନଗର ପୋଲିସ ଷ୍ଟେସନକୁ ଯିବାକୁ କହିଥିଲେ। ଏହି ଘଟଣାକୁ ଅଣଦେଖା କରିଥିଲେ।”

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri