‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ପରେ ଗୋଟିଏ ପରେ ଗୋଟିଏ ପୋଲିସ ବିରୋଧରେ ନିର୍ଯାତନା ଓ ଅନ୍ୟ ଅପରାଧ ସମ୍ପର୍କିତ ଅଭିଯୋଗ ହେଉଛି। ଏଭଳିସ୍ଥଳେ ସୁମନ୍ତି ବଣ୍ଡକି ନାମ୍ନୀ ଜଣେ ମହିଳା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଥାନା ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶନିବାର ତାଙ୍କ ସ୍ବାମୀ ଜ୍ୟେଷ୍ଠ ବଣ୍ଡକି (୩୦)ଙ୍କ ମୃତଦେହ ଉକ୍ତ ଥାନା ଅଧୀନ ଡାଙ୍ଗଣାମୁ ଘାଟି ରାସ୍ତାରୁ ଜବତ ହୋଇଥିଲା। ପୋଲିସ ଜ୍ୟେଷ୍ଠଙ୍କୁ ମାରିଦେଇଥିବା ସୁମନ୍ତି ଗୋଚ୍ଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୃତ ଯୁବକ ଜ୍ୟେଷ୍ଠଙ୍କ ଘର ବୌଦ୍ଧ ଜିଲା କଣ୍ଟାମାଳ ଥାନା ବେହେରାପଡ଼ା ଗ୍ରାମରେ। ତାଙ୍କ ସ୍ତ୍ରୀ ସୁମନ୍ତିଙ୍କ କହିବାନୁଯାୟୀ, ଜ୍ୟେଷ୍ଠ ଗତ ୨୬ ତାରିଖ ସକାଳ ୭ଟାରେ ତାଙ୍କ ସହଯୋଗୀ ମାର୍ଡୋଲ ଗ୍ରାମର ଦାଶରଥୀ ଦିଗାଲଙ୍କ ସହ ଗୋଚ୍ଛାପଡ଼ା ଯାଉଛୁ ବୋଲି କହି ଘରୁ ଯାଇଥିଲେ। କିଛି ସମୟ ପରେ ସୁମନ୍ତି ଫୋନ କରିବାରୁ ଜ୍ୟେଷ୍ଠ କଣ୍ଟାମାଳରେ ଥିବା ଏବଂ ଗୋଚ୍ଛାପଡ଼ାରେ ପହଞ୍ଚତ୍ଲେ କଥା ହେବେ ବୋଲି କହିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ପୁଣି ଫୋନ କରିବାରୁ ତାଙ୍କୁ ପୋଲିସ ଧରିଛି କହି ଜ୍ୟେଷ୍ଠ ଫୋନ କାଟି ଦେଇଥିଲେ। ସୁମନ୍ତି ସଙ୍ଗେ ସଙ୍ଗେ କଣ୍ଟାମାଳ ଏବଂ ଘଣ୍ଟାପଡ଼ା ଥାନାକୁ ପଚାରିବାରୁ ସେମାନେ କାହାରିକୁ ଗିରଫ କରି ନ ଥିବା କହିଥିଲେ। ପରେ ସୁମନ୍ତିଙ୍କ ଦିଅରମାନେ ଗୋଚ୍ଛାପଡ଼ା ଥାନାକୁ ପଚାରିବାରୁ ସମାନ ଉତ୍ତର ମିଳିଥିଲା। ସେମାନେ ସନ୍ଧ୍ୟାରେ ଗୋଚ୍ଛାପଡ଼ା ଥାନାକୁ ଯାଇ ପଚାରିବାରୁ କେବଳ ଗାଡ଼ି ଜବତ କରିଛୁ, ଜ୍ୟେଷ୍ଠ ଓ ଦାଶରଥୀ ଫେରାର ହୋଇଗଲେ ବୋଲି ପୋଲିସ କହିଥିଲା। ମାତ୍ର କିଛି ସମୟ ପରେ ଥାନାର ଜଣେ ଏସ୍‌ଆଇ ଏବଂ ଏଏସ୍‌ଆଇ ଫୋନ କରି ୩୦ ହଜାର ଟଙ୍କା ଦେଲେ ଜ୍ୟେଷ୍ଠଙ୍କୁ ଛାଡ଼ିଦେବୁ ବୋଲି କହିବାରୁ ଏଥିରେ ସୁମନ୍ତି ଏବଂ ତାଙ୍କ ଦିଅରମାନେ ରାଜି ହୋଇଥିଲେ। ମାତ୍ର ଥାନା ବଡ଼ବାବୁଙ୍କ ସହ କଥା ହେବାକୁ କହି ସେମାନେ ଚୁପ୍‌ ହୋଇଯାଇଥିଲେ। ଏହାପରେ ସୁମନ୍ତି ଏବଂ ତାଙ୍କର ଦିଅରମାନେ ଦାଶରଥୀଙ୍କୁ ଧରି ପୋଲିସ ଯେଉଁଠି ସେମାନଙ୍କୁ ଧରିଥିଲା ସେଠାକୁ ଯାଇ ଖୋଜିବାରୁ ଜ୍ୟେଷ୍ଠଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁମନ୍ତି ଅଭିଯୋଗ କରିଛନ୍ତି ଯେ, ପୋଲିସ ଜ୍ୟେଷ୍ଠ ଓ ଦାଶରଥୀଙ୍କୁ ଅଟକାଇବାକୁ ଗୋଡ଼ାଇଥିଲା। ଏହି ସମୟରେ ଦାଶରଥୀ ଖସି ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ ସ୍ବାମୀଙ୍କୁ ମାରି ଫୋପାଡ଼ି ଦେଇଥିବା ସୁମନ୍ତି ଏତଲାରେ ଉଲ୍ଲେଖ କରିଛନ୍ତି।
ରବିବାର ଥାନାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା, ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରମୁଖ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏ ନେଇ ଅତିରିକ୍ତ ଏସ୍‌ପିଙ୍କୁ ପଚାରିବାରୁ ସେ କହିଛନ୍ତି, ଶନିବାର ଜ୍ୟେଷ୍ଠଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛୁ। ରବିବାର ତାଙ୍କ ପରିବାର ଲୋକେ ଆଉ ଏକ ଅଭିଯୋଗ ଦେଇଛନ୍ତି। ସେହି ଅନୁସାରେ ଘଟଣାର ତଦନ୍ତ ଚାଲିଛି। ୨୬ ତାରିଖରେ ଯେଉଁ ପୋଲିସ ଟିମ୍‌ ଜ୍ୟେଷ୍ଠଙ୍କୁ ଧରିବାକୁ ଯାଇଥିଲା, ସେମାନଙ୍କୁ ପଚରାଉଚରା ଚାଲିଛି। ଯେଉଁମାନଙ୍କ ନଁାରେ ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସ୍‌ପି ଦୀପ କହିଛନ୍ତି। ଏ ନେଇ ଥାନାରେ ୧୦୩/୨୪ ନମ୍ବରରେ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ ମୃତଦେହ ଜବତ ହୋଇଥିବା ସ୍ଥାନକୁ ବୌଦ୍ଧରୁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଫୁଲବାଣୀରୁ ଡଗ୍‌ ସ୍କ୍ବାଡ୍‌ ଯାଇ ତଦନ୍ତ କରିଛି। ଫୁଲବାଣୀ ତହସିଲଦାର ସଚ୍ଚିଦାନନ୍ଦ ନାୟକ ଏବଂ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଅବିନାଶ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜ୍ୟେଷ୍ଠଙ୍କ ଗ୍ରାମରୁ ଶତାଧିକ ଗ୍ରାମବାସୀ ଗୋଚ୍ଛାପଡ଼ା ହାଟଠାରୁ ପୋଲିସ ବିରୋଧରେ ଶୋଭାଯାତ୍ରା କରି ଥାନା ପାଖକୁ ଆସିବାରୁ କିଛି ସମୟ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ତାଙ୍କ ଦୁଇ ପିଲାଙ୍କୁ ପାଠପଢ଼ା ଦାୟିତ୍ୱ ସରକାର ନେବାକୁ ଗ୍ରାମବାସୀ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri