ଜଗନ୍ନାଥପ୍ରସାଦ,୧୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ମଙ୍ଗଳସୂତ୍ରକୁ ସଜାଡ଼ିବା ପାଇଁ ଆସି ଅସାବଧାନତାରୁ ହଜିଯାଇଥିବା ୫ ଗ୍ରାମର ଏକ ସୁନା ମଙ୍ଗଳସୂତ୍ର ଶୁକ୍ରବାର ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୁବଳ ନାୟକଙ୍କୁ ହସ୍ତାନ୍ତର କରିଛନ୍ତି।
ସୂଚନାନୁଯାୟୀ, ଗତ ୧୬ ତାରିଖ ମଙ୍ଗଳବାର ଲୁଣିଢେପ ବାସିନ୍ଦା ସୁବଳ ନାୟକ ଜଗନ୍ନାଥପ୍ରସାଦର ଏକ ସୁନା ଦୋକାନକୁ ଛିଣ୍ଡି ଯାଇଥିବା ମଙ୍ଗଳସୂତ୍ର ସଜାଡ଼ିବା ପାଇଁ ଆଣିଥିଲେ। କିନ୍ତୁ ଲୋକ ଗହଳି ଦେଖି ଫେରିଆସିଥିଲେ ବଜାରରେ ଅନ୍ୟାନ୍ୟ କାମ ସାରିବା ସମୟରେ ଅସାବଧାନତା କାରଣରୁ ମଙ୍ଗଳ ସୂତ୍ର ଟିକୁ କେଉଁଠି ପକାଇ ଦେଇଥିଲେ। ଯାହାକୁ ନେଇ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଏତଲା ଅନୁସାରେ ପୋଲିସ ସ୍ଥାନୀୟ ବଜାର ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମହିଳା ସଫେଇ କର୍ମଚାରୀ ମଙ୍ଗଳସୂତ୍ରକୁ ପାଇଥିବା ନଜର ଆସିଥିଲେ। ପରେ ଥାନାଧିକାରୀ ଉକ୍ତ ମହିଳାଙ୍କ ସହ ଯୋଗାଯୋଗ କରି ହଜିଯାଇଥିବା ମଙ୍ଗଳସୂତ୍ରକୁ ତାଙ୍କଠାରୁ ଉଦ୍ଧାର କରି ହଜାଇଥିବା ଉକ୍ତ ଲୋକ ହସ୍ତାନ୍ତର କରିଥିଲେ।

