ଛେଳି ଧରି ଚମ୍ପଟ ମାରୁଥିଲା କାର୍‌: ଗାଡିକୁ ପିଛା କରି ଧାଇଁଲେ ଲୋକେ, ତା’ପରେ…

ଦାରିଙ୍ଗବାଡି, ୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କାଡଶପାଟା ଏବଂ ଡଲାବାଡି ଅଞ୍ଚଳରୁ ଛେଳି ଧରି ପଳାଉଥିବା କାର୍‌କୁ ପୋଲିସ ଜବତ କରିଛି । ଦୁର୍ବୃତ୍ତମାନେ ଜଙ୍ଗଲରେ କାର୍‌ ଛାଡି ଚାଲିଯାଇଥିବା ବେଳେ କାର୍‌କୁ ଜବତ କରି ଥାନାକୁ ନିଆଯାଇଛି । ପ୍ରକାଶ ଯେ, ଏକ ଧଳା ରଙ୍ଗର କାର୍‌ରେ ମଙ୍ଗଳବାର ପୂର୍ବାହ୍ନରେ ୫ଟି ଛେଳି ଧରି ଦ୍ରୁତ ଗତିରେ ପଳାଇଥିଲେ । ଗ୍ରାମବାସୀ ଉକ୍ତ ଗାଡିକୁ ପିଛା କରିବା ସହ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା ଏବଂ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କୁ ଅବଗତ କରାଇଥିଲେ। ଏସଡିପିଓ ଲୋକଙ୍କ ଠାରୁ ସୂଚନା ପାଇ କେ.ନୂଆଗାଁ ଥାନା, ସାରଙ୍ଗ ଏବଂ ରାଇକିଆ ଥାନାକୁ ଖବର ଦେଇଥିଲେ। ତେବେ କାର୍‌ଟିକୁ ପ୍ରଥମେ ସିମନବାଡିରେ ଅଞ୍ଚଳବାସୀ ଅଟକାଇବାକୁ ପ୍ରୟାସ କରିଥିଲେ । ପରବର୍ତ୍ତୀ ସମୟରେ କାର୍‌ଟି ଦ୍ରୁତଗତିରେ ଯାଇ କ. ନୂଆଗାଁ ଥାନା ଲେତିଙ୍ଗିଆ ହୋଇ ଧରମପୁରକୁ ବାହାରିଥିଲା । ତେବେ ଧରମପୁରବାସୀ ଟ୍ରାକ୍ଟର ଆଡ଼ ପକାଇ କାର କୁ ଅଟକାଇବାକୁ ଚେଷ୍ଟା କରିଥିଲେ ତେବେ ଚାଳକ ସେଠାରୁ ଦ୍ରୁତ ଗତିରେ ବୁଲାଇ ଫେରି ଆସି ଏକ ଘଞ୍ଚ ଜଙ୍ଗଲ ରାସ୍ତାରେ ଗାଡି ଚାଳକଙ୍କ ସମେତ କାର୍‌ରେ ଥିବା ସମସ୍ତ ୩ ଜଣ ଦୁର୍ବୃତ୍ତ କାର୍‌ ଛାଡି ଚାଲିଯାଇଥିଲେ । ପରେ ସାରଙ୍ଗ ଓ ଦାରିଙ୍ଗବାଡି ପୋଲିସ କାର୍‌କୁ ଜବତ କରି ଥାନାକୁ ନେଇଥିଲେ। ଆଜି ଛେଳି ମାଲିକ ତଥା ଜିମେନ୍ଦ୍ର ପ୍ରଧାନ, ରାଧାକାନ୍ତ ପ୍ରଧାନ ଏବଂ ସନାତନ ପ୍ରଧାନ ପ୍ରମୁଖ ଥାନରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଘଟଣା ସମ୍ପର୍କରେ ଲେଖିବା ସହ ୨ ଟି ସ୍ଥାନରୁ ୫ ଟି ଛେଳି ଚୋରି କରିନେଇଥିବା ବେଳେ ୩ ଟି ଛେଳି ବାଟରେ ଛାଡି ଦେଇଥିବା ବେଳେ ଆଉ ୨ ଟି ଛେଳି ଏବେ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ପତ୍ରରେ ଉଲ୍ହେଖ କରିଛନ୍ତି । ତେବେ ପୋଲିସ ଯେଉଁ କାର୍‌କୁ ଜବତ କରିଛି ଉକ୍ତ କାର୍‌ଟି ପ୍ରାଥମିକ ତଦନ୍ତରୁ ଯେଉଁ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲାଗିଛି ତାହା ନକଲି ବୋଲି ଜଣାପଡିଛି । ଦୁର୍ବୃତ୍ତମାନଙ୍କୁ ଧରିଲା ପରେ ସମସ୍ତ ଘଟଣାର ପରଦା ହଟିବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

ହୋଲିରେ ବଡ଼ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ମୃତ

ଫୁଲବାଣୀ, ୪ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ…

ପ୍ରଥମ ସେମିଫାଇନାଲରୁ ୪ ଖେଳାଳି ବାଦ୍‌, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri