ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦ: ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼/ଅତାବିରା,୧୧।୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ ମାସ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି। ଜିଲାର ଅନେକ ଚାଷୀ ଏବେ ସୁଦ୍ଧା ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ି ଥିବାବେଳେ ବହୁଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ସେହିପରି ମଣ୍ଡିରେ ଧାନ ଉଠାଣ ବିଳମ୍ବ ହେଉଥିବା ବେଳେ କଟ୍‌ନୀଛଟ୍‌ନୀ ଜୋର୍‌ ଧରିଥିବା ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରି ଜିଲାର ଚାଷୀମାନେ ତାତି ଉଠିଛନ୍ତି। ଶନିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଅତାବିରା ମଣ୍ଡି ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଚାଷୀ ମଣ୍ଡି ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥକୁ ଆସି କିଛି ସମୟ ଧରି ଅବରୋଧ କରିଥିଲେ। ପୋଲିସ ସେଠାରୁ ଆନ୍ଦୋଳନରତ ୬୦ଜଣ ଚାଷୀଙ୍କୁ ଉଠାଇ ନେଇ ବରଗଡ଼ ରିଜର୍ଭ ପୋଲିସ ଏବଂ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଅଟକ ରଖିଥିଲା। ସନ୍ଧ୍ୟା ପ୍ରାୟ ୫ଟାରେ ଚାଷୀମାନଙ୍କୁ ପୋଲିସ ଛାଡ଼ିଥିଲା।
ପୂର୍ବ ନିର୍ଦ୍ଧାରୀତ କାର୍ଯ୍ୟକ୍ରମ ଅନୁସାରେ, ଧାନବିକ୍ରି ଅବ୍ୟବସ୍ଥାକୁ ନେଇ ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅତାବିରା ମଣ୍ଡି ପରିସରରେ ଜୟ କିଷାନ ଆନ୍ଦୋଳନର ବୈଠକ ହୋଇଥିଲା। ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ, ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ମହାଦେବ ପ୍ରଧାନ, ଅରୁଣ ପ୍ରଧାନ, ଜିତୁ ବେହେରା, ଭଞ୍ଜନ ବାରିକ, କୁନା ବେହେରା, ଚଞ୍ଚଳ ପ୍ରଧାନ, ସୁରେନ୍ଦ୍ର ମେହେର, ସରୋଜ ପ୍ରଧାନ, ସିଲିଂ ସାହୁ, କିଶୋର ସାହୁ, ମିନିଷ୍ଟର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ଏବଂ ଧାନବିକ୍ରି ଅବ୍ୟବସ୍ଥାକୁ ନେଇ ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ, ବର୍ତ୍ତମାନ ଯେଭଳି ଢଙ୍ଗରେ ଧାନ କିଣାବିକା ଚାଲିଛି, ଚାଷୀମାନେ ସେମାନଙ୍କ ଅମଳ ଧାନ ବିକ୍ରି କରିପାରିବେ କି ନାହିଁ, ସେହି ସନ୍ଦେହରେ ରହିଛନ୍ତି। ମିଲର୍ସମାନେ ଗତ ୫ତାରିଖରୁ ୩ଦିନ ଧାନ ଉଠାଣ ବନ୍ଦ କରିଥିଲେ। ଗୋଟିଏ ଦାବି ମାନିନେବା ପରେ ମିଲର୍ସମାନେ ଧାନ କିଛି କିଛି ଉଠାଉଛନ୍ତି। ମାତ୍ର ବାକି ଦାବି ପୂରଣ ପାଇଁ ମିଲର୍ସମାନେ ରାଜ୍ୟ ସରକାରଙ୍କୁ ୧୫ଦିନର ମହଲତ୍‌ ଦେଇଛନ୍ତି। ଫଳରେ ପୁଣି ୧୫ଦିନ ମଧ୍ୟରେ ମିଲର୍ସମାନେ ଆନ୍ଦୋଳନକୁ ଓହ୍ଲାଇବାର ଆଶଙ୍କା ଦେଖାଯାଇଛି। ଏଭଳି ସ୍ଥିତିରେ ସରକାରଙ୍କୁ ଜବାବ୍‌ ଦେବା ପାଇଁ ୨୦୦୧ ଭଳି ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଲିଙ୍ଗରାଜ ଆହ୍ବାନ କରିଥିଲେ।
ଏହାପରେ ଅପରାହ୍ନ ୧ଟା ୧୫ମିନିଟ୍‌ରେ ସମସ୍ତ ଚାଷୀ ପ୍ରତୀକାତ୍ମକଭାବେ ଏକ ଘଣ୍ଟା ରାଜପଥ ଅବରୋଧ ପାଇଁ ବୈଠକରୁ ଉଠି ୫୩ ନମ୍ବର ଜାତୀୟ ରାଜପଥକୁ ଯାଇଥିଲେ ଏବଂ ରାଜପଥ ଉପରେ ବସିଥିଲେ। ସେଠାରେ ଉପସ୍ଥିତ ପୋଲିସ ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଇଥିଲା। ତେବେ ଆସନ୍ତା ୭ଦିନ ମଧ୍ୟରେ ରାଜ୍ୟ ସରକାର ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ ସହିତ ଅମଳ ଧାନ କିଣାଯିବା ଦିଗରେ ତ୍ୱରିତ୍‌ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି ଲିଙ୍ଗରାଜ ଚେତାବନୀ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପୁଣି ହାତୀ ଆତଙ୍କ: ନର୍ଲାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ, ୨ ମାସରେ ଗଲାଣି ୨ ଜୀବନ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ବ୍ଳକ ବାଗପୁର ଗ୍ରାମରୁ ସୋମବାର ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମର ଗଣ୍ଠି…

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ୧୦ରୁ ଅଧିକ ମହିଳା, ବୁଲାଣି ରାସ୍ତାରେ ଘଟିଲା…

ବାଲିଗୁଡ଼ା,୨ା୩(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡ଼ମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮…

ଶୌଚ ପାଇଁ ଯାଇଥିବା ବେଳେ ଅରଖପୁରରେ ଯୁବକଙ୍କୁ ଗୁଳିମାଡ, ଗ୍ରାମବାସୀଙ୍କ ନିକଟରେ ନାହିଁ…

ପୁରୁଷୋତ୍ତମପୁର,୨।୩(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁଳିମାଡ଼ । ସୋମବାର ସକାଳେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି । ଯୁବକଙ୍କ…

ବିଜେଡି ଯାହା କରିଛି ଠିକ୍‌ କରିଛି, କାହିଁକି ଏମିତି କହିଲେ ଗଣେଶ୍ୱର, ଜାଣନ୍ତୁ…

ଭୁବନେଶ୍ୱର,୨ା୩: ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ ଭାଜପାକୁ ରୋକ୍‌ଠୋକ୍‌ ଶୁଣାଇ କହିଛନ୍ତି, ବିଜେଡି ଯାହା କରିଛି ଠିକ୍‌ କରିଛି। ଡାକ୍ତର…

ଫିକା ପଡିବ ହୋଲି! ୬ଟି ରାଜ୍ୟରେ ଝଡ ବର୍ଷା ପାଇଁ ସତର୍କତା ଜାରି କଲା IMD

ନୂଆଦିଲ୍ଲୀ,୨।୩: ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ଆରମ୍ଭ ହୋଇଛି। ଦିନବେଳା ସୂର୍ଯ୍ୟକିରଣ ପ୍ରବଳ ଗରମ ଆଣିଛି। ପାଣିପାଗ ବିଭାଗ ମଧ୍ୟ ଏହି ସପ୍ତାହରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର…

ଆସନ୍ତାକାଲି ଚନ୍ଦ୍ରଗ୍ରହଣ: କେଉଁ ରାଶି ପାଇଁ ଶୁଭ ଆଉ ଅଶୁଭ, ଜାଣନ୍ତୁ…

ଚନ୍ଦ୍ରଗ୍ରହଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଖଗୋଳବିଜ୍ଞାନ ଘଟଣା ଭାବରେ ବିବେଚନା କରାଯାଏ, ଯାହାକୁ ରକ୍ତ ଚନ୍ଦ୍ର, ଆଂଶିକ ଚନ୍ଦ୍ରଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ପେନମ୍ବ୍ରାଲ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଏ। ଚନ୍ଦ୍ରଗ୍ରହଣ…

ଜବତ ହେଲା ଦେଶୀ ମହୁଲି, ଗାଁ ନିକଟରେ ଯାଉଥିବାବେଳେ ମାଡିବସିଲା ଅବକାରୀ ବିଭାଗ, ଘଟଣାରେ…

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ ଥାନା ଚାନ୍ଦପୁର ଗ୍ରାମ ନିକଟରେ ଯାଉଥିବା ଏକ ଇଣ୍ଡିଗୋ କାର୍‌ରୁ ୧୪୦ ଲିଟର ଦେଶୀ ମହୁଲି ଜବତ ହୋଇଛି। ତଦନ୍ତ…

ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ: ଏହି ବୟସର ଝିଅଙ୍କୁ ମିଳିବ ଟିକା

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri