କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି। ପୋଲିସ କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରକୁ ପଚରାଉଚରା କରୁଛି। ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇପାରୁ ନ ଥିବାରୁ ଟଙ୍କା କେଉଁଠାରୁ ଆସିଲା ଯାଞ୍ଚ ଚାଲିଛି।