‘ପୋଲିସ ମୋ ସ୍ବାମୀଙ୍କୁ ହତ୍ୟା କରିଛି’

ଫୁଲବାଣୀ/ଗୋଚ୍ଛାପଡ଼ା, ୩୦ା୯(ରାକେଶ କୁମାର ରାଉତ/ରୋହିତ କହଁର): ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ପରେ ଗୋଟିଏ ପରେ ଗୋଟିଏ ପୋଲିସ ବିରୋଧରେ ନିର୍ଯାତନା ଓ ଅନ୍ୟ ଅପରାଧ ସମ୍ପର୍କିତ ଅଭିଯୋଗ ହେଉଛି। ଏଭଳିସ୍ଥଳେ ସୁମନ୍ତି ବଣ୍ଡକି ନାମ୍ନୀ ଜଣେ ମହିଳା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଥାନା ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶନିବାର ତାଙ୍କ ସ୍ବାମୀ ଜ୍ୟେଷ୍ଠ ବଣ୍ଡକି (୩୦)ଙ୍କ ମୃତଦେହ ଉକ୍ତ ଥାନା ଅଧୀନ ଡାଙ୍ଗଣାମୁ ଘାଟି ରାସ୍ତାରୁ ଜବତ ହୋଇଥିଲା। ପୋଲିସ ଜ୍ୟେଷ୍ଠଙ୍କୁ ମାରିଦେଇଥିବା ସୁମନ୍ତି ଗୋଚ୍ଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ମୃତ ଯୁବକ ଜ୍ୟେଷ୍ଠଙ୍କ ଘର ବୌଦ୍ଧ ଜିଲା କଣ୍ଟାମାଳ ଥାନା ବେହେରାପଡ଼ା ଗ୍ରାମରେ। ତାଙ୍କ ସ୍ତ୍ରୀ ସୁମନ୍ତିଙ୍କ କହିବାନୁଯାୟୀ, ଜ୍ୟେଷ୍ଠ ଗତ ୨୬ ତାରିଖ ସକାଳ ୭ଟାରେ ତାଙ୍କ ସହଯୋଗୀ ମାର୍ଡୋଲ ଗ୍ରାମର ଦାଶରଥୀ ଦିଗାଲଙ୍କ ସହ ଗୋଚ୍ଛାପଡ଼ା ଯାଉଛୁ ବୋଲି କହି ଘରୁ ଯାଇଥିଲେ। କିଛି ସମୟ ପରେ ସୁମନ୍ତି ଫୋନ କରିବାରୁ ଜ୍ୟେଷ୍ଠ କଣ୍ଟାମାଳରେ ଥିବା ଏବଂ ଗୋଚ୍ଛାପଡ଼ାରେ ପହଞ୍ଚତ୍ଲେ କଥା ହେବେ ବୋଲି କହିଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ପୁଣି ଫୋନ କରିବାରୁ ତାଙ୍କୁ ପୋଲିସ ଧରିଛି କହି ଜ୍ୟେଷ୍ଠ ଫୋନ କାଟି ଦେଇଥିଲେ। ସୁମନ୍ତି ସଙ୍ଗେ ସଙ୍ଗେ କଣ୍ଟାମାଳ ଏବଂ ଘଣ୍ଟାପଡ଼ା ଥାନାକୁ ପଚାରିବାରୁ ସେମାନେ କାହାରିକୁ ଗିରଫ କରି ନ ଥିବା କହିଥିଲେ। ପରେ ସୁମନ୍ତିଙ୍କ ଦିଅରମାନେ ଗୋଚ୍ଛାପଡ଼ା ଥାନାକୁ ପଚାରିବାରୁ ସମାନ ଉତ୍ତର ମିଳିଥିଲା। ସେମାନେ ସନ୍ଧ୍ୟାରେ ଗୋଚ୍ଛାପଡ଼ା ଥାନାକୁ ଯାଇ ପଚାରିବାରୁ କେବଳ ଗାଡ଼ି ଜବତ କରିଛୁ, ଜ୍ୟେଷ୍ଠ ଓ ଦାଶରଥୀ ଫେରାର ହୋଇଗଲେ ବୋଲି ପୋଲିସ କହିଥିଲା। ମାତ୍ର କିଛି ସମୟ ପରେ ଥାନାର ଜଣେ ଏସ୍‌ଆଇ ଏବଂ ଏଏସ୍‌ଆଇ ଫୋନ କରି ୩୦ ହଜାର ଟଙ୍କା ଦେଲେ ଜ୍ୟେଷ୍ଠଙ୍କୁ ଛାଡ଼ିଦେବୁ ବୋଲି କହିବାରୁ ଏଥିରେ ସୁମନ୍ତି ଏବଂ ତାଙ୍କ ଦିଅରମାନେ ରାଜି ହୋଇଥିଲେ। ମାତ୍ର ଥାନା ବଡ଼ବାବୁଙ୍କ ସହ କଥା ହେବାକୁ କହି ସେମାନେ ଚୁପ୍‌ ହୋଇଯାଇଥିଲେ। ଏହାପରେ ସୁମନ୍ତି ଏବଂ ତାଙ୍କର ଦିଅରମାନେ ଦାଶରଥୀଙ୍କୁ ଧରି ପୋଲିସ ଯେଉଁଠି ସେମାନଙ୍କୁ ଧରିଥିଲା ସେଠାକୁ ଯାଇ ଖୋଜିବାରୁ ଜ୍ୟେଷ୍ଠଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁମନ୍ତି ଅଭିଯୋଗ କରିଛନ୍ତି ଯେ, ପୋଲିସ ଜ୍ୟେଷ୍ଠ ଓ ଦାଶରଥୀଙ୍କୁ ଅଟକାଇବାକୁ ଗୋଡ଼ାଇଥିଲା। ଏହି ସମୟରେ ଦାଶରଥୀ ଖସି ଯାଇଥିଲେ, କିନ୍ତୁ ପୋଲିସ ତାଙ୍କ ସ୍ବାମୀଙ୍କୁ ମାରି ଫୋପାଡ଼ି ଦେଇଥିବା ସୁମନ୍ତି ଏତଲାରେ ଉଲ୍ଲେଖ କରିଛନ୍ତି।
ରବିବାର ଥାନାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା, ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ, ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରମୁଖ ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏ ନେଇ ଅତିରିକ୍ତ ଏସ୍‌ପିଙ୍କୁ ପଚାରିବାରୁ ସେ କହିଛନ୍ତି, ଶନିବାର ଜ୍ୟେଷ୍ଠଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛୁ। ରବିବାର ତାଙ୍କ ପରିବାର ଲୋକେ ଆଉ ଏକ ଅଭିଯୋଗ ଦେଇଛନ୍ତି। ସେହି ଅନୁସାରେ ଘଟଣାର ତଦନ୍ତ ଚାଲିଛି। ୨୬ ତାରିଖରେ ଯେଉଁ ପୋଲିସ ଟିମ୍‌ ଜ୍ୟେଷ୍ଠଙ୍କୁ ଧରିବାକୁ ଯାଇଥିଲା, ସେମାନଙ୍କୁ ପଚରାଉଚରା ଚାଲିଛି। ଯେଉଁମାନଙ୍କ ନଁାରେ ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସ୍‌ପି ଦୀପ କହିଛନ୍ତି। ଏ ନେଇ ଥାନାରେ ୧୦୩/୨୪ ନମ୍ବରରେ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ ମୃତଦେହ ଜବତ ହୋଇଥିବା ସ୍ଥାନକୁ ବୌଦ୍ଧରୁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଫୁଲବାଣୀରୁ ଡଗ୍‌ ସ୍କ୍ବାଡ୍‌ ଯାଇ ତଦନ୍ତ କରିଛି। ଫୁଲବାଣୀ ତହସିଲଦାର ସଚ୍ଚିଦାନନ୍ଦ ନାୟକ ଏବଂ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଅବିନାଶ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜ୍ୟେଷ୍ଠଙ୍କ ଗ୍ରାମରୁ ଶତାଧିକ ଗ୍ରାମବାସୀ ଗୋଚ୍ଛାପଡ଼ା ହାଟଠାରୁ ପୋଲିସ ବିରୋଧରେ ଶୋଭାଯାତ୍ରା କରି ଥାନା ପାଖକୁ ଆସିବାରୁ କିଛି ସମୟ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ତାଙ୍କ ଦୁଇ ପିଲାଙ୍କୁ ପାଠପଢ଼ା ଦାୟିତ୍ୱ ସରକାର ନେବାକୁ ଗ୍ରାମବାସୀ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri