ବାଲିଗୁଡା,୨୭।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଜପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ସୋସିଆଲ ମିଡିଆରେ କୌଣସି ଆପତ୍ତି ଜନକ ଖବରକୁ ବିଶାସ ନ କରି ଦଶହରାରେ ଦୂର୍ଗାପୂଜା ଏବଂ କୁମାର ପୂର୍ଣ୍ଣିମାରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକଙ୍କ ସଚେତନତା କରାଯାଇ ଥିବା ବାଲିଗୁଡା ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି।
ନବରାତ୍ର ପୂଜାଠାରୁ ବିଭିନ୍ନ ଶକ୍ତିପୀଠରେ ଦେବୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବ ମୁଖର ହୋଇ ପଡିଛି। ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ଭଳିକି ଭଳି ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଏହାକୁ ଦୃଷ୍ଟିରେ ଶନିବାର ସନ୍ଧ୍ୟାରେ ବାଲିଗୁଡା ସହରରେ ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ ଏବଂ ଥାନା ଅଧିକାରୀ ସମ୍ବିତ କୁମାର ସ୍ବାଇଁଙ୍କ ଯବାନ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିଲେ।


