ବଲାଙ୍ଗୀର, ୩।୯ (ସୁନିଲ କୁମାର ମହାନ୍ତି ): କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତି ପ୍ରାୟ ୯ଘଣ୍ଟା ୩୦ ମିନିଟ ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସ୍ବାମୀ ବୋଲି ଜଣାପଡିବା ପରେ କଣ୍ଟାବାଞ୍ଜିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକେ କଣ୍ଟାବାଞ୍ଜି ଥାନା ଘେରାଉ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଥାନାରେ ଲିଖିତ ଭାବେ ଜଣାଇଛନ୍ତି।


