ବେଡ୍‌ରୁମ୍‌ରେ ପଶି ମାଡ଼ ମାରିଲା ପୋଲିସ

ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବେଡ୍‌ରୁମ୍‌ରେ ପଶି ତାଙ୍କୁ ମାଡ଼ ମାରିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।
ଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗସାହିରେ ଘଟିଛି ଏଭଳି ଏକ ଘଟଣା। ଜମିବାଡ଼ିକୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟରେ ବିବାଦ ଚାଲିଛି। ଜଣେ ଭାଇର ଅଭିଯୋଗକ୍ରମେ ଅନ୍ୟ ଜଣେ ଭାଇକୁ ଥାନାକୁ ଆଣିବାକୁ ଟାଉନ ଥାନାର ଜଣେ ଏଏସ୍‌ଆଇ ଏବଂ କନଷ୍ଟେବଳ ତାଙ୍କ ଘରେ ପହଞ୍ଚତ୍ଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କର ନାବାଳିକା ଝିଅ ଛାଡ଼ିି ନ ଥିଲେ। ବାପାଙ୍କୁ କାହିଁକି ବିନା ଦୋଷରେ ଥାନାକୁ ନେବ କହି ଜାବୁଡ଼ି ଧରିଥିଲେ। ଏହି ସମୟରେ ପୋଲିସ କର୍ମଚାରୀ ଦ୍ୱୟ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏପରି କି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାବେଳେ ତାଙ୍କ ଝିଅ ‘ସାର୍‌ ଆପଣଙ୍କୁ ହାତ ଯୋଡୁଛି’ ବୋଲି ନେହୁରା ହେଉଥିବା ଭିଡିିଓରୁ ଶୁଣିବାକୁ ମିଳୁଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବଡ଼ ଭାଇ ପୋଲିସର ଏଭଳି ମାତ୍ରାଧିକ କାର୍ଯ୍ୟକୁ ବିରୋଧ କରିଛନ୍ତି। ଘରେ ପଶି ସାନଭାଇ ଓ ତାଙ୍କ ନାବାଳିକା ଝିଅକୁ ମାଡ଼ ମରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ କେସ୍‌ କରିବେ ବୋଲି ରବିବାର ଗଣମାଧ୍ୟମ ଆଗରେ କହିଛନ୍ତି। ଏ ସମ୍ପର୍କରେ ଟାଉନ ଥାନାଧିକାରୀ ଉପେନ୍ଦ୍ର ନାଥ ବେହେରାଙ୍କୁ ପଚାରିବାରେ କହିଛନ୍ତି, ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଖବର ପାଇବା ପରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଲଗା କରୁଥିଲା। ପୋଲିସର ଏହା ଦବଙ୍ଗଗିରି ନୁହେଁ। ଅନ୍ୟପକ୍ଷରେ ଜନତାର ବନ୍ଧୁ ହୋଇ ପୋଲିସ କାମ କରିବ ବୋଲି ବରିଷ୍ଠ ଅଧିକାରୀମାନେ ବାରମ୍ବାର କହୁଛନ୍ତି, ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ତୃଣମୂଳସ୍ତରରେ ଅନେକ ପୋଲିସ ଅଛନ୍ତି ଯେଉଁମାନେ ନିରପେକ୍ଷ ହୋଇପାରୁନାହାନ୍ତି। ଫଳରେ ବିଭିନ୍ନ ସମୟରେ ଏହିଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି।