ସାଇବର ଠକେଇ ରୋକିବାରେ ପୋଲିସ ବିଫଳ: ୨ମାସରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ସାଇବର ଠକେଇ ରୋକିବାରେ ରାଜ୍ୟ ପୋଲିସ ବିଫଳ ହୋଇଛି। କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସାଇବର ଠକମାନେ ସକ୍ରିୟ ହୋଇଉଠିଛନ୍ତି। ତଦନ୍ତରେ ବୈଷୟିକ ଜ୍ଞାନକୌଶଳର ଅଭାବ ଓ ଲୋକଙ୍କ ଅସଚେତନତାର ଫାଇଦା ଉଠାଉଛନ୍ତି ସେମାନେ। ୨ ମାସରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଲେଣି ସାଇବର ଠକ। ଭୁବନେଶ୍ୱର କମିଶନରେଟ ପୋଲିସ ସାଇବର ହେଲ୍ପ ଡେସ୍କ ରିପୋର୍ଟ କାର୍ଡରୁ ଏହା ଜଣାପଡିଛି।
ରିପୋର୍ଟ ଅନୁଯାୟୀ ୨୦୨୧ ଫେବୃୟାରୀ ଓ ମାର୍ଚ୍ଚ ଦୁଇ ମାସରେ ୨ କୋଟି ୪ ଲକ୍ଷ ୭୮ ହଜାର ଟଙ୍କାର ଠକେଇ ହୋଇଛି। ଫେବୃୟାରୀରେ ୧କୋଟି ୨୦ ଲକ୍ଷ ଓ ମାର୍ଚ୍ଚରେ ୮୪ଲକ୍ଷ ୭୮ ହଜାର ଟଙ୍କା ରହିଛି। ସେହିପରି ଏହି ୨ମାସରେ ସାଇବର ହେଲ୍ପ ଡେସ୍କକୁ ୧୪୧୩ କଲ୍‌ ଆସିଛି। ଫେବୃୟାରୀରେ ୭୮୪ ଓ ମାର୍ଚ୍ଚରେ ୬୨୯ ଅଭିଯୋଗ ରହିଛି। ଏଥିମଧ୍ୟରୁ ଭୁବନେଶ୍ୱରରୁ ୬୩୨ ଫୋନ୍‌ କଲ୍‌ ଓ ରାଜ୍ୟର ଅନ୍ୟ ସ୍ଥାନରୁ ୭୮୧ଟି କଲ୍‌ କରାଯାଇଛି। ପୋଲିସ ପକ୍ଷରୁ ୨୯ଟି ମାମଲା ରୁଜୁ କରିଥିଲେ ମଧ୍ୟ କାହାକୁ ଗିରଫ କରାଯାଇନି। ତେବେ ସାଇବର ଠକମାନେ ୟୁପିଆଇ ଆଇଡି ମାଧ୍ୟମରେ ସର୍ବାଧିକ ଠକେଇ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ ୨୯୫ଜଣ ୟୁପିଆଇ ଠକେଇର ଶିକାର ହୋଇଛନ୍ତି। ଏଥିସହିତ କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡରେ ୧୧୫ ଓ ଅନ୍ୟ କଲ୍‌ ତଥା ଲଟେରି, ଟିଭି ଓ ମୋବାଇଲ ରିଚାର୍ଜ, ଆଧାରକାର୍ଡ ଅପଡେଟ୍‌ ଆଦି ବାହାନାରେ ୫୪୪ଟି ଠକେଇ କରିଛନ୍ତି। ତେବେ ସାଇବର ହେଲ୍ପ ଡେସ୍କ ପକ୍ଷରୁ ସାଇବର ଠକଙ୍କ ନିକଟରୁ ୯ ଲକ୍ଷ ୩୯ହଜାର ୪୯୪ ଟଙ୍କା ଫେରସ୍ତ ଅଣାଯାଇପାରିଛି। ଫେବୃୟାରୀରେ ସର୍ବାଧିକ ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ଓ ମାର୍ଚ୍ଚରେ ୨ଲକ୍ଷ ୫୩ହଜାର ୬୪୭ଟଙ୍କା ଫେରସ୍ତ ଅଣାଯାଇ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri