ଅଜଣା ମୃତଦେହ ସଂସ୍କାରବେଳେ ମାଡ଼ିବସିଲା ପୋଲିସ: ବଢୁଛି ଚର୍ଚ୍ଚା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମରେ ସୋମବାର ଏକ ଅଜଣା ମୃତଦେହ ସଂସ୍କାର ବେଳେ ଗ୍ରାମବାସୀ ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ମୃତଦେହକୁ ସେହି ଗ୍ରାମର ମୃତକଙ୍କ ସମ୍ପର୍କୀୟ ଆଣି ଅନ୍ତିମ ସଂସ୍କାର କରୁଥିବା ଜଣାପଡ଼ିଛି। ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ,ପୂର୍ବାହ୍ନରେ କେତେଜଣ ବ୍ୟକ୍ତି ଜଣେ ବୃଦ୍ଧଙ୍କ ମୃତଦେହ ଆଣି ଗ୍ରାମର ବଘାରମୁଣ୍ଡା ପୋଖରୀ ନିକଟରେ ପୋତି ଦେଉଥିଲେ। ସେହି ସମୟରେ ଗ୍ରାମର କେତେଜଣ ବ୍ୟକ୍ତି ଏହାଦେଖି ମୃତଦେହ ତାଙ୍କ ଗ୍ରାମର ନୁହେଁ ବୋଲି କହି ଅନ୍ତିମ ସଂସ୍କାର କରିବାକୁ ମନା କରିଥିଲେ। ଏନେଇ ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ହରିହର ଯୋର ଠେଙ୍ଗୋ ଡ୍ୟାମ୍‌ ଫାଣ୍ଡି ଅଧିକାରୀ ବିଭୁନ୍ଦ୍ର ବରାଳ ପୋଲିସ ଟିମ୍‌ ସହ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ ା
ମୃତ ବ୍ୟକ୍ତି ଜଣକ ଅନୁଗୁଳ ଜିଲା ଟିକରପଡ଼ାର ବିଶ୍ୱନାଥ ମୁଖି (୭୫)ବୋଲି ଜଣାପଡିଛି। ବିଶ୍ୱନାଥ କିଛି ବର୍ଷ ହେଲା ନିଜ ପରିବାର ସହିତ ବୀରମହାରାଜପୁରରେ ରହି କୁଲି ମଜୁରୀ କାମ କରୁଥିଲେ। ତାଙ୍କର ପୁଅ ଜଗ ମୁଖୀ ବୀରମହାରାଜପୁର ଥାନା ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମରେ ଗୋବିନ୍ଦ ଭିଷରଙ୍କ ଝିଅଙ୍କୁ ବିବାହ କରିଥିଲେ। ବିଶ୍ୱନାଥ ରୋଗାକ୍ରାନ୍ତ ଥିବାରୁ ତାଙ୍କୁ ଗତ ରବିବାର ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ସେ ଡ଼ାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ମାତ୍ର ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ା ବୀରମହାରାଜପୁରରେ ମୃତକଙ୍କ ପୁଅଙ୍କ ଆଉ କେହି ସମ୍ପର୍କୀୟ ନ ଥିବାରୁ ଅନ୍ତିମ ସଂସ୍କାର କରିବାରେ ସମସ୍ୟା ହୋଇଥିଲା। ତେଣୁ ମୃତଦେହକୁ ମୃତକଙ୍କ ପୁଅ ଜଗ ତାଙ୍କ ଶ୍ୱଶୁର ଘର ସମ୍ପର୍କୀୟଙ୍କ ସହିତ ବଡ଼ମାଳ ଆଣି ପୋତି ଦେଉଥିଲେ। ପୋଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ପଚରା ଉଚୁରା କରୁଛି। ଏନେଇ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବରାଳଙ୍କୁ ପଚାରିବାରେ ମୃତଦେହକୁ ଅନୁଗୁଳ ଜିଲା ଟିକରପଡ଼ା ନେବାକୁ ତାଙ୍କ ପୁଅ ଅସମର୍ଥ ଥିବାରୁ ଶଶୁର ଘର ବଡ଼ମାଳକୁ ଆଣିଥିବା କହିବା ସହିତ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri